କୋରାପୁଟ:ଭୁବନେଶ୍ୱର ଓ ବିଶାଖାପାଟଣରୁ ଜୟପୁରକୁ ଆରମ୍ଭ ହୋଇଥିବା ବିମାନ ସେବା । ଯାହା ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି । କୋରାପୁଟ ପ୍ରକୃତି ଓ ପର୍ଯ୍ୟଟନ କ୍ଷେତ୍ରର ପ୍ରଚାର ପ୍ରସାର କରିବା ଦିଗରେ ଆଗ୍ରହ ରଖିଥିବା ସୁନାବେଡ଼ା ବାସିନ୍ଦା ଇଞ୍ଜିନିୟର ସୁନିଲ ବିଶ୍ଵାଳ ଗତ ତିନି ଦିନ ମଧ୍ୟରେ ଦୁଇଥର ଏହି ବିମାନ ଯାତ୍ରା କରି ସାରିଲେଣୀ । ଯାତ୍ରା ଶେଷ କରିବା ପରେ ସେ ଅନୁଭୂତି ବଖାଣିଛନ୍ତି । ବିମାନ ଉଡାଣର ପ୍ରଥମ ଦିନ ଜୟପୁରରୁ ଭୁବନେଶ୍ୱରକୁ ଯାତ୍ରା କରିଥିଲେ ସୁନିଲ ବିଶ୍ଵାଳ । ବିମାନରେ ଯାତ୍ରା ସମୟରେ ଦେଓମାଳି ପର୍ବତର ସୌନ୍ଦର୍ଯ୍ୟ ସେ ବେଶ ଉପଭୋଗ କରିଥିବା କହିଛନ୍ତି ।
ସେହିପରି ଆଜି ଆଜି ବିମାନ ଯୋଗେ ବିଶାଖାପାଟଣାରୁ ଜୟପୁର ଯାତ୍ରା କରିଥିଲେ ସୁନିଲ । ଏକ ଘଣ୍ଟାରୁ କମ ସମୟର ବିମାନ ଯାତ୍ରା ଜୀବନ ତମାମ ମନେ ରଖିବେ ବୋଲି କହିଛନ୍ତି ସୁନିଲ ବିଶ୍ଵାଳ । ବିଶାଖାପାଟଣାରୁ ବାହାରିବା ପରେ ଆରାକ ଉପତ୍ୟକାରେ ଶୋଭା ପାଉଥିବା ପ୍ରାକୃତିକ ବିଭବ ସାଙ୍ଗକୁ କୋରାପୁଟ ନିକଟସ୍ଥ କୋଲାବ ଜଳଭଣ୍ଡାର ଚାରିପଟେ ଥିବା ଛୋଟ ବଡ଼ ଗାଁ ଏବଂ ବିଶେଷ କରି ସୁକୁ ଓ କୋରାପୁଟକୁ ସଂଯୋଗ କରୁଥିବା ରେଳ ପୋଲକୁ ମଧ୍ୟ ଅତି ନିକଟରୁ ଦେଖିବା ପାଇଁ ଏହି ଛୋଟ ବିମାନ ସୁଯୋଗ ଦେଇଛି ବୋଲି ସେ ଜଣାଇଛନ୍ତି ।