କୋରାପୁଟ: ଜନତାଙ୍କ ଦୁଃଖ ବୁଝିବାକୁ ନିଜେ ସଂକୀର୍ଣ୍ଣ ରେଳ ପୋଲ କଡେ କଡେ ମୋଟର ସାଇକେଲରେ ଯାତ୍ରା କଲେ କୋରାପୁଟ ସାଂସଦ ସପ୍ତଗିରି ଉଲାକା(Koraput MP Saptagiri Ulaka )। ତେବେ କୋରାପୁଟ ଓ ସୁକୁ ମଧ୍ୟରେ ଥିବା କୋଲାବ ଜଳଭଣ୍ଡାର ଉପରେ ସାଧାରଣ ଲୋକେ ଯାତାୟତ କରିବା ପାଇଁ କାହିଁ କେଉଁ କାଳରୁ ସଡକ ପୋଲ ପାଇଁ ଦାବି କରି ଆସୁଥିଲେ ହେଁ ସରକାର କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇ ଆସୁଥିଲା ।
ଲୋକଙ୍କ ଦୁଃଖ ବୁଝିବାକୁ ସଂକୀର୍ଣ୍ଣ ପୋଲରେ ବାଇକରେ ଗଲେ କୋରାପୁଟ ସାଂସଦ - କୋରାପୁଟ ସାଂସଦ ବାଇକ ଯାତ୍ରା
ଜନତାଙ୍କ ଦୁଃଖ ବୁଝିବାକୁ ନିଜେ ସଂକୀର୍ଣ୍ଣ ରେଳ ପୋଲରେ ମୋଟର ସାଇକେଲରେ ଯାତ୍ରା କଲେ କୋରାପୁଟ ସାଂସଦ (Koraput MP )। ଏହାସହ ଵିଭିନ୍ନ ଗ୍ରାମକୁ ଯାଇ ଲୋକଙ୍କ ସହ ସିଧାସଳଖ କଥାବାର୍ତ୍ତା କରିଛନ୍ତି ସାଂସଦ ସପ୍ତଗିରି ଉଲାକା ।
ଜନତାଙ୍କ ଦୁଃଖ ବୁଝିବାକୁ ସଂକୀର୍ଣ୍ଣ ରେଳ ପୋଲରେ ବାଇକରେ ଯାତ୍ରା କଲେ କୋରାପୁଟ ସାଂସଦ
ଏନେଇ କୋରାପୁଟ ସାଂସଦ ସପ୍ତଗିରି ଉଲାକା, ପୋଲ ଓ ପୋଲ ଆରପଟେ ବସବାସ କରିଥିବା ଜନତାଙ୍କ ସମସ୍ୟା ପ୍ରତି ସରକାରଙ୍କ ନିର୍ଲିପ୍ତତାକୁ ପ୍ରତ୍ୟକ୍ଷ ଭାବେ ପରଖିବା ଓ ଲୋକଙ୍କ ସ୍ଥିତିକୁ ବ୍ୟକ୍ତିଗତ ଭାବେ ଅନୁଭବ କରିବା ପାଇଁ ନିଜ ସାଥି କର୍ମୀଙ୍କ ସହ ନିଜେ ଏହି ସଂକୀର୍ଣ୍ଣ ପୋଲ ଉପରେ ମଟର ସାଇକେଲରେ ଯାତ୍ରା କରିଥିଲେ । ଏହାସହ ଵିଭିନ୍ନ ଗ୍ରାମକୁ ଯାଇ ଲୋକଙ୍କ ସହ ସିଧାସଳଖ କଥାବାର୍ତ୍ତା କରିଥିଲେ । ଏପରିକି ଜନତାଙ୍କ ଏହି ସମସ୍ୟାକୁ ସଂସଦରେ ଉପସ୍ଥାପନ କରିଛନ୍ତି ସାଂସଦ ସପ୍ତଗିରି ଉଲାକା ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ