କୋରାପୁଟ: ସାରା ବିଶ୍ବରେ କୋରୋନା ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ଓଡିଶାରେ ମୋଟ 3 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ କୋରାପୁଟ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା କେହି ଏହି ଭୂତାଣୁ ଦ୍ବାରା ସଂକ୍ରମିତ ହୋଇନଥିବା ନେଇ କୋରାପୁଟ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ସେପଟେ ଜିଲ୍ଲାରେ ଏଯାବତ 11 ହଜାରରୁ ଊର୍ଦ୍ଧ୍ବ ଲୋକଙ୍କୁ କ୍ବାରେଣ୍ଟାଇନରେ ରଖିବା ପାଇଁ ପଞ୍ଚାୟତ ସ୍ତରରୁ ଜିଲ୍ଲାର ପ୍ରମୁଖ ସହର ଗୁଡିକରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଶନିବାର କୋରାପୁଟ ସହରରେ ପୌର ପରିଷଦର ଟାଉନ ହଲ, କଲ୍ୟାଣ ମଣ୍ଡପ ଓ ମହିଳା ମହାବିଦ୍ୟାଳୟର ଛାତ୍ରୀ ନିବାସକୁ ସ୍ବତନ୍ତ୍ର କ୍ବାରେଣ୍ଟାଇନ ଗୃହ ଭାବେ ପ୍ରସ୍ତୁତ କରାଯାଇଛି । ଏହି ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ଗୁଡିକରେ ଆଗାମୀ ଦିନରେ କେହି ରୋଗୀ ରହିଲେ ତାଙ୍କ ପାଇଁ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।