ଓଡିଶା

odisha

ETV Bharat / state

କୋରାପୁଟରେ ଇକୋ ରିଟ୍ରିଟର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ - କୋରାପୁଟ ଗିର୍ଲିମାଳୀରେ ଇକୋ ରିଟ୍ରିଟ ଖବର

ପୁଟସିଲ ଓ ଫୁଲବନ୍ଧ ଗାଁ ମଝିରେ ଥିବା ସୁଉଚ୍ଚ ପର୍ବତ ଗିର୍ଲିମାଳି ଉପରେ ଏକ ବିସ୍ତୀର୍ଣ୍ଣ ସମତଳ ଟାପୁରେ ଇକୋ ରିଟ୍ରିଟକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

ଗିର୍ଲିମାଳୀରେ ଇକୋ ରିଟ୍ରିର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଗିର୍ଲିମାଳୀରେ ଇକୋ ରିଟ୍ରିର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

By

Published : Dec 2, 2022, 9:58 AM IST

କୋରାପୁଟ: ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର କୋରାପୁଟ ଜିଲ୍ଲାରେ ଆରମ୍ଭ ହେଲା ଇକୋ ରିଟ୍ରିଟ । ପୁଟସିଲ ଓ ଫୁଲବନ୍ଧ ଗାଁ ମଝିରେ ଥିବା ସୁଉଚ୍ଚ ପର୍ବତ ଗିର୍ଲିମାଳି ଉପରେ ଏକ ବିସ୍ତୀର୍ଣ୍ଣ ସମତଳ ଟାପୁରେ ଇକୋ ରିଟ୍ରିଟ ଆରମ୍ଭ ହୋଇଛି । ଗତକାଲି(ଗୁରୁବାର) ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫେରେସିଂ ମାଧ୍ୟମରେ ଉଦଘାଟନ କରିଛନ୍ତି ।

ଗିର୍ଲିମାଳୀରେ ଇକୋ ରିଟ୍ରିର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଏହି ମନୋରମ ସ୍ଥାନରେ ରାତ୍ରି ଯାପନ କରିବା ପାଇଁ ଉନ୍ନତ ମାନର ଟେଣ୍ଟରେ ରହଣୀର ବ୍ୟବସ୍ଥା କରାଯାଇଥିବା ବେଳେ ଦେଓମାଳି ପର୍ବତାରୋହଣ ସାଙ୍ଗକୁ ପର୍ଯ୍ୟଟକ ଆଖପାଖ ଅଞ୍ଚଳ ବୁଲିଦେଖିବାର ସୁଯୋଗ ପାଇବେ । ଏହା କୋରାପୁଟ ଅଞ୍ଚଳରେ ପର୍ଯ୍ୟଟନର ବିକାଶ ଏବଂ ସ୍ଥାନୀୟ ଲୋକଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଉପାର୍ଜନର ସୁଯୋଗ ଦେବା ସାଙ୍ଗକୁ ପର୍ଯ୍ୟଟକଙ୍କ ପାଇଁ ସୁବିଧା ସୁଯୋଗ ସୃଷ୍ଟି କରିବ । ଗୁରୁବାର ପର୍ଯ୍ୟଟନସ୍ଥଳୀକୁ ଫିତାକାଟି ପର୍ଯ୍ୟଟକଙ୍କ ପାଇଁ ଉନ୍ମୋଚନ କରିଥିବା ପଟ୍ଟାଙ୍ଗି ବିଧାୟକ ପ୍ରିତମ ପାଢ଼ୀ ମତ ରଖିଛନ୍ତି ।

ଏହା ମଧ୍ୟ ପଢନ୍ତୁ: 100 କିମି ମନି ଅର୍ଡର ପହଞ୍ଚିବା ପାଇଁ ଲାଗିଲା 4 ବର୍ଷ, ପୋଷ୍ଟାଲ ବିଭାଗ କାର୍ଯ୍ୟ ଉପରେ ପ୍ରଶ୍ନ

ଇକୋ ରିଟ୍ରିଟରେ ବିବିଧ କାର୍ଯ୍ୟକ୍ରମ ମାଧ୍ୟମରେ ଜାତୀୟ ଓ ଆନ୍ତର୍ଜାତୀୟ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ସହିତ ଏହା ମାଧ୍ୟମରେ କୋରାପୁଟର ଆଦିବାସୀ ଜୀବନଧାରା ଓ ପର୍ବତମାଳା ମଧ୍ୟରେ ଥିବା କୋରାପୁଟ ଅଞ୍ଚଳର ନୈସର୍ଗିକ ସୌନ୍ଦର୍ଯ୍ୟ ବିଶ୍ୱ ଦରବାରରେ ଆଦୃତ ହୋଇପାରିବ ବୋଲି ପଟାଙ୍ଗି ବିଧାୟକ ଆଶା ପୋଷଣ କରିଛନ୍ତି ।

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details