ଓଡିଶା

odisha

ETV Bharat / state

ସନ୍ତାନର ପ୍ରତାଡିତ ଦୁଃଖକୁ ଜରାଶ୍ରୟରେ ଭୁଲିଲେ ବୃଦ୍ଧ-ବୃଦ୍ଧା - oldage home

ସନ୍ତାନର ପ୍ରତାଡିତ ଦୁଃଖ ଭୁଲି ନିଜ ଭଳି ଘର ଛାଡିଥିବା ସାଥିଙ୍କ ସହ ଖୁସିରେ ରହିବାକୁ ଚେଷ୍ଟା କରୁଛନ୍ତି କୋରାପୁଟର ଲମତାପୁଟସ୍ଥିତ ଜରାଶ୍ରୟ କେନ୍ଦ୍ରରେ ଥିବା ବୃଦ୍ଧାମାନେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

By

Published : Jun 3, 2019, 11:21 AM IST

କୋରାପୁଟ: ନିଜ ପୁଅଝିଅଙ୍କ ପାଇଁ ସବୁ କିଛି ବଳିଦାନ ଦେଇଥାନ୍ତି ମା ବାପା । ନିଜର ସବୁକିଛି ସମର୍ପିତ କରିଦେଇଥାନ୍ତି ନିଜ ସନ୍ତାନ ପାଇଁ । ହେଲେ ସେହି ସନ୍ତାନ ମା ବାପାଙ୍କ ବୃଦ୍ଧ ବୟସରେ ସାହାରା ହେବା ବଦଳରେ ସେମାନଙ୍କୁ ଛାଡି ଦେଇଛନ୍ତି ବୃଦ୍ଧାଶ୍ରମରେ । ହେଲେ ସନ୍ତାନର ପ୍ରତାଡିତ ଦୁଃଖ ଭୁଲି ନିଜ ଭଳି ଘର ଛାଡିଥିବା ସାଥିଙ୍କ ସହ ଖୁସିରେ ରହିବାକୁ ଚେଷ୍ଟା କରୁଛନ୍ତି କୋରାପୁଟର ଲମତାପୁଟସ୍ଥିତ ଜରାଶ୍ରୟ କେନ୍ଦ୍ରରେ ଥିବା ବୃଦ୍ଧାମାନେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ଲମତାପୁଟସ୍ଥିତ ଗୀତା ସ୍ବେଚ୍ଛାସେବୀ ସଂଗଠନ ଦ୍ୱାରା ପରିଚାଳିତ ଜରାଶ୍ରୟ କେନ୍ଦ୍ରରେ ରହୁଛନ୍ତି ୨୪ଜଣ ପୁରୁଷ ଓ ମହିଳା । ସମସ୍ତେ ନିଜ ସନ୍ତାନ ଦ୍ବାରା ପ୍ରତାଡିତ ହୋଇଛନ୍ତି । ହେଲେ ନିଜ ଦୁଃଖ ଭୁଲି ପରସ୍ପରକୁ ଖୁସି ବାଣ୍ଟିବାରେ ଲାଗି ପଡିଛନ୍ତି ଏମାନେ । କିଏ ଗୀତଟିଏ ଗାଈ ଅନ୍ୟକୁ ଖୁସି କରିବାକୁ ଚେଷ୍ଟା କରୁଛି ତ ଆଉ କେହି ବାଦ୍ୟସଙ୍ଗୀତର ମୂର୍ଚ୍ଛନା ସୃଷ୍ଟି କରିବା ପାଇଁ ଚେଷ୍ଟା କରୁଛି ।

କୋରାପୁଟରୁ ସିଏଚ୍‌ ଶାନ୍ତାକାର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details