ଓଡିଶା

odisha

ETV Bharat / state

‘ରୋଡ୍ ନାହିଁ ତ ଭୋଟ ନାହିିଁ’ - କୋଲାବବାସୀ

କୋରାପୁଟ ଜିଲ୍ଲାର ପାଞ୍ଚ ଖଣ୍ଡ ଗାଁର ଭୋଟର ମତଦାନ ବର୍ଜନ କରିଛନ୍ତି। ଗାଁକୁ ମୌଳିକ ସୁବିଧା ପ୍ରଦାନ କରିବାରେ ପ୍ରଶାସନ ବିଫଳ ହେବାରୁ ଭୋଟ୍‌ ବର୍ଜନ କରିଛନ୍ତି ଲୋକେ। ପୋଲିଂ ବୁଥ୍ ବାହାରେ ବସି ନିଆରା ପ୍ରତିବାଦ କରିଛନ୍ତି । ଏପରିକି ରୋଡ୍ ନାହିଁ ତ ଭୋଟ୍‌ ନାହିଁ ସ୍ଲୋଗାନ ଦେଇ ପୋଷ୍ଟର ମାରିଥିବା ଦେଖିବାକୁ ମିଳିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

By

Published : Apr 11, 2019, 3:05 PM IST

କୋରାପୁଟ: ଖାଁ ଖାଁ ପୋଲିଂ ବୁଥ୍। ଭୋଟ୍ ଦେବାକୁ ଆସି ନାହାନ୍ତି ଭୋଟର। ସାରା ରାଜ୍ୟରେ ବଡ ଉତ୍ସାହରେ ମତଦାନ ଚାଲୁଥିବା ବେଳେ କୋରାପୁଟ ଜିଲ୍ଲାରେ ଓଲଟା ଦୃଶ୍ୟ ଦେଖିବାକୁ ମିଳିଛି। ଲୋକମାନଙ୍କୁ ମୌଳିକ ସୁବିଧା ପ୍ରଦାନ ଦିଗର ସରକାର କୌଣସି ପଦକ୍ଷେପ ଗ୍ରହଣ କରି ନଥିବାରୁ ଭୋଟ୍‌ ବର୍ଜନ କରିଛନ୍ତି ସଦର ମହକୁମାଠାରୁ ମାତ୍ର ୮ କିଲୋମିଟର ଦୂରରେ ଥିବା ପାଞ୍ଚଟି ଗାଁର ଭୋଟର।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ଭୋଟ୍ ଦେବା ବଦଳରେ ସହରର ଗଳିକନ୍ଦି ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ସେମାନେ ପୋଷ୍ଟର ଲଗାଇ ପ୍ରତିବାଦ ଜଣାଇଛନ୍ତି । ଫଳରେ ସକାଳୁ ବର୍ତ୍ତମାନ ସୁଦ୍ଧା କୋଲାବ ପୋଲିଂ ବୁଥରେ କେହି ଭୋଟ୍ ଦେଇ ନଥିବା ଜଣାପଡିଛି । ଡୁମୁରିଗୁଡା , ମସିପୁଟ , ଚଣ୍ଡାଳଗୁଡା , ଥାଟଗୁଡା ଓ କୋଲାବ ଗାଁର ଲୋକେ ଭୋଟ୍ ବର୍ଜନ କରିଛନ୍ତି ।

ଏହି ଗାଁ ଗୁଡିକୁ ସଂଯୋଗ କରିବା ପାଇଁ ଭଲ ରାସ୍ତାଟିଏ ନାହିଁ । ଫଳରେ ଯାତାୟତ ପାଇଁ ବହୁ ଅସୁବିଧାର ସମ୍ମୁଖିନ ହୁଅନ୍ତି ଏମାନେ। ଏପରିକି କାହାର ଯଦି ଦେହ ଖରାପ ହୁଏ ଭାରା କରି ସେମାନଙ୍କୁ ନେବାକୁ ପଡେ। ଗାଁର ବିଭିନ୍ନ ସମସ୍ୟା ନେଇ ସେମାନେ ନେତା ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନକୁ ଜଣାଇଛନ୍ତି । ହେଲେ ସବୁ ଜାଣି ପ୍ରଶାସନ ଏମାନଙ୍କ ପାଇଁ ଆଖି ବୁଜି ଦେଇଛି। ପୂର୍ବରୁ ମଧ୍ୟ ଗ୍ରାମବାସୀମାନେ ଭୋଟ୍ ବର୍ଜନ ପାଇଁ ଚେତାବନୀ ଦେଇଥିଲେ। କିନ୍ତୁ ପ୍ରଶାସନ କୌଣସି ଦୃଷ୍ଟି ନ ଦେବାରୁ ଶେଷରେ ଭୋଟ୍ ବର୍ଜନ କରିଛନ୍ତି ପାଞ୍ଚଖଣ୍ଡ ଗାଁର ପ୍ରାୟ 3ଶହରୁ ଉର୍ଦ୍ଧ୍ବ ଭୋଟର ।

କୋରାପୁଟରୁ ସିଏଚ. ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details