କୋରାପୁଟ : ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର କୋରାପୁଟ । ପ୍ରକୃତିର କୋଳରେ ବସବାସ କରିଥିବା ବନବାସୀ ଓ ସେମାନଙ୍କ ଜୀବନଚର୍ଯ୍ୟା ଓ ସାଂସ୍କୃତିକ ପରମ୍ପରା ବେଶ ନିଆରା । ଦେଶର ବିଭିନ୍ନ ସ୍ଥାନରୁ ଫଟୋଗ୍ରାଫରଙ୍କୁ ଆକୃଷ୍ଟ କରିଥାଏ ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ । ସେଇଥିପାଇଁ ନିଇତି ଏଠାରେ ଲୋକଙ୍କ ଭିଡ ଜମେ ଫଟୋ ଉଠାଇବା ପାଇଁ ।
ବିଶ୍ବ ଫଟୋଗ୍ରାଫି ଦିବସ ଅବସରରେ କୋରାପୁଟ ଜିଲ୍ଲାର ଖ୍ୟାତି ସମ୍ପନ୍ନ ଫଟୋଗ୍ରାଫର ସୁଶାନ୍ତ କୁମାର ପଣ୍ଡା କହିଛନ୍ତି ଯେ, ''କୋରାପୁଟ ହେଉଛି ଫଟୋଗ୍ରାଫର ପାଇଁ ଏକ ଖଣି । ବର୍ଷର ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଅନୁଭୂତି ଫଟୋରେ ମିଳିଥାଏ ଏଠାରେ । ଏହି ଅଞ୍ଚଳର ଐତିହ୍ୟ ଓ ଜୈନ ପରମ୍ପରାର କୀର୍ତ୍ତିରାଜି ମଧ୍ୟ ସମସ୍ତଙ୍କୁ ଆକୃଷ୍ଟ କରିଛି ।"