ଓଡିଶା

odisha

ETV Bharat / state

କୃତି ଛାତ୍ରଛାତ୍ରୀଙ୍କୁ କୋରାପୁଟ ଜିଲ୍ଲାପାଳଙ୍କ ସମ୍ବର୍ଦ୍ଧନା

କୋରାପୁଟ ଜିଲ୍ଲା ପ୍ରଶାସନ ତରଫରୁ ମାଟ୍ରିକ ପରୀକ୍ଷାରେ ଜିଲ୍ଲାର ଅଧିକ ମାର୍କ ରଖିଥିବା ୮୭ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଅନ୍ୟପଟେ ପୂର୍ବବର୍ଷ ଅପେକ୍ଷା ଜିଲ୍ଲାରେ ପାସ୍ ହାର କମି ଥିବାରୁ ତାହାର ମଧ୍ୟ ସମୀକ୍ଷା କରାଯାଇଛି ।

By

Published : Jun 22, 2019, 9:45 AM IST

Updated : Jun 22, 2019, 9:57 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

କୋରାପୁଟ: କଠିନ ପରିଶ୍ରମ ହିଁ ସଫଳତାର ଚାବିକାଠି । ଆଉ ଯେଉଁମାନେ କଠୋର ପରିଶ୍ରମ ବଳରେ ସଫଳତାର ପାହାଚ ଚଢିଛନ୍ତି ସେହି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଛି କୋରାପୁଟ ଜିଲ୍ଲା ପ୍ରଶାସନ । ଜିଲ୍ଲାର ସର୍ବଶ୍ରେଷ୍ଠ ମାର୍କ ରଖିଥିବା ଦଶମ ପାସ କରିଥିବା 87ଜଣ ଛାତ୍ରଛାତ୍ରୀଙ୍କୁ ଜିଲ୍ଲାପାଳ ସୁଦର୍ଶନ ଚକ୍ରବର୍ତ୍ତୀ ସମ୍ମାନିତ କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ଅନ୍ୟପଟେ ଚଳିତ ବର୍ଷ ଜିଲ୍ଲାରେ ପାସ୍ ହାର କମିଥିବାରୁ ଏହାର ସମୀକ୍ଷା ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ସମସ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକମାନଙ୍କ ବୈଠକ ସରିଥିବା ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ପଣ୍ଡା ଜଣାଇଛନ୍ତି । ଖୁବ୍‌ ଶୀଘ୍ର ବିଷୟଗତ ଶିକ୍ଷକ ଓ ଶିକ୍ଷାବିତ୍‌ଙ୍କ ପରାମର୍ଶ କ୍ରମେ ଆସନ୍ତା ବର୍ଷ ଉନ୍ନତ ମାନର ଫଳାଫଳ ପାଇବା ପାଇଁ ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯିବ ବୋଲି ସେ ସୂଚନା ପ୍ରଦାନ ଦେଇଥିଲେ ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

Last Updated : Jun 22, 2019, 9:57 AM IST

ABOUT THE AUTHOR

...view details