ଓଡିଶା

odisha

ETV Bharat / state

ମାଛକୁଣ୍ଡକୁ ନେଇ ଓଡ଼ିଶା ସରକାରଙ୍କ ତତ୍ପରତା, ଜିଲ୍ଲାପାଳଙ୍କ ଅଚାନକ ଗସ୍ତ - କୋରାପୁଟ ଜିଲ୍ଲାପାଳ

ମାଛକୁଣ୍ଡ ଗସ୍ତ କରି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ତଦାରଖ କରିଛନ୍ତି କୋରାପୁଟ ଜିଲ୍ଲାପାଳ ଅବଦଲ ଅକ୍ତର । ଓଡ଼ିଶା ସରକାରଙ୍କ ଦ୍ବାରା ପ୍ରକାଶିତ ଦଶମ ଶ୍ରେଣୀ ଭୂଗୋଳ ବହିରେ ମାଛକୁଣ୍ଡ ଆନ୍ଧ୍ର ପ୍ରଦେଶରେ ରହିଥିବା ନେଇ ଭୁଲ ତଥ୍ୟ ଦିଆଯାଇଥିଲା । ଅଧିକ ପଢ଼ନ୍ତୁ

ମାଛକୁଣ୍ଡକୁ ନେଇ ଓଡ଼ିଶା ସରକାରଙ୍କ ତତ୍ପରତା, ଜିଲ୍ଲାପାଳଙ୍କ ଅଚାନକ ଗସ୍ତ
ମାଛକୁଣ୍ଡକୁ ନେଇ ଓଡ଼ିଶା ସରକାରଙ୍କ ତତ୍ପରତା, ଜିଲ୍ଲାପାଳଙ୍କ ଅଚାନକ ଗସ୍ତ

By

Published : Aug 28, 2022, 9:19 AM IST

କୋରାପୁଟ: ଅଚାନକ ମାଛକୁଣ୍ଡ ଗସ୍ତ କରିଛନ୍ତି କୋରାପୁଟ ଜିଲ୍ଲାପାଳ । ଓଡ଼ିଶା ସରକାରଙ୍କ ଦ୍ବାରା ପ୍ରକାଶିତ ଦଶମ ଶ୍ରେଣୀ ଭୂଗୋଳ ବହିରେ ମାଛକୁଣ୍ଡକୁ ନେଇ ଭୁଲ ତଥ୍ୟ ଦିଆଯାଇଥିଲା । କୋରାପୁଟ ଜିଲ୍ଲାରେ ଅବସ୍ଥିତ ଏହି ସ୍ଥାନଟି ଆନ୍ଧ୍ର ପ୍ରଦେଶରେ ରହିଥିବା ସୂଚନା ଦିଆଯାଇଥିଲା । ଏହାକୁ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯାଇଥିଲା ।

ସାଗି ଗ୍ରାମ ଭାବେ କୋରାପୁଟ ସାଂସଦ ମାଛକୁଣ୍ଡକୁ ଚୟନ କରିଥିଲେ ମଧ୍ୟ ଏହି ଅଞ୍ଚଳକୁ ଅନେକ ଦିନ ଧରି ସେ ଆସି ନାହାନ୍ତି । ମାଛକୁଣ୍ଡରେ ଚାଲିଥିବା ଉନ୍ନୟନ ମୂଳକ କାର୍ଯ୍ୟ ଦେଖିବା ପାଇଁ ମଧ୍ୟ କୌଣସି ଜିଲ୍ଲା ସ୍ତରୀୟ ଅଧିକାରୀ ଆସିନଥାନ୍ତି । ଏହାରି ଭିତରେ ଓଡ଼ିଶା ସରକାରଙ୍କ ଦ୍ଵାରା ପ୍ରକାଶିତ ପାଠ୍ୟ ପୁସ୍ତକରେ ମାଛକୁଣ୍ଡ ଆନ୍ଧ୍ର ପ୍ରଦେଶରେ ରହିଥିବା ତଥ୍ୟକୁ ନେଇ ସାଧାରଣରେ ଆଲୋଡନ ସୃଷ୍ଟି ହୋଇଥିଲା । ତେବେ ଗତକାଲି (ଶନିବାର) କୋରାପୁଟ ଜିଲ୍ଲାପାଳ ଅବଦଲ ଅକ୍ତର ମାଛକୁଣ୍ଡ ନିକଟ ଡୁଡୁମା ଜଳ ପ୍ରପାତକୁ ଅଚାନକ ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ତଦାରଖ କରିବା ସହ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

ମାଛକୁଣ୍ଡକୁ ନେଇ ଓଡ଼ିଶା ସରକାରଙ୍କ ତତ୍ପରତା, ଜିଲ୍ଲାପାଳଙ୍କ ଅଚାନକ ଗସ୍ତ

ଏହାବି ପଢ଼ନ୍ତୁ...ଦଶମ ଶ୍ରେଣୀ ବହିରେ ଗୁରୁତର ତୃଟି, କୋରାପୁଟ ବଦଳରେ ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପ ଆନ୍ଧ୍ରର ଉଲ୍ଲେଖ

ଏଠାରେ ସୁରକ୍ଷା ପାଇଁ ଆବଶ୍ୟକ ହେଲେ ବିଭିନ୍ନ ବ୍ୟାରିକେଡ ନିର୍ମାଣ ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅନକାଡେଲିରେ ସାପ୍ତାହିକ ହାଟର ବିଭିନ୍ନ ଉନ୍ନୟନ କାର୍ଯ୍ୟର ମଧ୍ୟ ସେ ସମୀକ୍ଷା କରିଛନ୍ତି । ଏହି ସାପ୍ତାହିକ ହାଟରେ ବଣ୍ଡା ମହିଳାଙ୍କ ଭିଡ ଜମିଥାଏ । ସେମାନଙ୍କ ବେଶଭୂଷା ଦେଖିବାପାଇଁ ରାଜ୍ୟ ବାହାରୁ ମଧ୍ୟ ପର୍ଯ୍ୟଟକମାନେ ଆସିଥାନ୍ତି । ତେଣୁ ଏହି ହାଟର ସୌନ୍ଦର୍ଯ୍ୟକରଣର କାର୍ଯ୍ୟ ବୁଲି ଦେଖିଥିଲେ ଜିଲ୍ଲାପାଳ । ଏହା ସହିତ ମାଛକୁଣ୍ଡ ଓ ଅନାକାଡେଲି ସରକାରୀ ଉଚ୍ଚ ବିଦ୍ୟାଳୟର 5T କାର୍ଯ୍ୟର ସ୍ଥିତି ପରଖିଥିଲେ ।

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details