ଓଡିଶା

odisha

ETV Bharat / state

ଛାତ୍ରାବାସରେ ନିମ୍ନମାନର ଖାଦ୍ୟ, 5କିମି ଚାଲି ଜିଲ୍ଲାପାଳଙ୍କୁ ଅଭିଯୋଗ କଲେ ଛାତ୍ରୀ - କୋରାପୁଟ ନିମ୍ନମାନର ଖାଦ୍ୟ ଅଭିଯୋଗ ଆଣିଲେ ଛାତ୍ରୀ

କୋରାପୁଟ ଜିଲ୍ଲା ମାନବାର ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଛାତ୍ରାବାସରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ କରି ଛାତ୍ରୀମାନେ କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଅଭିଯୋଗ କରିଛନ୍ତି । ବିଦ୍ୟାଳୟର ଦାୟିତ୍ବରେ ଥିବା ପ୍ରଧାନଶିକ୍ଷୟତ୍ରୀଙ୍କୁ ବାହାର କରି ଅନ୍ୟ କାହାକୁ ଦେବା ପାଇଁ ଦାବି କରିଛନ୍ତି ଛାତ୍ରୀମାନେ । ଅଧିକ ପଢନ୍ତୁ...

koraput-manbar-school-student-complaint-low-quality-food-in-girls-hostel
ଛାତ୍ରାବାସରେ ନିମ୍ନମାନର ଖାଦ୍ୟ ଅଭିଯୋଗ ଆଣିଲେ ଛାତ୍ରୀ

By

Published : Mar 6, 2020, 5:47 PM IST

କୋରାପୁଟ: ବାଳିକା ଛାତ୍ରାବାସରେ ନମ୍ନମାନର ଖାଦ୍ୟ । ବିଦ୍ୟାଳୟର ଛାତ୍ରାବାସରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ କରି ଛାତ୍ରୀମାନେ କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଅଭିଯୋଗ କରିଛନ୍ତି ।

ଛାତ୍ରାବାସରେ ନିମ୍ନମାନର ଖାଦ୍ୟ ଅଭିଯୋଗ ଆଣିଲେ ଛାତ୍ରୀ

କୋରାପୁଟ ବ୍ଲକର ମାନବାର ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଛାତ୍ରାବାସରେ ନିମ୍ନମାନର ଖାଦ୍ୟ ପରସାଯାଉଥିବା ଅଭିଯୋଗ କରି ଛାତ୍ରୀମାନେ ପାଞ୍ଚ କିଲୋମିଟର ଚାଲିଚାଲି କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ । ବର୍ତ୍ତମାନ ଛାତ୍ରାବାସ ଦାୟିତ୍ବରେ ରହିଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପ୍ରତି ରବିବାର ଦିନ ଆଣୁଥିବା ପନିପରିବା ମଙ୍ଗଳବାର ପର୍ଯ୍ୟନ୍ତ ଯାଉନଥିବା ଛାତ୍ରୀମାନେ ଅଭିଯୋଗ କରିଛନ୍ତି ।

ବିଦ୍ୟାଳୟରେ ପାଠପଢା ମଧ୍ୟ ଠିକ ଭାବେ ହେଉନଥିବା ଯୋଗୁଁ ଛାତ୍ରାବାସ ଓ ବିଦ୍ୟାଳୟର ଦାୟିତ୍ବ ପ୍ରଧାନ ଶିକ୍ଷୟତ୍ରୀଙ୍କ ଠାରୁ ହସ୍ତାନ୍ତର କରି ଅନ୍ୟ କାହାକୁ ଦେବା ପାଇଁ ଦାବି କରିଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବାରଣ୍ଡାରେ ପିଲାମାନେ ଧାରଣାରେ ବସିଥିବା ବେଳେ ଜିଲ୍ଲା ଶିକ୍ଷାଧିକାରୀ ଓ ଜିଲ୍ଲା ମଙ୍ଗଳ ଅଧିକାରୀ ପହଞ୍ଚି ଛାତ୍ରୀମାନଙ୍କୁ ବୁଝାସୁଝା କରିଥିଲେ । ଜିଲ୍ଲା ଶିକ୍ଷାଧିକାରୀ ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଛାତ୍ରାବାସ ଦାୟିତ୍ବରୁ ହଟାଇ ଅନ୍ୟଜଣେ ଶିକ୍ଷକଙ୍କୁ ଦେବା ପ୍ରତିଶ୍ରୁତି ଦେବା ପରେ ଛାତ୍ରୀମାନେ ବିଦ୍ୟାଳୟକୁ ଫେରିଥିଲେ ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details