ଓଡିଶା

odisha

ETV Bharat / state

ସରକାରୀ କାର୍ଯ୍ୟାଳୟକୁ ନଆସି ଅନଲାଇନରେ କାମ କରିବାକୁ ଜିଲ୍ଲାପାଳଙ୍କ ନିବେଦନ - online work

ଗୁରୁବାର କୋରାପୁଟ ଜିଲ୍ଲାପାଳ ସାଧାରଣ ଜନତା ଓ ସାମ୍ବାଦିକଙ୍କୁ ସରକାରୀ କାର୍ଯ୍ୟାଳୟକୁ ନ ଆସି ଅନଲାଇନରେ ନିଜ କାର୍ଯ୍ୟ ସମ୍ପାଦନ କରିବା ପାଇଁ ଅନୁରୋଧ କରିଛନ୍ତି । ପ୍ରତିଦିନ ଜିଲ୍ଲାରେ ବଢୁଥିବା କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରମୁଖ 14ଟି ବିଭାଗର ଇ-ମେଲ ଠିକଣା ସମସ୍ତଙ୍କ ଅବଗତି ନିମନ୍ତେ ପତ୍ର ମାଧ୍ୟମରେ ଜଣାଇ ଦେଇଥିବା ସେ କହିଛନ୍ତି । ଅଧିକ ପଢନ୍ତୁ...

Koraput administation request for online work without coming to the government office
କୋରୋନା ଆତଙ୍କ: ସରକାରୀ କାର୍ଯ୍ୟାଳୟକୁ ନଆସି ଅନଲାଇନ କାର୍ଯ୍ୟ ପାଇଁ ଅନୁରୋଧ

By

Published : Jul 9, 2020, 5:28 PM IST

କୋରାପୁଟ: କୋରୋନା ପାଇଁ ରାଜ୍ୟବ୍ୟାପୀ ଭୟର ବାରାବରଣ ଜାରି ରହିଥିବା ବେଳେ ଏହି ସଂକ୍ରମଣକୁ ରୋକିବାକୁ ଅନଲାଇନ ମାଧ୍ୟମରେ କାର୍ଯ୍ୟ କରିବାକୁ ବିଭିନ୍ନ ଜିଲ୍ଲାର ପ୍ରଶାସନ କଟକଣା ଜାରି କରୁଛନ୍ତି । ଏହି କ୍ରମରେ ଗୁରୁବାର କୋରାପୁଟ ଜିଲ୍ଲାପାଳ ସାଧାରଣ ଜନତା ଓ ସାମ୍ବାଦିକଙ୍କୁ ସରକାରୀ କାର୍ଯ୍ୟାଳୟକୁ ନ ଆସି ଅନଲାଇନରେ ନିଜ କାର୍ଯ୍ୟ ସମ୍ପାଦନ କରିବା ପାଇଁ ଅନୁରୋଧ କରିଛନ୍ତି ।

କୋରୋନା ଆତଙ୍କ: ସରକାରୀ କାର୍ଯ୍ୟାଳୟକୁ ନଆସି ଅନଲାଇନ କାର୍ଯ୍ୟ ପାଇଁ ଅନୁରୋଧ

ପ୍ରତିଦିନ ଜିଲ୍ଲାରେ ବଢୁଥିବା କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରମୁଖ 14ଟି ବିଭାଗର ଇ-ମେଲ ଠିକଣା ସମସ୍ତଙ୍କ ଅବଗତି ନିମନ୍ତେ ପତ୍ର ମାଧ୍ୟମରେ ଜଣାଇ ଦେଇଥିବା ସେ କହିଛନ୍ତି । ସୂଚନାନୁସାରେ, ଗୁରୁବାର ବୈପାରୀଗୁଡା ବ୍ଲକ ଓ ଜୟପୁର ସହରରୁ 2ଜଣ ଲେଖାଏଁ କୋରୋନା ପଜିଟିଭ ବ୍ୟକ୍ତି ଚିହ୍ନଟ ହୋଇଥିବା ବେଳେ ମାଥାଲପୁଟ ଓ ବନ୍ଧୁଗାଁରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେମାନଙ୍କୁ କୋଭିଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜିଲ୍ଲାପାଳ କହିଛନ୍ତି ।

ସେହିପରି ଶନିବାର ଓ ରବିବାର ଜିଲ୍ଲାରେ ସଟଡାଉନ ଘୋଷଣା କରାଯାଇଥିବା ବେଳେ ଅଧିକ ସଂକ୍ରମିତ ଜିଲ୍ଲା ମାନଙ୍କରୁ କୋରାପୁଟ ଜିଲ୍ଲା ମଧ୍ୟକୁ ଆସିବାକୁ ନିୟନ୍ତ୍ରଣ କରାଯିବା ନେଇ ନିଷ୍ପତ୍ତି ନିଆଯିବ ବୋଲି ସେ ଜଣାଇଛନ୍ତି ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details