କୋରାପୁଟ: ସାରା ଭାରତବର୍ଷର ବିଭିନ୍ନ ସ୍ଥାନରୁ 800ରୁ ଊର୍ଦ୍ଧ୍ବ ପ୍ରତିଯୋଗୀଙ୍କୁ ପଛରେ ପକାଇ କୋରାପୁଟର ସସ୍ମିତା ନାଗ ଆଇୱା ମିସ ଇଣ୍ଡିଆ ପ୍ରତିଯୋଗିତାରେ ସମ୍ମାନଜନକ କ୍ବାରେଣ୍ଟାଇନ ପ୍ରିନ୍ସେସ ସମ୍ମାନର ଅଧିକାରୀ ହୋଇ କୋରାପୁଟକୁ ଗୌରବ ଆଣିଦେଇଛନ୍ତି । ସସ୍ମିତାଙ୍କ ଏହି ବିଜୟରେ ଆନନ୍ଦିତ ହୋଇ କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର ମଧ୍ୟ ତାଙ୍କୁ ସମ୍ମାନିତ କରିଛନ୍ତି । ଅନ ଲାଇନରେ ଆୟୋଜିତ ଏହି ପ୍ରତିଯୋଗିତାର କଠିନ ଯାତ୍ରାରେ ସଫଳତା ସହଜ ନଥିବା ବେଳେ କୋରାପୁଟ ଅଞ୍ଚଳର ଆଦିବାସୀଙ୍କ ଜୀବନଧାରା ସମ୍ପର୍କରେ ପ୍ରଶ୍ନଉତ୍ତର ତାଙ୍କୁ ସଫଳତାର ପାହାଚ ଚଢ଼ିବାରେ ସହାୟକ ହୋଇଥିଲା ବୋଲି ସସ୍ମିତା ଜଣାଇଛନ୍ତି ।
ଜାତୀୟ ବିୟୁଟି ପ୍ରତିଯୋଗୀତାରେ ବିଜୟୀ କୋରାପୁଟ ଝିଅ - ବିୟୁଟି ପ୍ରତିଯୋଗୀତାରେ ବିଜୟୀ କୋରାପୁଟ ଝିଅ
ସାରା ଭାରତବର୍ଷର ବିଭିନ୍ନ ସ୍ଥାନରୁ 800ରୁ ଊର୍ଦ୍ଧ୍ବ ପ୍ରତିଯୋଗୀଙ୍କୁ ପଛରେ ପକାଇ କୋରାପୁଟର ସସ୍ମିତା ନାଗ ଆଇୱା ମିସ ଇଣ୍ଡିଆ ପ୍ରତିଯୋଗିତାରେ ସମ୍ମାନଜନକ କ୍ବାରେଣ୍ଟାଇନ ପ୍ରିନ୍ସେସ ସମ୍ମାନର ଅଧିକାରୀ ହୋଇ କୋରାପୁଟକୁ ଗୌରବ ଆଣିଦେଇଛନ୍ତି । ସସ୍ମିତାଙ୍କ ଏହି ବିଜୟରେ ଆନନ୍ଦିତ ହୋଇ କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର ମଧ୍ୟ ତାଙ୍କୁ ସମ୍ମାନିତ କରିଛନ୍ତି । ଅଧିକ ପଢନ୍ତୁ...
ବିଜୟର ଏହି ମୁକୁଟ ପିନ୍ଧିବା ପରେ ବର୍ତମାନ କୋରାପୁଟର କଳା ଓ ସଂସ୍କୃତିକୁ ବିଶ୍ୱ ଦରବାରରେ ପ୍ରଚାର ପ୍ରସାର କରିବା ଦିଗରେ ସେ କାର୍ଯ୍ୟ କରିବାର ସ୍ୱପ୍ନ ରଖିଛନ୍ତି ବୋଲି ସସ୍ମିତା ସୂଚନା ପ୍ରଦାନ କରିଛନ୍ତି । ତେବେ କୋରାପୁଟ ଜିଲ୍ଲାରେ ନିଜ ପ୍ରୟାସରେ ଫେସନ, ବିଉଟି ପ୍ରତିଯୋଗିତା ହେଉ ବା ନାଚ, ଗୀତ ବା ଖେଳକୁଦ ହେଉ ଏହି ପ୍ରତିଭା ସମ୍ପନ୍ନ ଯୁବପିଢି ଉଚିତ ପରିମାଣର ସରକାରୀ ଓ ବେସରକାରୀ ସହଯୋଗ ନପାଇ ବଣ ମଲ୍ଲି ବଣରେ ହିଁ ହଜି ଗଲାଭଳି ସୀମିତ ଉପଲବ୍ଧିରେ ହିଁ ରହିଯାଉଥିବା କୋରାପୁଟସ୍ଥିତ କଳିଙ୍ଗ ସ୍ପୋର୍ଟସ ଏକାଡେ଼ମୀର ସଭାପତି ପ୍ରଦୀପ ମହାନ୍ତି କ୍ଷୋଭ ପ୍ରକାଶ କରିଛନ୍ତି । ସରକାରଙ୍କ ଦ୍ୱାରା ଏପରି ପ୍ରତିଭାବାନ ଯୁବକ ଯୁବତୀଙ୍କୁ ପ୍ରୋତ୍ସାହନ ଯୋଗାଇଦେବା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ