କୋରାପୁଟ: ଜିଲ୍ଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଲେସିକା ଦଳରୁ ଇସ୍ତଫା ଦେବା ଘଟଣାରେ ନୂଆ ମୋଡ । ଦଶମନ୍ତପୁର, ନାରାୟଣପାଟଣା ଓ ବନ୍ଧୁଗାଁ ବ୍ଲକରେ ୨୦୧୯ ନିର୍ବାଚନରେ କଂଗ୍ରେସ ଦଳରେ ରହି ଯେଉଁମାନେ ବିଜେଡିକୁ ସହଯୋଗ କରିଥିଲେ ସେମାନଙ୍କୁ କଂଗ୍ରେସର ଜିଲ୍ଲା ସଭାପତି ମିନାକ୍ଷୀ ବାହିନୀପତିଙ୍କ ଦ୍ଵାରା ପଦୋନ୍ନତି ଦିଆଯାଇ ବ୍ଲକ ସଭାପତି ପଦବୀ ଦିଆଯାଇଥିବା ଅଭିଯୋଗ କରିଥିଲେ କୈଳାସ । ଏଥିପାଇଁ ସେ ଦଳରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ଦଳୀୟ କର୍ମୀ ଓ ନେତୃବୃନ୍ଦଙ୍କ ଅନୁରୋଧ କ୍ରମେ ଇସ୍ତଫା ଦେବାର ନିଷ୍ପତ୍ତିରୁ ଓହରି ଆସିଥିବା ସେ ଜଣାଇଛନ୍ତି ।
ପୂର୍ବତନ ବିଧାୟକଙ୍କ ଇସ୍ତଫାପତ୍ର ଗ୍ରହଣ କରିବାକୁ ଦାବି କଲା ନଗର କଂଗ୍ରେସ - କୋରାପୁଟ କଂଗ୍ରେସ ପ୍ରେସମିଟ
ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଲେସିକା ଦଳରୁ ଇସ୍ତଫା ଦେବା ନିଷ୍ପତ୍ତିରୁ ଓହରିଛନ୍ତି । ସେପଟେ ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରିବାକୁ ଦାବି କରିଛି ନଗର କଂଗ୍ରେସ । ଅଧିକ ପଢନ୍ତୁ...
ପୂର୍ବତନ ବିଧାୟକଙ୍କ ଇସ୍ତଫାପତ୍ର ଗ୍ରହଣ କରିବାକୁ ଦାବି କଲା ନଗର କଂଗ୍ରେସ
ଅପରପକ୍ଷରେ ପୂର୍ବତନ ବିଧାୟକ ନିଜ ଇସ୍ତଫା ଦେବା ନିଷ୍ପତ୍ତିରୁ ଓହରିବା ନେଇ ପ୍ରତିବାଦ କରିଛି ନଗର କଂଗ୍ରେସ । ଜିଲ୍ଲା ସଭାନେତ୍ରୀ ମିନାକ୍ଷୀ ବାହିନୀପତିଙ୍କ ବିରୁଦ୍ଧରେ ମିଥ୍ୟା ଆରୋପ ଆଣି ଦଳ ମଧ୍ୟରେ ମତଭେଦ ସୃଷ୍ଟି କରିବାକୁ ଚେଷ୍ଟା କରୁଥିବା କୁଲେସିକାଙ୍କ ଇସ୍ତଫା ପତ୍ରକୁ ତୁରନ୍ତ ଗ୍ରହଣ କରିବା ପାଇଁ କୋରାପୁଟ ନଗର କଂଗ୍ରେସ କମିଟି ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ
Last Updated : Jul 20, 2021, 10:16 PM IST