ଓଡିଶା

odisha

ETV Bharat / state

ସମ୍ଭାବ୍ୟ ବାତ୍ୟା ପାଇଁ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କଲା କୋରାପୁଟ ଜିଲ୍ଲା ପ୍ରଶାସନ - କୋରାପୁଟ ଜିଲ୍ଲାରେ ବାତ୍ୟା ପ୍ରସ୍ତୁତି

କୋରାପୁଟ ଜିଲ୍ଲା ପ୍ରଶାସନର ସାମ୍ଭାବ୍ୟ ବାତ୍ୟା ପ୍ରସ୍ତୁତି ବୈଠକ । ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ ସହ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ସମସ୍ତ ବିଭାଗକୁୁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ । ଅଧିକ ପଢନ୍ତୁ...

ସମ୍ଭାବ୍ୟ ବାତ୍ୟା ପାଇଁ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କଲା କୋରାପୁଟ ଜିଲ୍ଲା ପ୍ରଶାସନ
ସମ୍ଭାବ୍ୟ ବାତ୍ୟା ପାଇଁ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କଲା କୋରାପୁଟ ଜିଲ୍ଲା ପ୍ରଶାସନ

By

Published : Sep 25, 2021, 7:30 PM IST

କୋରାପୁଟ: ସମ୍ଭାବ୍ୟ ବାତ୍ୟାରେ ଦକ୍ଷିଣ ଓଡିଶା ପ୍ରଭାବିତ ହେବା ନେଇ ପାଣିପାଗ ବିଭାଗ ପୂର୍ବାକଳନ କରିବା ପରେ ପ୍ରସ୍ତୁତି ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ଏକ ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାରେ ଭୀଷଣ ବର୍ଷାର ଆଶଙ୍କାକୁ ଆଖିରେ ରଖି ଜିଲ୍ଲା ପ୍ରଶାସନ ମଙ୍ଗଳବାର ପର୍ଯ୍ୟନ୍ତ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟିକୁ ବାତିଲ କରିଛି । ଏହା ସହ ସମସ୍ତ ବିଭାଗ ନିଜ ନିଜ ସ୍ତରରେ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିବାକୁ ମଧ୍ୟ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ ସୂଚନା ଦେଇଛନ୍ତି ।

ସମ୍ଭାବ୍ୟ ବାତ୍ୟା ପାଇଁ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କଲା କୋରାପୁଟ ଜିଲ୍ଲା ପ୍ରଶାସନ

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଦ୍ବାରା ଜାରି କରାଯାଇଥିବା ସୂଚନା ଅନୁଯାୟୀ ଆସନ୍ତାକାଲି ସନ୍ଧ୍ୟାରେ ଆନ୍ଧ୍ରପ୍ରଦେଶର ମଛଲୀପଟନାମ ଠାରେ ବାତ୍ୟା ସ୍ଥଳଭାଗ ଛୁଇଁବା ପରେ କୋରାପୁଟ ଜିଲ୍ଲାରେ ସୋମବାର ସନ୍ଧ୍ୟା ପର୍ଯ୍ୟନ୍ତ ଭୀଷଣ ବର୍ଷା ହୋଇପାରେ । କୋରାପୁଟ ଉପଖଣ୍ଡରେ ଭୁ-ସ୍ଖଳନ ହେବାର ଆଶଙ୍କା ଥିବା ଅଞ୍ଚଳ ପ୍ରତି ସ୍ବତନ୍ତ୍ର ଦୃଷ୍ଟି ରଖିବା ପାଇଁ ସମ୍ପୃକ୍ତ ବ୍ଲକର ଅଧିକାରୀଙ୍କୁ ସତର୍କ ମଧ୍ୟ କରାଯାଇଛି ।

ଏଥି ସହିତ କୋଟପାଡ ବ୍ଲକ ଭଳି ତଳିଆ ଅଞ୍ଚଳ ଜଳମଗ୍ନ ହେବାର ଆଶଙ୍କା ରହିଥିବାବେଳେ ଲୋକଙ୍କ ସୁରକ୍ଷା ଦିଗରେ ସମସ୍ତ ପ୍ରଶାସନିକ ପ୍ରସ୍ତୁତି ମଧ୍ୟ ସରିଥିବା ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ତେବେ ସମ୍ଭାବ୍ୟ ବାତ୍ୟାର ପ୍ରତ୍ଯକ୍ଷ ପ୍ରଭାବ କାଲିଠାରୁ ଅନୁଭୂତ ହେବାକୁ ଥିବାବେଳେ ଆଜି ଜିଲ୍ଲାରେ ବିଭିନ୍ନ ସ୍ଥାନରେ ବର୍ଷା ହେବା ଆରମ୍ଭ ହୋଇଛି ।

କୋରାପୁଟରୁ ସି ଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details