ଓଡିଶା

odisha

କୋଟିଆ ଗସ୍ତ କରି ଗ୍ରାମର ସ୍ଥିତି ପରଖିଲେ କୋରାପୁଟ ସାଂସଦ

By

Published : Jan 22, 2021, 8:13 AM IST

କୋରାପୁଟ ଜିଲ୍ଲା ସାଂସଦ ସପ୍ତଗିରି ଉଲାକା ପୋଷ୍ୟ ପଞ୍ଚାୟତ କୋଟିଆ ଗସ୍ତ କରି ଏହାର ସ୍ଥିତି ପରଖିଛନ୍ତି । ଅଧିକ ପଢନ୍ତୁ...

Koraput MP examined the situation of Kotia village
କୋଟିଆ ଗସ୍ତ କରି ଗ୍ରାମର ସ୍ଥିତି ପରଖିଲେ କୋରାପୁଟ ସାଂସଦ

କୋରାପୁଟ: ଜିଲ୍ଲାର ସାଂସଦ ସପ୍ତଗିରି ଉଲାକା ଗତ ଗୁରୁବାର ପଟାଙ୍ଗି ବ୍ଲକ ଗସ୍ତ କରିଛନ୍ତି । ସେଠାରେ ସେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ବୈଠକ କରି ପୋଷ୍ୟ ପଞ୍ଚାୟତ କୋଟିଆର ସ୍ଥିତିର ସମୀକ୍ଷା କରିବା ସହ ଅଗ୍ରଗତି ସମ୍ପର୍କରେ ଆଲୋଚନା କରିଛନ୍ତି ।

କୋଟିଆ ଗସ୍ତ କରି ଗ୍ରାମର ସ୍ଥିତି ପରଖିଲେ କୋରାପୁଟ ସାଂସଦ

ଉକ୍ତ ସମୀକ୍ଷା ବୈଠକରେ ସାଂସଦ ସପ୍ତଗିରି ମୁଖ୍ୟତଃ ପୋଷ୍ୟ ପଞ୍ଚାୟତ କୋଟିଆର ସ୍ଥିତି, ସମସ୍ୟା ଓ ଅଗ୍ରଗତି ଉପରେ ଆଲୋଚନା ହୋଇଛି । କୋଟିଆ ଅଞ୍ଚଳର କିପରି ଅଧିକ ରୁ ଅଧିକ ବିକାଶ ହୋଇପାରିବ ସେନେଇ ସମସ୍ତ ଅଧିକାରୀଙ୍କୁ ତୃଣ ମୂଳରେ କାର୍ଯ୍ୟ କରିବାକୁ ହେବ ବୋଲି ସାଂସଦ କହିଛନ୍ତି । ବିଭାଗୀୟ ଅଧିକାରୀଙ୍କ ସହ ପୃଥକ ଆଲୋଚନା କରିବା ସହିତ ସେମାନଙ୍କ କାର୍ଯ୍ୟ ଉପରେ ମଧ୍ୟ ସମୀକ୍ଷା କରିଛନ୍ତି । ଏହାସହିତ କୋଟିଆ ଅଞ୍ଚଳରେ ଚାଲୁ ରହିଥିବା 9ଟି ରାସ୍ତା ମଧ୍ୟରୁ ଗୋଟିଏ ରାସ୍ତାର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନଥିବାରୁ ଏଥିଲାଗି ସେ କ୍ଷୋଭ ପ୍ରକାଶ କରିଥିଲେ ।

ଅନ୍ୟପଟେ ପଟାଙ୍ଗି ବ୍ଲକ ସମ୍ବାଇ ଗ୍ରାମପଞ୍ଚାୟତର ଲାଗି ରହିଥିବା ସୀମା ବିବାଦ ସମ୍ପର୍କରେ ସମ୍ବାଇବାସୀ ସାଂସଦଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଆଲୋଚନା କରି ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସାଂସଦ ଗ୍ରାମବାସୀଙ୍କୁ ପ୍ରତିଶୃତି ଦେଇଛନ୍ତି । ସେହିପରି କୋଟିଆ ଅଞ୍ଚଳରେ ନିର୍ମାଣ କରାଯାଇଥିବା ବିଏସଏନଏଲ ଟାୱାରରେ ଅଧିକାଂଶ ସମୟ ନେଟୱାର୍କ ଆସୁନଥିବା ଅଭିଯୋଗ ହୋଇଛି ।

ସୂଚନାଯୋଗ୍ୟ ଯେ ଆନ୍ଧ୍ରର ବାରମ୍ବାର ଅନୁପ୍ରେବେଶ ପରେ ରାଜ୍ୟ ସରକାର କୋଟିଆର ସର୍ବାଙ୍ଗୀନ ବିକାଶ ପାଇଁ ଦେଢ଼ସହ କୋଟିର ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିବା ପରେ ବର୍ତ୍ତମାନ କାର୍ଯ୍ୟ ଚାଲୁ ରଖିଛନ୍ତି । ପଟ୍ଟାଙ୍ଗିରେ ସମୀକ୍ଷା ସମାପ୍ତ କରି ସାଂସଦ କୋଟିଆ ଯାଇ ବିଭିନ୍ନ ବିକାଶ କାର୍ଯ୍ୟ ବୁଲି ଦେଖିଥିଲେ । ସାଂସଦ କୋଟିଆକୁ ପୋଷ୍ୟଗ୍ରାମ ଭାବେ ଘୋଷଣା କରିବା ଏହା ତାଙ୍କର ପ୍ରଥମ କୋଟିଆ ଗସ୍ତ ଥିଲା ବୋଲି ଜଣାପଡିଛି ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details