କୋରାପୁଟ: ଶିକ୍ଷା, ସ୍ବାସ୍ଥ୍ୟ, ଗମନା ଗମନଠାରୁ ଅନେକ ଦୂରରେ ଜିଲ୍ଲାର ଆଦିବାସୀ । । ସଭ୍ୟତାର ଅନ୍ତରାଳରେ । ହେଲେ ବି ସେମାନେ ସଚେତନ । ଆଉ ଏହାର ପ୍ରମାଣ ଦେଇଛନ୍ତି କୋରାପୁଟ ବ୍ଲକର ମହାଦେଇପୁଟ ପଞ୍ଚାୟତର ଲିଟିଗୁଡା ଗ୍ରାମବାସୀ ।
ଗାଁର କେନ୍ଦୁ, ଶାଳ, ଶିଆଳି ପତ୍ରରୁ ତିଆରି ପ୍ରାକୃତିକ ମାସ୍କ । ଏସବୁକୁ ଗଛ ଲଟାରେ ବାନ୍ଧି ପିନ୍ଧୁଛନ୍ତି ଗ୍ରାମବାସୀ । ଗାଁରେ ନାହିଁ ପତ୍ରର ଅଭାବ । ଆଉ ଏହାର କରିଛନ୍ତି ସଦୁପଯୋଗ । ସହର ଯିବା, ଅଧିକ ମୂଲ୍ୟର ମାସ୍କ କିଣିବା କଷ୍ଟରୁ ପାଇଛନ୍ତି ମୁକ୍ତି । ନିଜ ଉଦ୍ୟମରେ ବନା ହୋଇଛି ପ୍ରାକୃତିକ ମାସ୍କ । ବିନା ଖର୍ଚ୍ଚରେ ଘର ପାଖରେ ସମାଧାନର ସୂତ୍ର । ଏନଆରଇଜିଏସ ଯୋଜନାରେ ଗାଁରେ କାର୍ଯ୍ୟ ଚାଲିଛି । ଆଉ ଏଥିରେ ନିଜ ହାତ ତିଆରି ମାସ୍କ ପିନ୍ଧି କାମ କରୁଛନ୍ତି ଗାଁ ଲୋକେ । କୋରୋନା ମହାମାରୀକୁ ନିଜ ବୁଦ୍ଧି ବଳରେ ଦୂରେଇ ରଖି ସହରୀ ଲୋକଙ୍କୁ ଶିକ୍ଷା ଦେଇଛନ୍ତି ଛୋଟ ଗାଁଟିର କିଛି ଅପାଠୁଆ ଲୋକେ ।