ଓଡିଶା

odisha

ETV Bharat / state

ବିନା ଲାଇସେନ୍ସରେ ଚାଲୁଥିଲା ଗ୍ୟାଲେକ୍ସି ସିନେମା ହଲ୍‌, ସିଲ କଲା ଜିଲ୍ଲା ପ୍ରଶାସନ - ବିନା ଲାଇସେନ୍ସରେ ଚାଲୁଥିଲା ଗ୍ୟାଲେକ୍ସି ସିନେମା ହଲ୍‌

ସିଲ୍ ହେଲା ସିନେମା ହଲ୍ । ବେଆଇନ ଭାବେ ଚାଲୁଥିଲା ସିନେମା । ହଜାର ହଜାର ଟଙ୍କାର ଜୋରିମାନା ଲଗାଇଲା ଜିଲ୍ଲା ପ୍ରଶାସନ । ଅଧିକ ପଢ଼ନ୍ତୁ

http://10.10.50.80:6060///finalout3/odisha-nle/finalout/10-May-2022/15245883_od.mp4
http://10.10.50.80:6060///finalout3/odisha-nle/finalout/10-May-2022/15245883_od.mp4

By

Published : May 10, 2022, 5:30 PM IST

କୋରାପୁଟ : ବିନା ଲାଇସେନସରେ ସିନେମା ଚଲାଉଥିବାରୁ ସିନେମା ହଲକୁ ସିଲ୍ କରିଦେଲେ ଜିଲ୍ଲା ପ୍ରଶାସନ । ଏହାସହ ସିନେମା ହଲ୍‌କୁ ୯୭ ହଜାର ୪ଶହ ଟଙ୍କା ଜୋରିମାନା ସହ ଜିଲ୍ଲା ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଛି ।

ବିନା ଲାଇସେନ୍ସରେ ଚାଲୁଥିଲା ଗ୍ୟାଲେକ୍ସି ସିନେମା ହଲ୍‌, ସିଲ କଲା ଜିଲ୍ଲା ପ୍ରଶାସନ

ଖବର ଅନୁଯାୟୀ, ୨୦୧୯ ମସିହା ପରଠାରୁ ଲାଇସେନ୍ସ ନବୀକରଣ ନକରି କୋରାପୁଟ ଜିଲ୍ଲା ସେମିଳିଗୁଡ଼ାସ୍ଥିତ ଗ୍ୟାଲେକ୍ସି ସିନେମା ହଲ୍ ମାଲିକ ବେଆଇନ ଭାବେ ସିନେମା ଚଲାଉଥିଲେ । ଖାଲି ସେତିକି ନୁହେଁ ଗତ ଦୁଇ ବର୍ଷ ହେବ ଲାଇସେନ୍ସ ନବୀକରଣ କରିନଥିବା ଓ ଅଗ୍ନି ନିରାପତ୍ତା ପାଇଁ ଉଚ୍ଚ କ୍ଷମତା ସମ୍ପର୍ଣ୍ଣ ପାଣି ପମ୍ପ ଲାଗିନାହିଁ । ଯାହାଫଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।

ସିନେମା ହଲ୍‌ର ସମସ୍ତ ପ୍ରବେଶ ରାସ୍ତାକୁ ସିଲ୍ କରାଯାଇଛି । ଚଢ଼ାଉ ସମୟରେ କୋରାପୁଟ ଉପଜିଲ୍ଲାପାଳଙ୍କ ସହ ସୁନାବେଡ଼ା ଏସଡିପିଓ ମନୋଜ କୁମାର ବେହେରା, ସୁନାବେଡା ଓ ସେମିଳିଗୁଡା ଥାନା ଆଇଆଇସି ସେମିଳିଗୁଡା ଅତିରିକ୍ତ ତହସିଲଦାର ପ୍ରମୁଖ ଉପସ୍ଥିତ ଥିଲେ ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details