ଓଡିଶା

odisha

ETV Bharat / state

ପିଏମ ଆବାସ ଯୋଜନା ଗୃହରେ ବିଜୁ ପକ୍କାଘର ଷ୍ଟିକର: ଗର୍ଜିଲା ବିଜେପି - ପିଏମ ଆବାସରେ ବିଜୁ ପକ୍କାଘର ଷ୍ଟିକର

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିର୍ମିତ ବାସଗୃହରେ ବିଜୁ ପକ୍କା ଘର ଷ୍ଟିକର ନେଇ କୋରାପୁଟ ବିଜେପିର ବିକ୍ଷୋଭ । ମୁଖ୍ୟମନ୍ତ୍ରୀଙ୍କ ନାଁରେ ଥାନାରେ ମାମଲା ରୁଜୁ କଲା ଦଳ ।

ପିଏମ ଆବାସ ଯୋଜନା ଗୃହରେ ବିଜୁ ପକ୍କାଘର ଷ୍ଟିକର: ଗର୍ଜିଲା ବିଜେପି
ପିଏମ ଆବାସ ଯୋଜନା ଗୃହରେ ବିଜୁ ପକ୍କାଘର ଷ୍ଟିକର: ଗର୍ଜିଲା ବିଜେପି

By

Published : Dec 30, 2020, 7:18 PM IST

କୋରାପୁଟ:ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହରେ ବିଜୁ ପକ୍କା ଘର ଷ୍ଟିକର ନେଇ ତାତିଲା ବିଜେପି । ଏନେଇ କୋରାପୁଟରେ ଜିଲ୍ଲା ବିଜେପି ପକ୍ଷରୁ ଆଜି(ବୁଧବାର) ସଦର କୋରାପୁଟ ବ୍ଲକ କାର୍ଯ୍ୟାଳୟକୁ ଘେରାଉ କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି l ଏହାସହ କୋରାପୁଟ ଟାଉନ ଥାନାରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ 420 ଧାରାରେ ମାମଲା ରୁଜୁ କରିଛି ଜିଲ୍ଲା ବିଜେପି ।

ପିଏମ ଆବାସ ଯୋଜନା ଗୃହରେ ବିଜୁ ପକ୍କାଘର ଷ୍ଟିକର: ଗର୍ଜିଲା ବିଜେପି

ଏହି ପରିପ୍ରେକ୍ଷୀରେ ବିଜେପି ନେତା ଜୟରାମ ପାଙ୍ଗିଙ୍କ ଅଧ୍ୟକ୍ଷତାରେ କୋରାପୁଟ ଜିଲ୍ଲାର ବିଜେପି କର୍ମୀମାନେ ବିଜେଡି ସରକାର ବିରୋଧରେ ସ୍ଲୋଗାନ ଦେଇ କୋରାପୁଟ ବ୍ଲକ ପରିସରରେ ପହଞ୍ଚିଛନ୍ତି l ଦଳୀୟ କର୍ମୀମାନେ ବିଜେଡି କରିଥିବା ଚଞ୍ଚକତା ବିରୋଧରେ ପ୍ରତିବାଦ କରି କୋରାପୁଟ ବିଡ଼ିଓଙ୍କ ସମ୍ମୁଖରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଲାଗୁଥିବା ବିଜୁ ପକ୍କଘର ଷ୍ଟିକରଗୁଡିକ ଚିରିବା ସହିତ ନିଆଁ ଲଗାଇଛନ୍ତି ।

ଆହୁରିମଧ୍ୟ, ବ୍ଲକ ପ୍ରଶାସନକୁ ଏଭଳି କାର୍ଯ୍ୟରୁ ନିବୃତ୍ତ ରହିବାକୁ ବିଜେପି ଚେତାବନୀ ଦେବା ସହ ପୁନର୍ବାର ଯଦି ପ୍ରଶାସନ ସେଭଳି କାର୍ଯ୍ୟ କରନ୍ତି ତାହାର ବିରୋଧ ଜିଲ୍ଲା ବିଜେପି କରିବ ବୋଲି ଧମକ ଦିଆଯାଇଛି। ଏହାପରେ ସେମାନେ ଏକ ଶୋଭାଯାତ୍ରାରେ କୋରାପୁଟ ଟାଉନ ଥାନାକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ 420 ଧାରାରେ ମାମଲା ରୁଜୁ କରିଛନ୍ତି ।

ଅନ୍ୟପଟେ ଏହି ଘଟଣାକୁ ନେଇ ସାରା ରାଜ୍ୟର ସମସ୍ତ 314 ବ୍ଲକରେ ଆଜି ବିଜେପି ପ୍ରତିବାଦ କରୁଥିବା ଜଣାପଡିଛି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details