ଓଡିଶା

odisha

ETV Bharat / state

ମାଳି ପର୍ବତରୁ ଖଣି ଖନନ ଜନଶୁଣାଣି, ମତ ରଖିବାକୁ ଗ୍ରାମବାସୀଙ୍କୁ ଦିଆଗଲାନି ସୁଯୋଗ - ପଟ୍ଟାଙ୍ଗି ତହସିଲ ଅନ୍ତର୍ଗତ କଙ୍କଡ଼ାମ୍ବ

ପଟ୍ଟାଙ୍ଗି ତହସିଲ ଅନ୍ତର୍ଗତ କଙ୍କଡ଼ାମ୍ବ ଠାରେ ଗତକାଲି(ସୋମବାର) ହିଣ୍ଡାଲକୋ ଦ୍ବାରା ଖଣି ଖନନର ଜନଶୁଣାଣି କରାଯାଇଛି । ତେବେ ଜନଶୁଣାଣିରେ ଖଣି ଖନନକୁ ବିରୋଧ କରୁଥିବା ଗ୍ରାମବାସୀଙ୍କୁ ମତ ରଖିବାର ସୁଯୋଗ ନ ଦେବା ଗଣତନ୍ତ୍ର ବିରୋଧୀ ବୋଲି ଲୋକ ଶକ୍ତି ଅଭିଯାନର ସଭାପତି ପ୍ରଫୁଲ୍ଲ ସାମନ୍ତରାୟ ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ

ମାଳି ପର୍ବତରୁ ଖଣି ଖନନ ନେଇ ଜନ ଶୁଣାଣି, ମତ ରଖିବାକୁ ଗ୍ରାମବାସୀଙ୍କୁ ଦିଆଗଲାନି ସୁଯୋଗ
ମାଳି ପର୍ବତରୁ ଖଣି ଖନନ ନେଇ ଜନ ଶୁଣାଣି, ମତ ରଖିବାକୁ ଗ୍ରାମବାସୀଙ୍କୁ ଦିଆଗଲାନି ସୁଯୋଗ

By

Published : Nov 23, 2021, 9:34 AM IST

କୋରାପୁଟ: ମାଳି ପର୍ବତରୁ ଖଣି ଖନନ ପାଇଁ ପରିବେଶ ବିଭାଗର ଜନଶୁଣାଣି । ପଟ୍ଟାଙ୍ଗି ତହସିଲ ଅନ୍ତର୍ଗତ କଙ୍କଡ଼ାମ୍ବଠାରେ ଗତକାଲି(ସୋମବାର) ହିଣ୍ଡାଲକୋ ଦ୍ବାରା ଖଣି ଖନନ ଜନ ଶୁଣାଣି କରାଯାଇଛି । ତେବେ ସୁରକ୍ଷା ବଳୟ ମଧ୍ୟରେ ସମ୍ପନ୍ନ ଜନଶୁଣାଣିରେ ଖଣି ଖନନକୁ ବିରୋଧ କରୁଥିବା ଗ୍ରାମବାସୀଙ୍କୁ ମତ ରଖିବାର ସୁଯୋଗ ନ ଦେବା ଗଣତନ୍ତ୍ର ବିରୋଧୀ ବୋଲି ଲୋକ ଶକ୍ତି ଅଭିଯାନର ସଭାପତି ପ୍ରଫୁଲ୍ଲ ସାମନ୍ତରାୟ ଅଭିଯୋଗ କରିଛନ୍ତି ।

ମାଳି ପର୍ବତରୁ ଖଣି ଖନନ ନେଇ ଜନ ଶୁଣାଣି, ମତ ରଖିବାକୁ ଗ୍ରାମବାସୀଙ୍କୁ ଦିଆଗଲାନି ସୁଯୋଗ

ଅପରପକ୍ଷେ ମାଳି ପର୍ବତରେ ଖଣି ଖନନକୁ ବିରୋଧ କରୁଥିବା ଗ୍ରାମବାସୀଙ୍କ ମଧ୍ୟରୁ ଅନେକଙ୍କୁ ପୋଲିସ ଅଟକ ରଖିଥିବା ବେଳେ ମହିଳାଙ୍କୁ ଜନଶୁଣାଣି ସ୍ଥଳୀକୁ ନେବା ନାଁରେ ଅନ୍ୟତ୍ର ନେଇଯାଉଥିଲେ ବୋଲି ମାଳି ପର୍ବତ ସୁରକ୍ଷା ସମିତିର ମହିଳା ସଦସ୍ୟମାନେ ଅଭିଯୋଗ କରିଛନ୍ତି । କମ୍ପାନୀ ଯେତେ ପ୍ରକାର ଉପାୟ ଅବଲମ୍ବନ କଲେ ମଧ୍ୟ ଖଣି ଖୋଳିବାକୁ ଦିଆଯିବ ନାହିଁ ବୋଲି ସୁରକ୍ଷା ସମିତି ଦୃଢୋକ୍ତି ପ୍ରକାଶ କରିଛି ।

ତେବେ ଏହି ପର୍ବତ ଅଞ୍ଚଳରୁ 30 ରୁ ଊର୍ଦ୍ଧ୍ଵ ଝରଣା ପ୍ରବାହିତ ହେଉଥିବା ବେଳେ ଶତାଧିକ ଗ୍ରାମବାସୀ ଚାଷବାସ କରି ବଞ୍ଚୁଛନ୍ତି । ସେଥିପାଇଁ ଗତ 15 ବର୍ଷ ଧରି ଲୋକେ ଗଣତାନ୍ତ୍ରିକ ଆନ୍ଦୋଳନ ଦ୍ଵାରା ପ୍ରତିରୋଧ କରିଆସୁଛନ୍ତି । ଏପଟେ ଖଣି ଖନନକୁ ସମ୍ପୂର୍ଣ ବନ୍ଦ କରିବା ପାଇଁ ପ୍ରଫୁଲ୍ଲ ସାମନ୍ତରାୟ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଦାବି କରିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details