କୋରାପୁଟ: କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଣୀତ ତିନୋଟି ନୂତନ ନିୟମ କୁ ବିରୋଧ କରି ଦିଲ୍ଲୀରେ ଚାଲିଥିବା ଚାଷୀ ଆନ୍ଦୋଳନ କୁ ସମର୍ଥନ ଜଣାଇ ଆଜି କୋରାପୁଟ ଜିଲ୍ଲାର କିଛି ଚାଷୀ ସଂଗଠନ , କମ୍ୟୁନିଷ୍ଟ ଓ କଂଗ୍ରେସ ଦଳର କର୍ମକର୍ତା ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଲେଖାଯାଇଥିବା ଦାବିପତ୍ରକୁ ଅତିରିକ୍ତ ଜିଲ୍ଲାପାଳଙ୍କ ମାଧ୍ୟମରେ ପଠାଇଛନ୍ତି ।
ଚାଷୀଙ୍କ ଆନ୍ଦୋଳନକୁ କଂଗ୍ରେସ ଓ କମ୍ୟୁନିଷ୍ଟ ଦଳର ସମର୍ଥନ - ଚାଷୀ ଆନ୍ଦୋଳନ
ତିନୋଟି ନିୟମ ଚାଷୀ ବିରୋଧୀ ହୋଇଥିବା ଯୋଗୁଁ କେନ୍ଦ୍ର ସରକାର ତୁରନ୍ତ ଏହାକୁ ପ୍ରତ୍ୟାହାର ନ କଲେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି କମ୍ୟୁନିଷ୍ଟ ପାର୍ଟିର ଜିଲ୍ଲା ସମ୍ପାଦକ କହିଛନ୍ତି। ଅଧିକ ପଢନ୍ତୁ...
ଚାଷୀଙ୍କ ଆନ୍ଦୋଳନକୁ କୋରାପୁଟ କଂଗ୍ରେସ ଓ କମ୍ୟୁନିଷ୍ଟ ଦଳର ସମର୍ଥନ
ଏହି ତିନୋଟି ନିୟମ ଚାଷୀ ବିରୋଧୀ ହୋଇଥିବା ଯୋଗୁଁ କେନ୍ଦ୍ର ସରକାର ତୁରନ୍ତ ଏହାକୁ ପ୍ରତ୍ୟାହାର ନ କଲେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି କମ୍ୟୁନିଷ୍ଟ ପାର୍ଟିର କୋରାପୁଟ ଜିଲ୍ଲା ସମ୍ପାଦକ ଯୁଧିଷ୍ଟିର ରାଉଳ ଜଣାଇଛନ୍ତି । କଂଗ୍ରେସ ସର୍ବଦା ଚାଷୀଙ୍କ ସହିତ ରହିଛି ଓ ଆଗକୁ ମଧ୍ୟ ଚାଷିକୁ ନ୍ୟାୟ ମିଳିଲା ପର୍ଯ୍ୟନ୍ତ ସେମାନଙ୍କ ସଂଗ୍ରାମ ସହ ମିଶି କଂଗ୍ରେସ ଦଳ ସଂଗ୍ରାମ କରିବ ବୋଲି କଂଗ୍ରେସ ନେତା ତଥା କୋରାପୁଟର ପୂର୍ବତନ ନଗରପାଳ ଭଗବାନ ବାହିନୀପତି ଜଣାଇଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ