ଓଡିଶା

odisha

By

Published : Dec 9, 2022, 12:09 PM IST

ETV Bharat / state

ସଂସଦ ଭବନ ସେଣ୍ଟ୍ରାଲ ହଲରେ ଭାଷଣ ଦେଲେ କୋରାପୁଟ ଝିଅ ଶୀତଲଗ୍ନା, ଗର୍ବିତ ପରିବାର

କୋରାପୁଟ ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟରେ ଅଧ୍ୟୟନରତ ଦଶମ ଶ୍ରେଣୀ ଛାତ୍ରୀ ଶୀତଲଗ୍ନା ଶତପଥୀ (odia girl shitilgna satapathy ) ସଂସଦ ଭବନ କେନ୍ଦ୍ରୀୟ କକ୍ଷରେ ଭାଷଣ ଦେଇଛନ୍ତି । ଝିଅର ଏହି ସଫଳତାରେ ପରିବାରରେ ଖୁସିର ଲହରୀ ଖେଳିଯାଇଛି । ଅଧିକ ପଢନ୍ତୁ

ସଂସଦ ଭବନ ସେଣ୍ଟ୍ରାଲ ହଲରେ ଭାଷଣ ଦେଲେ କୋରାପୁଟ ଝିଅ ଶୀତଲଗ୍ନା
ସଂସଦ ଭବନ ସେଣ୍ଟ୍ରାଲ ହଲରେ ଭାଷଣ ଦେଲେ କୋରାପୁଟ ଝିଅ ଶୀତଲଗ୍ନା

କୋରାପୁଟ: ସଂସଦ ସେଣ୍ଟ୍ରାଲ ହଲରେ ଭାଷଣ ଦେଲେ ଓଡିଆ ଝିଅ (Odia girl shitilgna satapathy) । କୋରାପୁଟ ଜିଲ୍ଲା ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟରେ ଅଧ୍ୟୟନରତ ଦଶମ ଶ୍ରେଣୀର ଛାତ୍ରୀ ଶୀତଲଗ୍ନା ଶତପଥୀ ଭାରତ ସଂସଦ ଭବନର ସେଣ୍ଟ୍ରାଲ ହଲରେ ଭାଷଣ ଦେଇଛନ୍ତି । ଯାହା କୋରାପୁଟ ଜିଲ୍ଲା ତଥା ସମଗ୍ର ଓଡ଼ିଶା ପାଇଁ ଗୌରବ ଆଣିଛି । ଏନେଇ ପରିବାରରେ ମଧ୍ୟ ଖୁସି ଦେଖିବାକୁ ମିଳିଛି ।

ସଂସଦ ଭବନ ସେଣ୍ଟ୍ରାଲ ହଲରେ ଭାଷଣ ଦେଲେ କୋରାପୁଟ ଝିଅ ଶୀତଲଗ୍ନା

ଦିଲ୍ଲୀ ଏନସିଇଆରଟି ସହଯୋଗରେ ସଂସଦ ସଚିବାଳୟ ଦ୍ଵାରା ଆୟୋଜିତ 'ତୁମ ସଂସଦକୁ ଜାଣ' କାର୍ଯ୍ୟକ୍ରମରେ ଓଡ଼ିଶାର ଏକମାତ୍ର ଛାତ୍ରୀ ଭାବେ ରାଜ୍ୟକୁ ପ୍ରତିନିଧିତ୍ଵ କରିଥିଲେ ଶୀତଲଗ୍ନା । ତାଙ୍କ ବାପା ରାଜ୍ୟର ସୁନାମଧନ୍ୟ କବି ରବି ଶତପଥୀ ଏ ନେଇ ସୂଚନା ଦେଇଛନ୍ତି । ସମଗ୍ର ଭାରତ ବର୍ଷରୁ ଆସିଥିବା ସମୁଦାୟ 27ଜଣ ଛାତ୍ରଛାତ୍ରୀ ସଂସଦକୁ ଯାଇ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ ଭାଷଣ ଦେବା ପାଇଁ ସ୍ବତନ୍ତ୍ର ଭାବେ ଯେଉଁ 13 ଜଣଙ୍କୁ ଚୟନ କରାଯାଇଥିଲା ସେମାନଙ୍କ ମଧ୍ୟରୁ ଜଣେ ହେବା ଜୀବନର ଏକ ବଡ ଉପଲବ୍ଧି ବୋଲି ଶୀତଲଗ୍ନା ମତ ରଖିଛନ୍ତି ।

ସଂସଦ ଭବନ ସେଣ୍ଟ୍ରାଲ ହଲରେ ଭାଷଣ ଦେଲେ କୋରାପୁଟ ଝିଅ ଶୀତଲଗ୍ନା

ଲୋକସଭା, ରାଜ୍ୟସଭା ଓ ସଂସଦ ପାଠାଗାରକୁ ବୁଲି ଦେଖିବାରେ ଏକ ଅପୂର୍ବ ଆନନ୍ଦ ସାଉଁଟିଥିଲେ ଶୀତଲଗ୍ନା । ସଂସଦର ସେଣ୍ଟ୍ରାଲ ହଲ ମଧ୍ୟରେ ନିମନ୍ତ୍ରିତ ଅତିଥିଙ୍କ ଗହଣରେ ଭାରତର ପ୍ରଥମ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦଙ୍କ ଜୀବନୀ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିବା ତାଙ୍କ ଜୀବନରେ ନୂତନ ଉତ୍ସାହ ଭରି ଦେଇଥିବା କହିଛନ୍ତି ଶୀତଲଗ୍ନା । ସଡକ ସୁରକ୍ଷା ସଚେତନତାକୁ ନେଇ ନିକଟ ଅତୀତରେ ଆୟୋଜିତ ଜାତୀୟ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରତିଯୋଗିତାରେ କୋରାପୁଟ କେନ୍ଦ୍ରୀୟ ବିଦ୍ୟାଳୟ ଦ୍ଵାରା ପ୍ରସ୍ତୁତ ନାଟକରେ ଅଭିନୟ କରି ଶ୍ରେଷ୍ଠ ଅଭିନେତ୍ରୀ ଭାବେ ମନୋନୟନ ହୋଇଥିଲେ ଶୀତଲଗ୍ନା ଶତପଥି । ଏହି ସଫଳତା ଶୀତଲଗ୍ନାଙ୍କୁ ସଂସଦ ଭବନରେ ପହଞ୍ଚାଇ ପାରିଛି । ଭବିଷ୍ୟତରେ ଆହୁରି ଅନେକ ଉପଲବ୍ଧିର ସହିତ କୋରାପୁଟ ଜିଲ୍ଲାର ମାନ ସମ୍ମାନକୁ ବୃଦ୍ଧି କରିବାରେ କାର୍ଯ୍ୟ କରିବେ ବୋଲି କହିଛନ୍ତି ।

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details