ଓଡିଶା

odisha

ETV Bharat / state

ଏଥର ଅଧିକ 4000 ଚାଷୀଙ୍କ ଠାରୁ କିଣାଯିବ ଧାନ - କୋରାପୁଟ ଚାଷୀଙ୍କ ଠାରୁ ଅଧିକ ଧାନ କିଣାଯିବ

ଡିସେମ୍ବର 15 ତାରିଖରୁ କୋରାପୁଟ ଜିଲ୍ଲାରେ ଖରିଫ ଧାନ କିଣିବା ପାଇଁ 103ଟି ଧାନ ମଣ୍ଡି ମାଧ୍ୟମରେ 38,000 ଚାଷୀଙ୍କ ଠାରୁ 22 ଲକ୍ଷ କ୍ୱିଣ୍ଟାଲ ଧାନ କିଣାଯିବ ବୋଲି ଜିଲ୍ଲାପାଳ ଅବଦଲ ଅକ୍ତର ସୂଚନା ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ

ଏଥର ଅଧିକ 4000 ଚାଷୀଙ୍କ ଠାରୁ କିଣାଯିବ ଧାନ
ଏଥର ଅଧିକ 4000 ଚାଷୀଙ୍କ ଠାରୁ କିଣାଯିବ ଧାନ

By

Published : Nov 20, 2021, 8:40 PM IST

କୋରାପୁଟ: ଡିସେମ୍ବର 15 ତାରିଖରୁ କୋରାପୁଟ ଜିଲ୍ଲାରେ ଖରିଫ ଧାନ କିଣିବା ପାଇଁ 103ଟି ଧାନ ମଣ୍ଡି ମାଧ୍ୟମରେ 38,000 ଚାଷୀଙ୍କ ଠାରୁ 22 ଲକ୍ଷ କ୍ୱିଣ୍ଟାଲ ଧାନ କିଣାଯିବ ବୋଲି ଜିଲ୍ଲାପାଳ ଅବଦଲ ଅକ୍ତର ସୂଚନା ପ୍ରଦାନ କରିଛନ୍ତି ।

ଏଥର ଅଧିକ 4000 ଚାଷୀଙ୍କ ଠାରୁ କିଣାଯିବ ଧାନ

ଆଜି କୋରାପୁଟରେ ଆୟୋଜିତ ଧାନ ସଂଗ୍ରହ ପ୍ରସ୍ତୁତି ବୈଠକରେ ସେ ଏହି ସୂଚନା ଦେଇଛନ୍ତି । ଜୟପୁର ଉପଖଣ୍ଡରେ 80ଟି ଓ କୋରାପୁଟ ଉପଖଣ୍ଡରେ 23ଟି ମଣ୍ଡି ମଧ୍ୟରୁ ଲ୍ୟାମ୍ପସ 20ଟି, ମହିଳା ଏସଏଚଜି 23ଟି ଓ ପାଣିପଞ୍ଚାୟତ ଦ୍ୱାରା 2ଟିର ପରିଚାଳନା କରି ଗତଥର ଅପେକ୍ଷା 4000 ଅଧିକ ଚାଷୀଙ୍କ ଠାରୁ ଧାନ କିଣାଯିବ । ସାଟେଲାଇଟ ଇମେଜିଙ୍ଗ ଦ୍ୱାରା ମିଳିଥିବା ତଥ୍ୟକୁ ଆଧାର କରି 71,000 ଟନ ଧାନ ବିକ୍ରି କରିଥିବା ନକଲି ଚାଷୀଙ୍କୁ ଏଥର ଟୋକନ ତାଲିକାରୁ ବାଦ ଦିଆଯାଇଥିବା ଜିଲ୍ଲାପାଳ ଜଣାଇଛନ୍ତି ।

ଅଧିକାଂଶ ଚାଷୀ ସେମାନଙ୍କ ଟୋକେନ ବାହାରିଥିବା କଥା ଜାଣିବାରେ ଅସୁବିଧା ହୋଇ ଠିକଣା ସମୟରେ ଧାନ ବିକ୍ରି କରିପାରୁନଥିବା ଯୋଗୁଁ ଏଥର ଡିସେମ୍ବର 15 ତାରିଖରେ ମଣ୍ଡି ଖୋଲାଯାଉଥିବା ବେଳେ ବର୍ତମାନ ଠାରୁ ଚାଷୀଙ୍କୁ ଟୋକେନ ପ୍ରଦାନ କରାଯିବା ଫଳରେ ଚାଷୀ ନିଜକୁ ପ୍ରସ୍ତୁତ କରିବା ପାଇଁ ସମୟ ପାଇପାରିବେ ବୋଲି ଜିଲ୍ଲାପାଳ ଜଣାଇଛନ୍ତି ।

ତେବେ ଜିଲ୍ଲାର ଅଧିକାଂଶ ଚାଷୀ କ୍ଷୁଦ୍ର ଓ ମଧ୍ୟମ ଧରଣର ହୋଇଥିବା ଯୋଗୁଁ ବର୍ତ୍ତମାନ ଅମଳ ସାରି 15 ତାରିଖ ପର୍ଯ୍ୟନ୍ତ ମଣ୍ଡି ପାଇଁ ଅପେକ୍ଷା କରିବା ସମ୍ଭବପର ନୁହେଁ ବୋଲି ଏହି ବୈଠକରେ ଯୋଗ ଦେଇଥିବା ଚାଷୀ ମତ ରଖିଛନ୍ତି । ଏହାଫଳରେ ଚାଷୀ ମଧ୍ୟସ୍ଥିଙ୍କୁ କମ ଦାମରେ ଧାନ ବିକ୍ରି କରିବା ପାଇଁ ବାଧ୍ୟ ହେବେ ବୋଲି ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି ।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details