ଓଡିଶା

odisha

ETV Bharat / state

ପୋଲିସ ହାତରେ ସୁନାଚେନ ଲୁଟେରା

ଗତ କିଛିଦିନରେ କୋରାପୁଟ ସହରରେ ଦୁଇଜଣ ବୟସ୍କ ମହିଳାଙ୍କ ବେକରୁ ଦୁର୍ବୃତ୍ତଙ୍କ ଦ୍ବାରା ସୁନା ଚେନ ଟାଣି ନେଇଯିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଗତକାଲି(ଶୁକ୍ରବାର) ପୋଲିସ ଅଭିଯୁକ୍ତକୁ କାବୁ କରିବାରେ ସକ୍ଷମ ହୋଇଛି । ଅଧିକ ପଢନ୍ତୁ...

କୋଭିଡ଼ କଟକଣା ଜନିତ ବେରୋଜଗାରୀ ଯୋଗୁଁ ଯୁବପିଢି କରୁଛନ୍ତି ଚୋରି
କୋଭିଡ଼ କଟକଣା ଜନିତ ବେରୋଜଗାରୀ ଯୋଗୁଁ ଯୁବପିଢି କରୁଛନ୍ତି ଚୋରି

By

Published : Mar 20, 2021, 8:45 AM IST

କୋରାପୁଟ: ଗତ କିଛିଦିନରେ କୋରାପୁଟ ସହରରେ ଦୁଇଜଣ ବୟସ୍କ ମହିଳାଙ୍କ ବେକରୁ ଦୁର୍ବୃତ୍ତଙ୍କ ଦ୍ବାରା ସୁନା ଚେନ ଟାଣି ନେଇଯିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଗତକାଲି(ଶୁକ୍ରବାର) ପୋଲିସ ଅଭିଯୁକ୍ତକୁ କାବୁ କରିବାରେ ସକ୍ଷମ ହୋଇଛି । କୋରାପୁଟ ସହରର ଇନ୍ଦିରା ଆବାସ କଲୋନୀରେ ରହୁଥିବା ସୁନୀଲ ଖରା ନାମକ ଜଣେ 24 ବର୍ଷୀୟ ଯୁବକ ଏଭଳି କାମ କରିଥିବା କୋରାପୁଟ ଏସଡିପିଓ ଗୁଣନିଧି ମଲ୍ଲିକ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ତେବେ ସୁନୀଲ ଏହି ଦୁଇଟି ଚେନକୁ ସହରରେ ବନ୍ଧା ପକାଇବା ପାଇଁ ଚେଷ୍ଟା କରୁଥିବା ବେଳେ ପୋଲିସ ହାତରେ ଧରାପଡିଥିଲା ।

କୋଭିଡ଼ କଟକଣା ଜନିତ ବେରୋଜଗାରୀ ଯୋଗୁଁ ଯୁବପିଢି କରୁଛନ୍ତି ଚୋରି

ବଡ ବଡ ସହରରେ ଏପରି ଘଟଣା ନିତିଦିନିଆ ବ୍ୟାପାର ହୋଇଥିବା ବେଳେ କୋରାପୁଟ ଭଳି ଏକ ଛୋଟ ସହରରେ ଏପରି ଘଟଣା ଚିନ୍ତାଜନକ ବିଷୟ ବୋଲି ଶ୍ରୀ ମଲ୍ଲିକ ମତବ୍ୟକ୍ତ କରିଛନ୍ତି । ତେବେ କୋଭିଡ଼ କଟକଣା ଜନିତ ବେରୋଜଗାରୀ ଯୋଗୁଁ ଯୁବକମାନେ ଏପରି ଅପରାଧିକ କାର୍ଯ୍ୟ କରୁଥିବା ଶ୍ରୀ ମଲ୍ଲିକ କହିଛନ୍ତି ।

ଅନ୍ୟପଟେ ଚୋରୀ କରିଥିବା ଯୁବକଠାରୁ ଉଭୟ ହାରକୁ ଜବତ କରିବା ପରେ ଦୁଇ ଜଣ ମହିଳାଙ୍କୁ ଥାନାରେ ହସ୍ତାନ୍ତର କରିଦିଆଯାଇଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details