କୋରାପୁଟ: ଆନ୍ଧ୍ରପ୍ରଦେଶର ପାର୍ବତିପୁରମ ଆଇଟିଡିଏ ପ୍ରକଳ୍ପ ଅଧିକାରୀ, ଜିଲ୍ଲାସ୍ତରୀୟ ଅଧିକାରୀ ଓ ପୋଲିସ ଅଧିକାରୀ ଗତକାଲି (ମଙ୍ଗଳବାର) କୋଟିଆ ପଞ୍ଚାୟତର ନେରେଡିବାଲାସା, ଉପର ସେମ୍ବି, ଧୂଳିପଦର ଓ ତଳ ସେମ୍ବୀ ଗସ୍ତ କରିଥିଲେ । ସେଠାକାର ଅଧିବାସୀଙ୍କ ପାଇଁ ବିଭିନ୍ନ ଯୋଜନାର ଘୋଷଣା କରି ଫେରିଯାଇଥିଲେ । ଏନେଇ ଆଜି(ବୁଧବାର) କୋରାପୁଟ ଜିଲ୍ଲାପାଳ ଅବଦଲ ଅକ୍ତର ସାମ୍ବାଦିକଙ୍କୁ ନିଜ ପ୍ରତିକ୍ରିୟା ଜଣାଇଛନ୍ତି ।
କୋଟିଆରେ ଆନ୍ଧ୍ର ଅଧିକାରୀଙ୍କ ଘୋଷଣା ପରେ କୋରାପୁଟ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା - andhra officer visit kotia
ଆନ୍ଧ୍ରପ୍ରଦେଶର ପାର୍ବତିପୁରମ ଆଇଟିଡିଏ ପ୍ରକଳ୍ପ ଅଧିକାରୀ, ଜିଲ୍ଲାସ୍ତରୀୟ ଅଧିକାରୀ ଓ ପୋଲିସ ଅଧିକାରୀ କୋଟିଆ ପଞ୍ଚାୟତ ପରେ କୋରାପୁଟ ଜିଲ୍ଲାପାଳ ଅବଦଲ ଅକ୍ତର ସାମ୍ବାଦିକଙ୍କୁ ନିଜ ପ୍ରତିକ୍ରିୟା ଜଣାଇଛନ୍ତି । ଅଧିକ ପଢନ୍ତୁ...
କୋଟିଆ ପଞ୍ଚାୟତରେ ଆନ୍ଧ୍ର ଅଧିକାରୀଙ୍କ ଘୋଷଣା ପରେ କୋରାପୁଟ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା
ଆନ୍ଧ୍ରର ସରକାରୀ ଅଧିକାରୀ ମାନେ କ’ଣ ଘୋଷଣା କଲେ ସେ ସମ୍ପର୍କରେ କିଛି କହିପାରି ନଥିଲେ ବି ଓଡିଶା ସରକାରଙ୍କ ବିଭିନ୍ନ ଯୋଜନା ନେରେଡିବାଲାସା ଅଞ୍ଚଳରେ ଯୋରସୋରରେ ଚାଲିଥିବା ସେ ଜଣାଇଛନ୍ତି । ନେରେଡିବାଲାସାରେ ଅଙ୍ଗନବାଡି କେନ୍ଦ୍ର କାର୍ଯ୍ୟ କରୁଥିବା ବେଳେ ଅତି ଶୀଘ୍ର ସେଠାରେ ନିର୍ମାଣ ହେଉଥିବା ବିଦ୍ୟାଳୟ ମଧ୍ୟ ସମ୍ପୂର୍ଣ୍ଣ ହେବ । ଏଥିସହିତ ନେରେଡିବାଲାସା ଠାରୁ ପଟ୍ଟାଙ୍ଗି ପର୍ଯ୍ୟନ୍ତ ରାସ୍ତା ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ସେ ଜଣାଇଛନ୍ତି ।
କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ