ଓଡିଶା

odisha

ETV Bharat / state

କିକ୍ ବକ୍ସିଂରେ ସ୍ଵର୍ଣ୍ଣ ପଦକ ଜିତିଲେ କୋରାପୁଟର ରିହାନ - କୋରାପୁଟର ରିହାନ

ୱାକୋ ଇଣ୍ଡିଆ କିକ୍ ବକ୍ସିଂ ଫେଡରେଶନ ଆନୁକୂଲ୍ୟରେ କୋଲକତାରେ ଆୟୋଜିତ ଜାତୀୟ କିକ୍ ବକ୍ସିଂ ପ୍ରତିଯୋଗିତାରେ ସ୍ଵର୍ଣ୍ଣ ପଦକ ଜିତି ସମଗ୍ର ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ରିହାନ ଖାନ । ଅଧିକ ପଢନ୍ତୁ

କିକ୍ ବକ୍ସିଂରେ ସ୍ଵର୍ଣ୍ଣ ପଦକ ଆଣିଲେ ଜୟପୁରର ରିହାନ
କିକ୍ ବକ୍ସିଂରେ ସ୍ଵର୍ଣ୍ଣ ପଦକ ଆଣିଲେ ଜୟପୁରର ରିହାନ

By

Published : Aug 29, 2022, 8:47 AM IST

କୋରାପୁଟ: ବୟସ ମାତ୍ର 16 ବର୍ଷ ହେଲେ ସଫଳତା ବହୁତ ବଡ । ୱାକୋ ଇଣ୍ଡିଆ କିକ୍ ବକ୍ସିଂ ଫେଡରେଶନ ଆନୁକୂଲ୍ୟରେ କୋଲକତାରେ ଆୟୋଜିତ ଜାତୀୟ କିକ୍ ବକ୍ସିଂ ପ୍ରତିଯୋଗିତାରେ ସ୍ଵର୍ଣ୍ଣ ପଦକ ଜିତି ସମଗ୍ର ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ରିହାନ ଖାନ । କ୍ରୀଡା କ୍ଷେତ୍ରରେ ସରକାରୀ ପ୍ରୋତ୍ସାହନ କିମ୍ବା ଏପରିକି ପିଲାଙ୍କ ପାଇଁ ଖେଳ ପଡିଆ, ତାଲିମ କେନ୍ଦ୍ର ପ୍ରଭୃତିର ବ୍ୟବସ୍ଥା ନଥିବା ଦେଖିବାକୁ ମିଳିଛି । ଜିଲ୍ଲାର ପିଲାଙ୍କ ପାଇଁ ଏହା ସପନ ହୋଇ ରହିଯାଇଥିବା ବେଳେ ନିଜ ପ୍ରୟାସ ତଥା ବାପା ମାଆଙ୍କ ପ୍ରୋତ୍ସାହନରେ କୋରାପୁଟ ଜିଲ୍ଲାର ଅନେକ ଶିଶୁ, କିଶୋର ଓ ଯୁବକ ଯୁବତୀ ରାଜ୍ୟ ଓ ଜାତୀୟସ୍ତରରେ ବିଭିନ୍ନ କ୍ରୀଡ଼ାରେ ଯୋଗ ଦେଇ ଉନ୍ନତ ପ୍ରଦର୍ଶନ କରିଛନ୍ତି । ବର୍ତ୍ତମାନ ଏହି ତାଲିକାରେ ଯୋଡ଼ି ହୋଇଯାଇଛି ଜୟପୁରର 16 ବର୍ଷୀୟ କିଶୋର ରିହାନ୍ ଖାନଙ୍କ ନାଁ ।

କିକ୍ ବକ୍ସିଂରେ ସ୍ଵର୍ଣ୍ଣ ପଦକ ଆଣିଲେ ଜୟପୁରର ରିହାନ

ୱାକୋ ଇଣ୍ଡିଆ କିକ୍ ବକ୍ସିଂ ଫେଡରେଶନ ଆନୁକୂଲ୍ୟରେ କଲିକତାରେ ଆୟୋଜିତ ଜାତୀୟ କିକ୍ ବକ୍ସିଂ ପ୍ରତିଯୋଗିତାରେ ଖେଳି ରିହାନ୍ ସ୍ଵର୍ଣ୍ଣ ପଦକ ଜିତି ସମଗ୍ର ରାଜ୍ୟ ପାଇଁ ଗୌରବ ଆଣି ଦେଇଛନ୍ତି । ବାପାଙ୍କ ଠାରୁ ପ୍ରୋତ୍ସାହନ ଓ ଉଚ୍ଚସ୍ତରୀୟ ତାଲିମ ନେଇ ରିହାନ୍ ସ୍ଥାନୀୟ ଓ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ବହୁବାର ସଫଳତା ହାସଲ କରିଛନ୍ତି । କିନ୍ତୁ ଏଥର ଜାତୀୟ ସ୍ତରର କ୍ରୀଡ଼ାରେ ସ୍ଵର୍ଣ୍ଣ ପଦକ ହାସଲ କରିବା ସହ ଆନ୍ତର୍ଜାତୀୟ କ୍ରୀଡ଼ାରେ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ରିହାନ୍ । ଆନ୍ତର୍ଜାତୀୟ ସ୍ତରର କିକ୍ ବକ୍ସିଂ ପ୍ରତିଯୋଗିତାରେ ଭାଗନେଇ ସଫଳତା ହାସଲ କରିବା ପାଇଁ ରିହାନ୍ ଏବେ ଠାରୁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ବାପା ଓ ପରିବାର ବର୍ଗ ରିହାନଙ୍କ ଏହି ଯାତ୍ରାରେ ସମସ୍ତ ପ୍ରକାରର ସହଯୋଗ କରିଛନ୍ତି ।

କିକ୍ ବକ୍ସିଂରେ ସ୍ଵର୍ଣ୍ଣ ପଦକ ଆଣିଲେ ଜୟପୁରର ରିହାନ

ଏହା ବି ପଢନ୍ତୁ...National Sports Day 2022, ମନେ ପଡନ୍ତି ହକିର ଯାଦୁଗର

ଜାତୀୟ କ୍ରୀଡା ଦିବସ ପାଳନ ଅବସରରେ ଆଜି (ସୋମବାର) ସମଗ୍ର ଭାରତ ବର୍ଷରେ ସରକାର କ୍ରୀଡ଼ାକୁ ପ୍ରୋତ୍ସାହନ ଦେବାର ଶପଥ ନେଉଥିବା ବେଳେ ରିହାନ୍ ଭଳି କୋରାପୁଟ ଅଞ୍ଚଳର ଅନେକ ଛାତ୍ରଛାତ୍ରୀ ନିଜ ପରିବାର ଓ ସାଙ୍ଗସାଥୀଙ୍କ ପ୍ରୋତ୍ସାହନରେ ଦେଶ ପାଇଁ ଗୌରବ ଆଣି ଦେଇଛନ୍ତି । ଜିଲ୍ଲାରେ ଅବହେଳିତ କ୍ରୀଡା ବ୍ୟବସ୍ଥା ପ୍ରତି ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି ।

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details