ଓଡିଶା

odisha

ETV Bharat / state

ଦିଲ୍ଲୀ ବଜାରରେ ରାଜ କରିବ କୋରାପୁଟର କଳାଜିରା ଧାନ - Special story

କୋରାପୁଟ ସମେତ ରାଜ୍ୟ ପାଇଁ ଖୁସି ଖବର । କଫି, ଝାଡୁ, ସାବୁନ ଓ ହଳଦୀ ପରେ ଏବେ ବିରଳ କିସମର କଳାଜିରା ଧାନ ଉତ୍ପାଦନ କରି ସଫଳତା ହାସଲ କରିଛି କୋରାପୁଟ ଜିଲ୍ଲା । ଆଉ ଏହି ଧାନ ଏବେ ବିକ୍ରି ହେବାକୁ ଯାଉଛି ଦିଲ୍ଲୀ ଦରବାରରେ । ଅଧିକ ପଢନ୍ତୁ...

ଦିଲ୍ଲୀ ବଜାରକୁ ଯିବ କୋରାପୁଟ ଅଞ୍ଚଳର ସ୍ଵତନ୍ତ୍ର ଓ ବିରଳ କଳାଜିରା ଧାନ
ଦିଲ୍ଲୀ ବଜାରକୁ ଯିବ କୋରାପୁଟ ଅଞ୍ଚଳର ସ୍ଵତନ୍ତ୍ର ଓ ବିରଳ କଳାଜିରା ଧାନ

By

Published : Oct 20, 2021, 2:55 PM IST

କୋରାପୁଟ: ରାଜ୍ୟ ପାଇଁ ଖୁସି ଖବର । କଫି, ଝାଡୁ, ସାବୁନ ଓ ହଳଦୀ ପରେ ଏବେ ବିରଳ କିସମର କଳାଜିରା ଧାନ ଉତ୍ପାଦନ କରି ସଫଳତା ହାସଲ କରିଛି କୋରାପୁଟ ଜିଲ୍ଲା । ଆଉ ଏହି ଧାନ ଏବେ ବିକ୍ରି ହେବାକୁ ଯାଉଛି ଦିଲ୍ଲୀ ଦରବାରରେ । ଜିଲ୍ଲା ମାଛରା ଗାଁର ଶତାଧିକ ଆଦିବାସୀ ପରିବାର ଏହି ଧାନ ଉତ୍ପାଦନ କରି ବେଶ ଦୁଇ ପଇସା ରୋଜଗାର କରୁଛନ୍ତି। ଧାନ ଉତ୍ପାଦନ ସହିତ ଜିଲ୍ଲାର ମାନ ବଢାଉଛି ଏହି କଳାଜିରା ଧାନ ।

ଦିଲ୍ଲୀ ବଜାରରେ ରାଜ କରିବ କୋରାପୁଟର କଳାଜିରା ଧାନ

ଏକର ପିଛା ଏହା ୫ ରୁ ୧୦ କ୍ବିଣ୍ଟାଲ ଅମଳ ହୋଇଥାଏ । ଜମିରେ ଧାନ ଫସଲ ହସିବାକୁ ୧୪୦ରୁ ୧୫୫ ଦିନ ଲାଗିଥାଏ । କୋରାପୁଟ ବ୍ଲକ ସହ ଏବେ ଜୟପୁର, ବୋରିଗୁମ୍ମା, କୋଟପାଡ, ବୈପାରିଗୁଡା ସହ ୧୪ଟି ବ୍ଲକରେ ଏହି ଧାନ ଚାଷ ହେଉଛି। ମୁଖ୍ୟତଃ ଆଦିବାସୀ ମହିଳା ଏହି ବିରଳ ଧାନ ଚାଷ କରୁଥିବା‌ ଜଣାପଡିଛି। କୋରାପୁଟ ଜିଲ୍ଳାର ୧୪ଟି ବ୍ଲକ‌ରେ ୧୮୦୦ ଚାଷୀ କଳାଜିରା ଧାନ ଚାଷ କରୁଥିବାବେଳେ ବ‌ାର୍ଷିକ ୧୦୦ କ୍ବିଣ୍ଟାଲ ଧାନ ଅମଳ ହେଉଥିବା ଜଣାପଡିଛି। ଧାନକୁ ଜିଲ୍ଲା ବାହାରେ ଆଉ ଟିକେ ପରିଚିତ କରିବା ପାଇଁ ସହଯୋଗର ହାତ ବଢାଇଛି ଓରମାସ ସଂସ୍ଥା। କାପକୋ,ଜିଲ୍ଲା ପ୍ରଶାସନ ଓ ଓରମାସ ପକ୍ଷରୁ ଧାନର ବଜାରିକରଣ ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି। ବର୍ତ୍ତମାନ ଏହି ଧାନ ଦିଲ୍ଲୀ ବଜାରରେ ବିକ୍ରି ହେବାକୁ ଯାଉଛି। ଦିଲ୍ଲୀର ସାରାସ୍‌ ଆଉଟଲେଟ୍‌ରେ ଏହି ଧାନର ଚାଉଳ ବିକ୍ରି ହେବାକୁ ଯୋଜନା ହୋଇଛି। କିଲୋ ପ୍ରତି ୧୪୦ ଟଙ୍କା ଦରରେ ଏହାକୁ ବିକ୍ରି କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି କଳାଜିରା ଚାଉଳ ବିରିୟାନୀ ଓ କ୍ଷୀରି ପାଇଁ ବେଶ ଉପଯୋଗୀ।

ଏହି ବିରଳ କିସମର ଧାନ ଚାଷରେ କିପରି ଚାଷୀ ଆହୁରି ଅଧିକ ଲାଭବାନ ହୋଇପାରିବେ ସେ ଦିଗରେ ପ୍ରୟାସ ଜାରି ରହିଛି । ବିରଳ ଧାନ ଉତ୍ପାଦନ କରି କୋରାପୁଟ ତାର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଆଉ ସଫଳତାର ଇତିହାସରେ ଆଉ ଏକ ଫର୍ଦ୍ଦ ଯୋଡିଛି । ଏବେ ଜିଲ୍ଲା ପ୍ରଶାସନ ଆଉ ଏକ ପାଦ ଆଗକୁ ଆସି କଳାଜିରା ଧାନ ଭଳି ଅନ୍ୟ ବିରଳ ଧାନକୁ ବିଲୁପ୍ତ ହେବା ପୂର୍ବରୁ ଚାଷୀଙ୍କୁ ଉତ୍ସାହିତ କରିବା ସହ ବଜାରିକରଣ ବ୍ୟବସ୍ଥା କରିବାର ଆବଶ୍ୟକତା ରହିଛି । ତେବେ ଏ ଦିଗରେ ପ୍ରଶାସନ ପ୍ରୟାସ କଲେ ଅନେକ ବିରଳ କିସମର ଧାନ ବିଲୁପ୍ତ ନହୋଇ ଓଡ଼ିଶା ପାଇଁ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିବ ସେଥିରେ ସନ୍ଦେହ ନାହିଁ ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details