ଓଡିଶା

odisha

ETV Bharat / state

ବର୍ଷା ଭରିଦେଇଛି କୋରାପୁଟ ଚାଷୀ ମନରେ ନୂତନ ଆଶା

ଗତ କିଛି ଦିନ ହେବ କାଳବୈଶାଖୀ ପ୍ରଭାବରେ ହୋଇଥିବା ବର୍ଷା କୋରାପୁଟ ଚାଷୀଙ୍କ ମନରେ ନୂତନ ଆଶା ଭରିଦେଇଛି ।

By

Published : Jun 8, 2019, 2:39 PM IST

ଫଟୋ ସୌଜନ୍ଯ:ସମ୍ବାଦଦାତା, କୋରାପୁଟ

କୋରାପୁଟ: କୋରାପୁଟ ଚାଷୀ ମନରେ ନୂତନ ଆଶା ଭରିଛି କାଳବୈଶାଖୀ । ଗତ କିଛି ଦିନ ହେବ କାଳବୈଶାଖୀ ପ୍ରଭାବରେ ହୋଇଥିବା ବର୍ଷା କୋରାପୁଟ ଚାଷୀଙ୍କ ମନରେ ନୂତନ ଆଶା ଭରିଦେଇଛି ।

ଭିଡିଓ ସୌଜନ୍ଯ:ସମ୍ବାଦଦାତା, କୋରାପୁଟ

ସୂଚନା ଅନୁଯାୟୀ, ଗତ କିଛିଦିନ ହେବ କୋରାପୁଟରେ ଅପରାହ୍ନ ସମୟରେ ବର୍ଷା ହେଉଥିବା ଯୋଗୁଁ କୋରାପୁଟ ପାଖଆଖରେ ଡଙ୍ଗର ଜମିରେ ଚାଷୀମାନେ ହଳ ବୁଲାଇବା ଆରମ୍ଭ କରିଛନ୍ତି । କିଛି ଚାଷୀ ମୁଗ, ବିରି, କାନ୍ଦୁଲ ବୁଣିବାର ଯୋଜନା କରିଛନ୍ତି ତ ଆଉ କେହି ଚାଷୀ ଧାନ ଚାଷ କରିବା ପାଇଁ ମନ ବଳାଇଛନ୍ତି ।

ତେବେ ବର୍ତ୍ତମାନ ହଳ କରିବା ଫଳରେ ଆସନ୍ତା ମାସକ ମଧ୍ୟରେ ମାଟି ତଳେ ଲୁଚି ରହିଥିବା ପୋକଜୋକ ଓ ଫସଲକୁ ହାନି ପହଞ୍ଚୁଥିବା ବିଭିନ୍ନ କୀଟ ସୂର୍ଯ୍ୟକିରଣ ପଡିବା ପରେ ମରିଯାଇଥାନ୍ତି । ତେଣୁ ଏହା ଫଳରେ ଆସନ୍ତା ମାସ କୃଷି ଉପଯୋଗୀ ବର୍ଷା ହେବା ସମୟରେ ମାଟି ହାଲୁକା ହେବା ସହ ଚାଷ କରିବାରେ ସୁବିଧା ହେବ ବୋଲି ଚାଷୀ ଆଶା ବାନ୍ଧିଛନ୍ତି ।


କୋରାପୁଟରୁ ସି.ଏଚ୍, ସାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details