ଓଡିଶା

odisha

ଏନସିଆରଟିର ରାଷ୍ଟ୍ରୀୟ ପରାମର୍ଶଦାତା ମିଶନ ପାଇଁ ଓଡ଼ିଆ ଶିକ୍ଷକ ମନୋନୀତ

By ETV Bharat Odisha Team

Published : Nov 25, 2023, 6:06 PM IST

Updated : Nov 25, 2023, 10:51 PM IST

National Advisory Mission: କୋରାପୁଟ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରାଥମିକ ଶିକ୍ଷକ ତରୁଣ କୁମାର ଦାଶ ରାଷ୍ଟ୍ରୀୟ ପରିଷଦର ରାଷ୍ଟ୍ରୀୟ ପରାମର୍ଶଦାତା ମିଶନ ପାଇଁ ମନୋନୀତ । ପୂର୍ବରୁ ସକ୍ରିୟାତ୍ମକ କାର୍ଯ୍ୟ ଏବଂ ଶିକ୍ଷଣ ଶିକ୍ଷାଦାନ ସାମଗ୍ରୀ ଜରିଆରେ ପିଲାଙ୍କୁ ଶିକ୍ଷାଦାନ ପାଇଁ ସେ ଚର୍ଚିତ । ଅଧିକ ପଢନ୍ତୁ ।

ଏନସିଆରଟି ର ରାଷ୍ଟ୍ରୀୟ ପରାମର୍ଶଦାତା ମିଶନ ପାଇଁ ଓଡ଼ିଆ ଶିକ୍ଷକ ମନୋନୀତ , ଆକର୍ଷଣୀୟ ଶିକ୍ଷାଦାନ ପାଇଁ ଚର୍ଚ୍ଚାରେ
ଏନସିଆରଟି ର ରାଷ୍ଟ୍ରୀୟ ପରାମର୍ଶଦାତା ମିଶନ ପାଇଁ ଓଡ଼ିଆ ଶିକ୍ଷକ ମନୋନୀତ , ଆକର୍ଷଣୀୟ ଶିକ୍ଷାଦାନ ପାଇଁ ଚର୍ଚ୍ଚାରେ

ଏନସିଆରଟି ର ରାଷ୍ଟ୍ରୀୟ ପରାମର୍ଶଦାତା ମିଶନ ପାଇଁ ଓଡ଼ିଆ ଶିକ୍ଷକ ମନୋନୀତ , ଆକର୍ଷଣୀୟ ଶିକ୍ଷାଦାନ ପାଇଁ ଚର୍ଚ୍ଚାରେ

କୋରାପୁଟ : ଶିକ୍ଷାଦାନ କ୍ଷେତ୍ରରେ ଅଭୂତପୂର୍ବ ପ୍ରଦର୍ଶନ ପାଇଁ କୋରାପୁଟ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରାଥମିକ ଶିକ୍ଷକ ତରୁଣ କୁମାର ଦାଶଙ୍କୁ ଭୁବନେଶ୍ୱର ଠାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ମାନିତ କରିଛନ୍ତି । ଭୁବନେଶ୍ବର ଠାରେ ୩୭ଟି କେନ୍ଦ୍ରୀୟ ବିଦ୍ୟାଳୟ ଓ ୨୬ଟି ଜବାହର ନବୋଦୟ ବିଦ୍ୟାଳୟକୁ ଭାରତ ସରକାରଙ୍କ ପିଏମ ଶ୍ରୀ ଯୋଜନାରେ ଅନ୍ତର୍ଭୁକ୍ତ କରିଥିଲେ। ଏହି ପରିପ୍ରେକ୍ଷୀରେ ଉତ୍କୃଷ୍ଟ ସେବା ତଥା ସଫଳତା ପାଇଁ ବହୁ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା । ଏତଦ୍ ବ୍ୟତୀତ ପିଏମଶ୍ରୀ ସ୍କୁଲ ଭାବେ କୋରାପୁଟ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟକୁ ମାନ୍ୟତା ପ୍ରଦାନ କରାଯିବା ସହ ଏହି ବିଦ୍ୟାଳୟର ପ୍ରାଥମିକ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରୁଥିବା ଶିକ୍ଷକ ତରୁଣ କୁମାର ଦାଶଙ୍କୁ ତାଙ୍କ ବହୁବିଧ ଦକ୍ଷତାକୁ ସମ୍ମାନ ଜଣାଇ ସମ୍ମାନିତ କରାଯାଇଛି । ସମଗ୍ର ଦେଶରେ ଶିକ୍ଷାଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ 15 ଜଣ ଶିକ୍ଷକଙ୍କୁ ସମ୍ମାନିତ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ...ଗଣିତରେ ଦକ୍ଷ ହେବେ ଛାତ୍ରଛାତ୍ରୀ; ବିଦ୍ୟାଳୟରେ କରାଯିବ ସ୍ୱତନ୍ତ୍ର କାର୍ଯ୍ୟକ୍ରମ

ତରୁଣ ଦାଶ ନିକଟ ଅତୀତରେ ଶିକ୍ଷକ ଶିକ୍ଷା ନିମନ୍ତେ ଉଦ୍ଦିଷ୍ଟ ରାଷ୍ଟ୍ରୀୟ ପରିଷଦର ରାଷ୍ଟ୍ରୀୟ ପରାମର୍ଶଦାତା ମିଶନ ପାଇଁ ଓଡ଼ିଶାରୁ ଏକମାତ୍ର ଶିକ୍ଷକ ରୂପେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ ତରଫରୁ ମନୋନୀତ ହୋଇଛନ୍ତି । ଶ୍ରେଣୀଗୃହରେ ପିଲାଙ୍କୁ ଖେଳ, ଅଭିନୟ, ଗୀତ, ନାଚ ଓ ନାଟକ ମାଧ୍ୟମରେ କାହାଣୀ ଓ ଅନ୍ୟାନ୍ୟ ବିଷୟ ଗୁଡିକୁ ଏକ ଆନନ୍ଦମୟ ପରିବେଶ ମଧ୍ୟରେ ଶିକ୍ଷାଦାନ କରି ପିଲାଙ୍କ ମଧ୍ୟରେ ଅଫୁରନ୍ତ ଆନନ୍ଦ ଖେଳାଇ ପାଠ ପଢ଼ାଇବାର ଧାରା ସୃଷ୍ଟି କରିଛନ୍ତି । ସେ ଏହି ସକ୍ରିୟାତ୍ମକ କାର୍ଯ୍ୟ ଏବଂ ଶିକ୍ଷଣ ଶିକ୍ଷାଦାନ ସାମଗ୍ରୀ ଜରିଆରେ ଶିକ୍ଷାଦାନର ଅଭିନବ ଧାରା ଛାତ୍ରଛାତ୍ରୀ ଓ ଅଭିଭାବକ, ଶିକ୍ଷାବିତ ଏବଂ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ବେଶ ଆଦୃତ ହୋଇଛି ।

ଏହା ମଧ୍ୟ ପଢନ୍ତୁ...ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ସୃଷ୍ଟି କରିବା ଲକ୍ଷ୍ୟ, ଲୋକାର୍ପିତ ହେଲା ବିଜ୍ଞାନ ଜ୍ୟୋତି

ଏହା ବ୍ୟତୀତ ତାଙ୍କ ରଚିତ ଓ ନିର୍ଦ୍ଦେଶିତ କ୍ଷୁଦ୍ର ଚଳଚ୍ଚିତ୍ର ଏବଂ ନାଟକ ରାଷ୍ଟ୍ରୀୟ ମଞ୍ଚରେ ମଞ୍ଚସ୍ଥ ସାଂଗକୁ ରାଷ୍ଟ୍ରୀୟ ପୁରସ୍କାର ପାଇ ବହୁ ଚର୍ଚ୍ଚା ସାଉଁଟି ପାରିଛି । ତାଙ୍କ ଏହି ସଫଳତା ପାଇଁ କ୍ଷେତ୍ରୀୟ କାର୍ଯ୍ୟାଳୟ ଡେପୁଟି କମିଶନର ଶିହରଣ ବୋଷ, ବିଦ୍ୟାଳୟ ଅଧ୍ୟକ୍ଷ ପ୍ରଦୀପ କମାନୁ, ପୂର୍ବତନ ଭାରପ୍ରାପ୍ତ ଅଧ୍ୟକ୍ଷ ଅରବିନ୍ଦ ବିଶ୍ଵାଳ ତଥା ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଇଟିଭି ଭାରତ, କୋରାପୁଟ

Last Updated : Nov 25, 2023, 10:51 PM IST

ABOUT THE AUTHOR

...view details