ଓଡିଶା

odisha

ETV Bharat / state

କୋଡିଙ୍ଗାମାଳି ଜନଶୁଣାଣିକୁ ବିରୋଧ, ଖନନ ବନ୍ଦ କରିବାକୁ ଦାବି - କୋରାପୁଟ

ଯେଉଁ ଜନଶୁଣାଣି ଅଞ୍ଚଳବାସୀଙ୍କ ହିତ ପାଇଁ ଉଦ୍ଦିଷ୍ଟ ନୁହେଁ ତାକୁ ବିରୋଧ କରାଯିବ ବୋଲି କୋଡ଼ିଙ୍ଗାମାଳି ବିସ୍ଥାପିତ ଜମିହରା କମିଟି ( ଖାଡା) ଚେତାବନୀ ଦେଇଛି । ଅଧିକ ପଢନ୍ତୁ...

କୋଡିଙ୍ଗାମାଳି ଜନଶୁଣାଣୀକୁ ବିରୋଧ, ଖନନ ବନ୍ଦ କରିବାକୁ ଦାବି
କୋଡିଙ୍ଗାମାଳି ଜନଶୁଣାଣୀକୁ ବିରୋଧ, ଖନନ ବନ୍ଦ କରିବାକୁ ଦାବି

By

Published : Nov 11, 2020, 7:35 PM IST

କୋରାପୁଟ: ଯେଉଁ ଜନଶୁଣାଣି ଅଞ୍ଚଳବାସୀଙ୍କ ହିତ ପାଇଁ ଉଦ୍ଦିଷ୍ଟ ନୁହେଁ ତାକୁ ବିରୋଧ କରାଯିବ ବୋଲି କୋଡ଼ିଙ୍ଗାମାଳି ବିସ୍ଥାପିତ ଜମିହରା କମିଟି ( ଖାଡା) ଚେତାବନୀ ଦେଇଛି । ରାୟଗଡା ଓ କୋରାପୁଟ ଜିଲ୍ଲାର ସୀମାନ୍ତରେ ଥିବା କୋଡ଼ିଙ୍ଗାମାଳିର ବକ୍ସାଇଟକୁ ନେଇ କଂସାରିଗୁଡା ଠାରେ ପ୍ରସ୍ତାବିତ ଆଦିତ୍ୟ ଆଲୁମିନା ପ୍ରକଳ୍ପରେ ତୁରନ୍ତ କାରଖାନା ଆରମ୍ଭ କରିବା ସହିତ ସେହି ଅଞ୍ଚଳରେ ରିଫାଇନାରୀ ପ୍ରତିଷ୍ଠା କରିବା ଦାବିରେ ସଂଘର ସଦସ୍ୟ ଆଜି(ବୁଧବାର) ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

କୋଡିଙ୍ଗାମାଳି ଜନଶୁଣାଣୀକୁ ବିରୋଧ, ଖନନ ବନ୍ଦ କରିବାକୁ ଦାବି

କାରଖାନା ପ୍ରତିଷ୍ଠା ହେବା ପର୍ଯ୍ୟନ୍ତ କୋଡ଼ିଙ୍ଗାମାଳିରେ ଖଣି ଖନନ ବନ୍ଦ କରିବା ପାଇଁ ସେମାନେ ଦାବି କରିଛନ୍ତି । କୋଡ଼ିଙ୍ଗାମାଳିରୁ ବାର୍ଷିକ 3 ନିୟୁତ ଟନ ବକ୍ସାଇଟ ଖନନ କରାଯାଉଥିବାବେଳେ ଚଳିତ ବର୍ଷ ଏହାକୁ 7 ନିୟୁତ ଟନକୁ ବୃଦ୍ଧି କରାଯିବାର ପ୍ରସ୍ତାବ ରହିଛି । ଏଥି ନିମନ୍ତେ ଆସନ୍ତା ଡିସେମ୍ବର 2 ତାରିଖରେ ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ଓଡିଆପେଣ୍ଠ ପଞ୍ଚାୟତର ଧରାଡ଼ା ଗ୍ରାମରେ ଜନଶୁଣାଣି ରଖାଯାଇଥିବା ବେଳେ ସମିତି ତାକୁ ତୀବ୍ର ବିରୋଧ କରିଛି ।

ତେବେ ଲୋକଙ୍କ ଦାବି ପୂରଣ କରାନଗଲେ ଏହି ଜନ ଶୁଣାଣିକୁ କରାଇଦିଆଯିବ ନାହିଁ ବୋଲି ସମିତି ନିଷ୍ପତ୍ତି ନେଇଥିବା ଜଣାଇଛି ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details