ଓଡିଶା

odisha

ETV Bharat / state

ଥର୍ମାଲ ସ୍କାନରରେ ସୁରକ୍ଷା ମାପୁଛି କୋରାପୁଟ ପୋଲିସ - କୋରାପୁଟ ପୋଲିସର ନୂଆ ପ୍ରୟାସ

କୋରୋନା ସଂକ୍ରମଣକୁ ରୋକିବା ପାଇଁ କୋରାପୁଟ ଜିଲ୍ଲା ପୋଲିସର ଅଭିନବ ପ୍ରୟାସ । ବର୍ତ୍ତମାନ ଜିଲ୍ଲାର ବିଭିନ୍ନ ସ୍ଥାନରେ ମୁତୟନ ପୋଲିସ କର୍ମୀଙ୍କ ଶରୀରର ତାପମାତ୍ରା ପରୀକ୍ଷା କରିବା ପାଇଁ ଜିଲ୍ଲା ପୋଲିସ ଦ୍ବାରା ଆରମ୍ଭ ହୋଇଛି ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି ।

koraput latest news, thermal scanner in koraput, koraput police, koraput police new attempt, କୋରାପୁଟ ଲାଟେଷ୍ଟ ନ୍ୟୁଜ୍‌, କୋରାପୁଟରେ ଥର୍ମାଲ ସ୍କାନର, କୋରାପୁଟ ପୋଲିସର ନୂଆ ପ୍ରୟାସ, କୋରାପୁଟ ପୋଲିସ
ଥର୍ମାଲ ସ୍କାନରରେ ସୁରକ୍ଷା ମାପୁଛି କୋରାପୁଟ ପୋଲିସ

By

Published : Apr 26, 2020, 9:37 PM IST

କୋରାପୁଟ: କୋରୋନା ସଂକ୍ରମଣକୁ ରୋକିବା ପାଇଁ କୋରାପୁଟ ଜିଲ୍ଲା ପୋଲିସର ଅଭିନବ ପ୍ରୟାସ । ବର୍ତ୍ତମାନ ଜିଲ୍ଲାର ବିଭିନ୍ନ ସ୍ଥାନରେ ମୁତୟନ ପୋଲିସ କର୍ମୀଙ୍କ ଶରୀରର ତାପମାତ୍ରା ପରୀକ୍ଷା କରିବା ପାଇଁ ଜିଲ୍ଲା ପୋଲିସ ଦ୍ବାରା ଆରମ୍ଭ ହୋଇଛି ସ୍ବତନ୍ତ୍ର ଅଭିଯାନ । ଏହି ଅଭିଯାନ ପାଇଁ ଜିଲ୍ଲା ପୋଲିସ ଦ୍ବାରା ଦୁଇଟି ଥର୍ମାଲ ସ୍କାନର ଅଣାଯାଇ ରବିବାର ଜୟପୁରରେ 90 ଜଣ ଓ କୋରାପୁଟରେ 54 ଜଣ ପୋଲିସ କର୍ମୀଙ୍କ ତାପମାତ୍ରା ପରୀକ୍ଷା କରାଯାଇଥିଲା । ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଉତ୍କଳ ରଞ୍ଜନ ଦାସ ଏନେଇ ସୂଚନା ଦେଇଛନ୍ତି ।

ସେ କହିଛନ୍ତି କି ସମସ୍ତଙ୍କ ଶରୀରର ତାପମାତ୍ରା ସାଧାରଣ ରହିଥିବା ଜଣାପଡିଛି । ତେବେ ଆସନ୍ତା ଦିନମାନଙ୍କରେ ଆହୁରି ଅଧିକ ସ୍କାନର ଅଣାଯିବାର ବ୍ୟବସ୍ଥା କରାଯାଉଛି । ଏହାଦ୍ବାରା ଅନ୍ୟ ସ୍ଥାନରେ ଥିବା ପୋଲିସ କର୍ମୀଙ୍କ ସହ ଜିଲ୍ଲାର ସୀମା ଫାଟକରେ ଯିବା ଆସିବା କରୁଥିବା ସାଧାରଣ ବ୍ୟକ୍ତିଙ୍କ ତାପମାତ୍ରା ମଧ୍ୟ ପରୀକ୍ଷା କରାଯାଇପାରିବ ।

ଥର୍ମାଲ ସ୍କାନରରେ ସୁରକ୍ଷା ମାପୁଛି କୋରାପୁଟ ପୋଲିସ

ତେବେ ଆବଶ୍ୟକସ୍ଥଳେ ସେମାନଙ୍କୁ ଚିକିତ୍ସା କେନ୍ଦ୍ରକୁ ପଠାଇ ଦିଆଯାଇପାରିବ ଏବଂ କୋରାପୁଟ ଜିଲ୍ଲାରେ କୋରୋନା ସଂକ୍ରମଣକୁ ରୋକିବାର ପ୍ରୟାସକୁ ଏହା ସୁଦୃଢ କରିବ ବୋଲି ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details