କୋରାପୁଟ: ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଭଦ୍ରାଙ୍କ ଉତ୍ତରପ୍ରଦେଶ ପୋଲିସ ପ୍ରଶାସନର କାର୍ଯ୍ୟକୁ ବିରୋଧ କରି କୋରାପୁଟ ଜିଲ୍ଲା କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ଧାରଣା ବସିଛନ୍ତି । ଜିଲ୍ଲାର ବହୁ କଂଗ୍ରେସ ନେତା ଯୋଗଦେଇଥିଲେ ।
କୋରାପୁଟ ଗାନ୍ଧୀ ପାର୍କରେ ଜିଲ୍ଲା କଂଗ୍ରେସର ଶାନ୍ତିପୂର୍ଣ୍ଣ ଧାରଣା - koraput congress latest news
ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଭଦ୍ରାଙ୍କ ଉତ୍ତରପ୍ରଦେଶ ପୋଲିସ ପ୍ରଶାସନର କାର୍ଯ୍ୟକୁ ବିରୋଧ କରି କୋରାପୁଟ ଜିଲ୍ଲା କଂଗ୍ରେସ ପକ୍ଷରୁ ଶାନ୍ତିପୂର୍ଣ୍ଣ ଧାରଣା ବସିଛନ୍ତି । ପୀଡିତାଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଦାବି ଜଣାଇଛନ୍ତି । ଅଧିକ ପଢନ୍ତୁ...
ହାଥରସ ପୀଡିତାକୁ ନ୍ୟାୟ ପ୍ରଦାନ ଦାବି କରି ଗାନ୍ଧୀ ପାର୍କରେ କଂଗ୍ରେସର ଶାନ୍ତିପୂର୍ଣ୍ଣ ଧାରଣା
କୋରାପୁଟ ଗାନ୍ଧୀ ପାର୍କରେ ଜିଲ୍ଲା କଂଗ୍ରେସର ଶାନ୍ତିପୂର୍ଣ୍ଣ ଧାରଣା
କୋରାପୁଟ ଜିଲ୍ଲା କଂଗ୍ରେସ ପକ୍ଷରୁ ସ୍ଥାନୀୟ ଗାନ୍ଧୀ ପାର୍କରେ ଉତ୍ତରପ୍ରଦେଶର ହାଥରସ ଗଣଦୁଷ୍କର୍ମ ଘଟଣାରେ ତରବରିଆ ଭାବେ ତାର ଦହନ କାର୍ଯ୍ୟ ସମ୍ପାଦନ କରିବା ଘଟଣାକୁ ବିରୋଧ କରିଛନ୍ତି । କଂଗ୍ରେସ ଦଳର ତୁଙ୍ଗ ନେତା ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଘଟଣାସ୍ଥଳକୁ ଯାଉଥିବାବେଳେ ଉତ୍ତରପ୍ରଦେଶ ପୋଲିସ ସେମାନଙ୍କ ସହ ଠେଲାପେଲା କରି ଯାତ୍ରାରେ ବ୍ୟାଘାତ ସୃଷ୍ଟି କରିଥିଲା । କଂଗ୍ରେସ ନେତୃବର୍ଗଙ୍କୁ ଉତ୍ତରପ୍ରଦେଶ ରାଜ୍ୟ ପ୍ରଶାସନର ଏ ଭଳି ବ୍ୟବହାର କୁ ବିରୋଧ କରିବା ସହ ପୀଡିତାଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଦାବି ଜଣାଇଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର,ଇଟିଭି ଭାରତ
TAGGED:
koraput congress latest news