ଓଡିଶା

odisha

By

Published : Nov 2, 2021, 10:01 PM IST

Updated : Nov 2, 2021, 10:47 PM IST

ETV Bharat / state

ଏବର୍ଷ କୋରାପୁଟରେ ଇକୋରିଟ୍ରିଟ, କୋଣାର୍କ ମହୋତ୍ସବ ଭଳି ପାଳନ ହେବ 'ପରବ'

ଜାତୀୟସ୍ତରର କୋଣାର୍କ ମହୋତ୍ସବ ଭଳି କୋରାପୁଟର ଲୋକମହୋତ୍ସବ ପରବକୁ ମାନ୍ୟତା ଦେଲେ ରାଜ୍ୟ ସରକାର । ସୂଚନା ଦେଲେ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ । ଅଧିକ ପଢନ୍ତୁ...

tourism and  culture  minister jyotiprakash panigrahi
କୋଣାର୍କ ମହୋତ୍ସବ ଭଳି ପାଳନ ହେବ କୋରପୁଟ ଲୋକ ମହୋତ୍ସବ 'ପରବ'

କୋରାପୁଟ:କୋରାପୁଟ ଲୋକ ମହୋତ୍ସବ 'ପରବ'କୁ ଦିଆଗଲା କୋଣାର୍କ ମହୋତ୍ସବ ଭଳି ଜାତୀୟସ୍ତରର ମାନ୍ୟତା । ଏ ନେଇ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ସେହିପରି ଜିଲ୍ଲାର ପ୍ରଥମ ଥର ପାଇଁ ଇକୋରିଟ୍ରିଟ ଆୟୋଜନ ହେବ ବୋଲି ସେ କହିଛନ୍ତି।

ଏବର୍ଷ କୋରାପୁଟରେ ଇକୋରିଟ୍ରିଟ, କୋଣାର୍କ ମହୋତ୍ସବ ଭଳି ପାଳନ ହେବ 'ପରବ'

ଚଳିତ ବର୍ଷରୁ କୋରାପୁଟ 'ପରବ'କୁ କୋଣାର୍କ ମହୋତ୍ସବ ଭଳି ରାଜ୍ୟ ସରକାର ଜାତୀୟସ୍ତରର ଉତ୍ସବର ମାନ୍ୟତା ଦେଇଛନ୍ତି । ବର୍ତମାନ ଠାରୁ ପରବକୁ ରାଜ୍ୟସ୍ତରର ଉତ୍ସଵ ଭାବେ ରାଜ୍ୟ ସରକାରଙ୍କ ତରଫରୁ ପାଳନ କରାଯିବ ବୋଲି ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ସୂଚନା ପ୍ରଦାନ କରିଛନ୍ତି ।

ସୂଚନାଥାଉକି ମାଲକାନଗିରିରେ ଆୟୋଜିତ ମେଘ ଉତ୍ସବରେ ଯୋଗଦେଇ ଭୁବନେଶ୍ବର ଫେରିବା ସମୟରେ କୋରାପୁଟରେ ସାମ୍ବାଦିକଙ୍କ ସହ ଆଲୋଚନା କରିଛନ୍ତି ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରହୀ । ଅବିଭକ୍ତ କୋରାପୁଟ ଜିଲ୍ଲାରେ ପର୍ଯ୍ୟଟନ ପାଇଁ ଥିବା ସମ୍ଭାବନା ସମ୍ପର୍କରେ ଚର୍ଚ୍ଚା କରିଥିଲେ । ଦେଓମାଳିର ସୌନ୍ଦର୍ଯ୍ୟ ଓ ବିଭବ ସମ୍ପର୍କରେ ବର୍ଣ୍ଣନା କରିଛନ୍ତି । ଏଠାରେ ପର୍ଯ୍ୟଟନର ଭରପୂର ସୁଯୋଗ ରହିଥିବାବେଳେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଆୟୋଜନ ହେବ ଇକୋରିଟ୍ରିଟ । ଦେଓମାଳି ପର୍ବତର ଏକ ଅଂଶ ଭାବେ ରହିଥିବା ପୁଟସିଲରେ ଚଳିତ ବର୍ଷ ଇକୋ ରିଟ୍ରିଟର ଆୟୋଜନ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଯାହା ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ରରେ ଏକ ନୂତନ ସମ୍ଭାବନା ସୃଷ୍ଟି କରିଛି ।

କୋରାପୁଟରୁ ସିଏଚ ଶାନ୍ତାକାର,ଇଟିଭି ଭାରତ

Last Updated : Nov 2, 2021, 10:47 PM IST

ABOUT THE AUTHOR

...view details