କୋରାପୁଟ: ଆଗକୁ ହେଲମେଟ ନ ପିନ୍ଧିଲେ ଆଉ ନିସ୍ତାର ନାହିଁ । ଜାନୁଆରୀ ପହିଲାରୁ ମଟରସାଇକେଲରେ ଉଭୟ ଆରୋହୀ ହେଲମେଟ ପିନ୍ଧିବାକୁ ସରକାର ବାଧ୍ୟତାମୂଳକ କରିବାକୁ ଯାଉଥିବାବେଳେ ଆଜି ହେଲମେଟ ସଚେତନତା ପାଇଁ ମଟରସାଇକେଲ ରାଲି କରିଛି କୋରାପୁଟ ପୋଲିସ ।
ହେଲମେଟ ସଚେତନତା: କୋରାପୁଟ ପୋଲିସର ବାଇକ ରାଲି - କୋରାପୁଟ ପୋଲିସ ପ୍ରଶାସନ
ହେଲମେଟ ସଚେତନତା ପାଇଁ ମଟରସାଇକଲ ରାଲି କରିଛି କୋରାପୁଟ ପୋଲିସ । ସାମିଲ ହେଲା 50ରୁ ନଂ ଊର୍ଦ୍ଧ୍ବ ମୋଟର ସାଇକେଲ । ପଢନ୍ତୁ ଅଧିକ....
ହେଲମେଟ ପାଇଁ ସଚେତନତା ରାଲି କଲା କୋରାପୁଟ ପୋଲିସ
ହେଲମେଟ ପାଇଁ ସଚେତନତା ରାଲି କଲା କୋରାପୁଟ ପୋଲିସ
50ରୁ ଊର୍ଦ୍ଧ୍ବ ପୋଲିସ ମଟର ସାଇକେଲରେ ପ୍ଲାକାର୍ଡ଼ ଧରି ଦୁଇଚକିଆ ଯାନରେ କୋରାପୁଟ ସହରର ବିଭିନ୍ନ ଗଳିକନ୍ଦି ବୁଲି ହେଲମେଟ ପିନ୍ଧିବା ପାଇଁ ଜନସଚେତନତା ସୃଷ୍ଟି କରିଥିଲେ । ଦୁର୍ଘଟଣାର ସଂଖ୍ୟା ବୃଦ୍ଧି ଘଟୁଥିବା ଯୋଗୁଁ ଏହି ସଚେତନତା ରାଲି ବାହାର କରାଯାଇଥିବା କୋରାପୁଟ ଏସଡିପିଓ ଗୁଣନିଧି ମଲ୍ଲିକ ଜଣାଇଛନ୍ତି ।
କୋରାପୁଟରୁ ସି.ଏଚ ଶାନ୍ତାକାର , ଇଟିଭି ଭାରତ