ଓଡିଶା

odisha

ETV Bharat / state

ସାର୍ ପାଇବେ ସମ୍ମାନ; ଶିକ୍ଷାଦାନରେ ଚହଟିଲା କୋରାପୁଟ - ଭାରତ ପ୍ରାପ୍ତ ପ୍ରଧାନ ଶିକ୍ଷକ ପବିତ୍ର ମୋହନ ଦାସ

ପଛୁଆ ଜିଲ୍ଲାର ସାରଙ୍କୁ ମିଳିବ ସମ୍ମାନ । ସାରା ରାଜ୍ୟ ପାଇଁ ଗୌରବ ଆଣିଲେ ଖଟଲୁଗୁଡା ବିଦ୍ୟାଳୟର ଶିକ୍ଷକ । ଯାହାକୁ ନେଇ ଛୁଟୁଛି ପ୍ରଶଂସାର ସୁଅ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

By

Published : Aug 26, 2019, 6:51 PM IST

Updated : Aug 26, 2019, 7:07 PM IST

କୋରାପୁଟ: ପଛୁଆ ଜିଲ୍ଲାର ଆଗୁଆ ଶିକ୍ଷକ ସାରା ରାଜ୍ୟରେ ଏକମାତ୍ର ଶିକ୍ଷକ ପବିତ୍ର ମୋହନ ଦାସ । ଚଳିତ ବର୍ଷ ପାଇବେ ଶ୍ରେଷ୍ଠ ଶିକ୍ଷକ ସମ୍ମାନ । ଏଥିପାଇଁ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟରୁ ପବିତ୍ର ମୋହନଙ୍କ ପାଖକୁ ଆସିଛି ଚିଠି । ଆଉ ଏହି ଖବର ଜଣାପଡିବା ପରେ ଏବେ ତାଙ୍କ ନିକଟକୁ ଛୁଟୁଛି ଶୁଭେଛାର ସୁଅ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆସନ୍ତା ଗୁରୁ ଦିବସରେ ନୂଆଦିଲ୍ଲୀରେ ଶ୍ରେଷ୍ଠ ଶିକ୍ଷକଙ୍କୁ ସମ୍ମାନିତ କରାଯିବ । ସେଥିପାଇଁ ଚଳିତ ବର୍ଷ 45 ଜଣ ଶିକ୍ଷକଙ୍କୁ ମନୋନୀତ କରାଯାଇଛି । ଯେଉଁଥିରେ କୋରାପୁଟ ଜିଲ୍ଲା ଖଟଲୁଗୁଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରାପ୍ରାପ୍ତ ପ୍ରଧାନ ଶିକ୍ଷକ ପବିତ୍ର ମୋହନ ଦାସ ଅଛନ୍ତି ।


କୋରାପୁଟ ଜିଲ୍ଲା ବୋରିଗୁମ୍ମାରେ ଜନ୍ମିତ ପବିତ୍ର ମୋହନ ଦାସ ଜୟପୁର ବିକ୍ରମ ଦେବ କଲେଜରୁ ପାଠପଢା ସରିବା ପରେ ୨୦୦୧ ମସିହାରୁ ଶିକ୍ଷକତା ଆରମ୍ଭ କରିଥିଲେ । ଗତ 7ବର୍ଷ ହେଲା ପବିତ୍ର ମୋହନ ଦାସ ଉକ୍ତ ସ୍କୁଲରେ ଅଛନ୍ତି । ପବିତ୍ରଙ୍କ ସ୍ବତନ୍ତ୍ରତା ହେଲା ଭିନ୍ନ ଢଙ୍ଗରେ ପାଠପଢା ପିଲାଙ୍କୁ ଖୁବ ଆକର୍ଷଣ କରିବା ସହ ଛାତ୍ରଛାତ୍ରୀ ମାନେ ସରଳ, ସହଜରେ ବୁଝି ନିଅନ୍ତି । ଗଣିତ ଭଳି ଜଟିଳ ଅଙ୍କକୁ ସହଜ କରିବା ପାଇଁ କାଠ ନିର୍ମିତ ଆୟତଚିତ୍ର, ବର୍ଗ ଚିତ୍ର, ଭଳି ଅନେକ ଆକୃତିକୁ ଅଭ୍ୟାସ ସ୍ତରରେ ବୁଝାଇ ଥାଆନ୍ତି । ଯାହା ତାଙ୍କୁ ଆଜି ସଫଳତା ଆଣିଦେବା ସହ ଛାତ୍ରଛାତ୍ରୀଙ୍କ ମନରେ ସମ୍ମାନ ଆଣିଦେଇଛି । ତେବେ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ କୋରାପୁଟ ଜିଲ୍ଲାର ଶିକ୍ଷକଙ୍କୁ ଏହି ସମ୍ମାନ ମିଳୁଥିବାରୁ ଏହାକୁ ନେଇ ସାରା ରାଜ୍ୟରେ ଯୋରଦାର ଚର୍ଚ୍ଚା ‘ପଛୁଆ ଜିଲ୍ଲାର ଆଗୁଆ ଶିକ୍ଷକ’ ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Last Updated : Aug 26, 2019, 7:07 PM IST

ABOUT THE AUTHOR

...view details