କୋରାପୁଟ: ଶିକ୍ଷାଦାନ ପାଇଁ ଗୁରୁଙ୍କୁ ସମ୍ମାନ । ଅଖ୍ୟାତ ପଲ୍ଲୀରୁ ସୁପର-30 । ଜାତୀୟ ପୁରସ୍କାରରେ ସମ୍ମାନିତ ହେବେ ଅପହଞ୍ଚ ଇଲାକାର ଶିକ୍ଷାର ପୂଜାରୀ ରାମକୃଷ୍ଣ ସାବତ । ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ‘ଆଇବି ହବ୍ସ ସୁପର-30’ ସମ୍ମାନରେ ସମ୍ମାନିତ ହେବାକୁ ଯାଉଛନ୍ତି କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକର ଲାଛନାଗୁଡା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାମକୃଷ୍ଣ ସାବତ ।
‘ସୁପର-30’ରେ ରାମକୃଷ୍ଣ ସାର୍ ଆସନ୍ତା 19 ତାରିଖରେ ହାଇଦ୍ରାବାଦରେ ଆଇ ବିଲ୍ଡ ଇନୋଭେସନ ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ ହେବ ସେ । ତେବେ ସାରା ଦେଶରୁ ଆସିଥିବା 30 ହଜାରରୁ ଉର୍ଦ୍ଧ୍ବ ନାମାଙ୍କନକୁ ପଛରେ ପକାଇ ବେଷ୍ଟ 30 ଶିକ୍ଷକଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ସେ ।
କୋରାପୁଟର ଲାଛନାଗୁଡା ଉଚ୍ଚ ବିଦ୍ୟାଳୟ । ଏହି ବିଦ୍ୟାଳୟକୁ ନିଜ ସନ୍ତାନ ପରି ଗଢି ତୋଳିଛନ୍ତି ପ୍ରଧାନ ଶିକ୍ଷକ ରାମକୃଷ୍ଣ ସାବତ । ଘୋର ଅଭାବ ଅସୁବିଧା ସତ୍ତ୍ବେ ମାଗିଯାଚି ସ୍ଥାନୀୟ ଲୋକଙ୍କ ସହାୟତାରେ 1991 ମସିହାରେ ସ୍କୁଲକୁ ପ୍ରତିଷ୍ଠା କରିଥିଲେ । ତାଙ୍କର ଏହି ପ୍ରଚେଷ୍ଠା ଯୋଗୁଁ ଆଜି ଶହ ଶହ ପିଲା ପାଠ ପଢି ପାରୁଛନ୍ତି । ଏହାସହ ଏହି ବିଦ୍ୟାଳୟରୁ ବହୁ ପ୍ରତିଭାବାନ ଛାତ୍ରଛାତ୍ରୀଙ୍କ ଜନ୍ମଦାତା ମଧ୍ୟ । ଯାହା କେବଳ ସମ୍ଭବ ହୋଇପାରିଛି ଶିକ୍ଷକ ରାମକୃଷ୍ଣଙ୍କ ପାଇଁ । କୁହାଯାଏ ପରିଶ୍ରମ କେବେ ବୃଥା ଯାଏନା, ବିଳମ୍ବରେ ହେଉ ପଛେ ପ୍ରକୃତ ସମ୍ମାନ ପାଇବାକୁ ଯାଉଛନ୍ତି ସେ । ଯାହା ସମଗ୍ର ଜିଲ୍ଲା ପାଇଁ ବେଶ୍ ଗର୍ବର ବିଷୟ ।
କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ