ଓଡିଶା

odisha

ETV Bharat / state

ଚେସ ଖେଳରେ କୋରାପୁଟ ଜିଲ୍ଲା ଆଗକୁ ବଢିଛି - ଚେସ ଖେଳ ପ୍ରତି ପିଲାଙ୍କର ଆଗ୍ରହ ବଢ଼ିଛି

ଚେସ ଖେଳରେ ଆଗୁଆ ରହିଛି କୋରାପୁଟ । ରାଜ୍ୟ ତଥା ରାଜ୍ୟ ବାହାରେ କରିପାରିଛି ସୁନାମ ଅର୍ଜନ । ଅଧିକ ପଢ଼ନ୍ତୁ

chess game in Koraput
ଚେସ ଖେଳରେ କୋରାପୁଟ ଆଗୁଆ

By

Published : Jan 24, 2023, 9:36 AM IST

ଚେସ ଖେଳରେ କୋରାପୁଟ ଆଗୁଆ

କୋରାପୁଟ : ଚେସ ଖେଳରେ କୋରାପୁଟ ଜିଲ୍ଲା ଆଗକୁ ବଢିଛି । ଯାହାକୁ ନେଇ ଏବେ ଚେସ ଖେଳ ପ୍ରତି ପିଲାଙ୍କର ଆଗ୍ରହ ବଢ଼ିଛି । ଗତବର୍ଷ କୋରାପୁଟ ଜିଲ୍ଲାରୁ ବିଷ୍ଣୁପ୍ରିୟା ମାଝୀ କୋଏମ୍ବାଟୁରରେ ଅନୁଷ୍ଠିତ ହୋଇ ଥିବା 18 ବର୍ଷରୁ କମ ବୟସର ପିଲାଙ୍କ ପାଇଁ ଜାତୀୟ ଚେସ ଚାମ୍ପିଅନସିପରେ ଅଂଶଗ୍ରହଣ କରିବା ପାଇଁ ମନୋନୀତ ହୋଇଥିଲେ । ତାଙ୍କର ଏହି ସଫଳତା କୋରାପୁଟ ଜିଲ୍ଲାରେ ଶିଶୁ , କିଶୋର , କିଶୋରୀ ଓ ଯୁବପୀଢ଼ିଙ୍କ ମଧ୍ୟରେ ଏକ ନୂତନ ଉତ୍ସାହ ଭରି ଦେଇଛି । ଫଳରେ ଅଧିକରୁ ଅଧିକ ସଂଖ୍ୟକ ପିଲା ଏବେ ଚେସ ଖେଳିବା ଦିଗରେ ଆଗ୍ରହ ପ୍ରକାଶ କରୁଛନ୍ତି । ଏଭଳି ମନ୍ତବ୍ୟ ଦେଇଛନ୍ତି କଳିଙ୍ଗ ଫାଉଣ୍ଡେସନର ନିର୍ଦ୍ଦେଶକ ତଥା କୋରାପୁଟ ଜିଲ୍ଲା ଚେସ୍‌ ଆସୋସିଏସନର ସମ୍ପାଦକ ପ୍ରଦୀପ ମହାନ୍ତି ।

ପିଲାଙ୍କ ମଧ୍ୟରେ ଦେଖାଯାଇଥିବା ଆଗ୍ରହକୁ ଆଖିରେ ରଖି 2019ରେ କୋରାପୁଟ ଜିଲ୍ଲା ଚେସ ଆସୋସିଏସନର ଗଠନ କରିବାସହ ଏହି ଆସୋସିଏସନ ମାଧ୍ୟମରେ ଜିଲ୍ଲାରେ ଚେସ ଖେଳିବାର ତାଲିମ ଦିଆଯାଇଥିଲା । ବିଭିନ୍ନ ସମୟରେ ଛୋଟ ବଡ ତାଲିମ ଶିବିର ଆୟୋଜିତ ହୋଇଛି । ଏହାର ଫଳସ୍ୱରୂପ ସୋମବାର ଦିନ କୋରାପୁଟ ସର୍ବୋଦୟ ସମିତି ପରିସରରେ ଆୟୋଜିତ ଜିଲ୍ଲାସ୍ତରୀୟ ଚେସ ଚମ୍ପିଆନସିପରେ ଦାମନଯୋଡି, କୋରାପୁଟ ଓ ଜୟପୁର ଭଳି ସହର ତଥା ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୪୦ରୁ ଊର୍ଦ୍ଧ୍ବ ପିଲା ଅଂଶଗ୍ରହଣ କରି ଉଚ୍ଚକୋଟିର କ୍ରୀଡା ପ୍ରଦର୍ଶନ କରିଛନ୍ତି ।

କୋରାପୁଟ ଜିଲ୍ଲାରେ ପିଲାଙ୍କ ସହିତ ସେମାନଙ୍କ ଅଭିଭାବକ ତଥା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖା ଦେଇଛି । ଏହି ଅଞ୍ଚଳରେ ଚେସ ଖେଳର ଉଜ୍ଜ୍ୱଳ ଭବିଷ୍ୟତ ପ୍ରତି ଇଙ୍ଗିତ କରୁଛି ବୋଲି ଚେସ ଆସୋସିଏସନର ସମ୍ପାଦକ ଆଶା ପୋଷଣ କରିଛନ୍ତି । ଏହି ଜିଲ୍ଲାରେ ପିଲାଙ୍କ ଖେଳାଖେଳି ପାଇଁ ଖେଳପଡିଆର ଘୋର ଅଭାବ ଥିବା ବେଳେ ଚେସ୍‌ ଖେଳ ପିଲାଙ୍କ ପାଇଁ ବରଦାନ ସାଜିଛି । ଚଳିତ ବର୍ଷଠାରୁ ଓଡିଶା ସରକାରଙ୍କ ଦ୍ଵାରା ବିଦ୍ୟାଳୟସ୍ତରରେ ଚେସ ଖେଳିବା ପାଇଁ ଆରମ୍ଭ କରାଯାଇଥିବା ସ୍ୱତନ୍ତ୍ର ପଦକ୍ଷେପ କୋରାପୁଟ ଅଞ୍ଚଳରେ ଚେସ ଖେଳକୁ ଆହୁରି ଆଗକୁ ନେବାରେ ସହାୟକ ହେବ ବୋଲି ଚେସ ଆସୋସିଏସନର ସମ୍ପାଦକ ମତବ୍ୟକ୍ତ କରିଛନ୍ତି ।

ଏହାମଧ୍ୟ ପଢ଼ନ୍ତୁ. ସ୍ପାଇସଜେଟରେ ମୁହାଁମୁହିଁ ହେଲେ ଦୁଇ ଯାତ୍ରୀ, ସୁରକ୍ଷାକର୍ମୀଙ୍କୁ ହସ୍ତାନ୍ତର କଲା ଏୟାରଲାଇନ୍ସ

ଏ ସମ୍ପର୍କରେ କଳିଙ୍ଗ ସ୍ପୋର୍ଟସ ଫାଉଣ୍ଡେସନ ନିର୍ଦ୍ଦେଶକ ପ୍ରଦୀପ ମହାନ୍ତି କହିଛନ୍ତି "୨୦୨୩ରେ କଳିଙ୍ଗ ସ୍କୁଲ ଚମ୍ପିଆନସିପ୍‌ କରିଛୁ । ଏଥିରେ ବିଭିନ୍ନ ସ୍କୁଲରୁ ମନୋନୀତ ହୋଇଥିବା ଜିଲ୍ଲାର ସବୁ ସ୍କୁଲକୁ ଅବଗତ କରାଇଛୁ । ଏଥିରେ ବିଭିନ୍ନ ସ୍କୁଲରୁ ବହୁତ ପିଲା ସାମିଲ ହୋଇଛନ୍ତି । ତେବେ କୋରାପୁଟ ଜିଲ୍ଲା ଚେସ୍‌ ଖେଳରେ ଆଗରୁ ମଧ୍ୟ ବହୁତ ସୁନାମ ଅର୍ଜନ କରିଛି । ଏଠାରେ ଅନେକ ଚେସ ଖେଳାଳି ରାଜ୍ୟ ବାହାରକୁ ଯାଇ ସୁନାମ ଅର୍ଜନ କରିଛନ୍ତି ।"

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details