କୋରାପୁଟ: କୋଡିଙ୍ଗାମାଳି ଖଣି ଖନନ କାମ ପାଇଁ ଓଏମସି ଦ୍ବାରା ନିଯୁକ୍ତ ମୈତ୍ରୀ କମ୍ପାନୀ ବିରୁଦ୍ଧରେ ଶ୍ରମିକ ଶୋଷଣ ଅଭିଯୋଗ । ଏନେଇ କୋଡିଙ୍ଗାମାଳି ଖଣି ଶ୍ରମିକ ସଂଗଠନର ସଦସ୍ୟମାନେ ଗତ କିଛିଦିନ ଧରି କୋରାପୁଟ ଜିଲ୍ଲା ପ୍ରଶାସନ ନିକଟରେ ଦାବିପତ୍ର ପ୍ରଦାନ କରିଛନ୍ତି ।
କୋଡିଙ୍ଗାମାଳି ଖଣିରେ ଶ୍ରମିକ ଶୋଷଣ ନୀତି ବିରୋଧରେ ଧାରଣାରେ ବସିଲେ ଶ୍ରମିକ ସୂଚନାଅନୁଯାୟୀ କମ୍ପାନୀ ଶ୍ରମିକ ମାନଙ୍କୁ ତିନି ବର୍ଷକାମ କରିବା ପରେ ମଧ୍ୟ ନିଯୁକ୍ତି ପତ୍ର ପ୍ରଦାନ କରିନାହିଁ କି ଇପିଏଫ କାଟୁନାହିଁ । ତେବେ ବର୍ତମାନ ଖଣି ନିକଟବର୍ତ୍ତୀ ଅଞ୍ଚଳର ସ୍ଥାନୀୟ ଯୁବକ ମାବଙ୍କୁ ଅନ୍ୟତ୍ର ବଦଳି କରିଦେଇଥିବା କମ୍ପାନୀ ଘୋଷଣା କରିବା ପରେ ଶ୍ରମିକ ଅଶାନ୍ତି ସୃଷ୍ଟି ହୋଇଛି । ସଂଗଠନ, କମ୍ପାନୀର ଏପରି କାର୍ଯ୍ୟ ସ୍ଥାନୀୟ ଯୁବକଙ୍କୁ ଚାକିରିରୁ ବାହାର କରିଦେବାର ଏକ ପ୍ରକ୍ରିୟା ବୋଲି ଅଭିଯୋଗ କରିଛି ।
ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ଦେଇ ଏପରି ଏକ ଅଗଣତାନ୍ତ୍ରିକ ଓ ଅନ୍ୟାୟ ଭାବେ କାମ ନଦେବା ଓ ଦୂର ଜାଗାକୁ ବଦଳି କରିବା ବିରୁଦ୍ଧରେ ସଂଗଠନ ସଂଗ୍ରାମ ଆରମ୍ଭ କରିଥିବା କହିଛନ୍ତି । ବୁଧବାର କୋରାପୁଟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ କମ୍ପାନୀ କର୍ତ୍ତୃପକ୍ଷ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଆଲୋଚନା କରାଯାଇଥିଲା । କିନ୍ତୁ ଉଭୟପକ୍ଷ ନିଜ ନିଜ ନିଷ୍ପତ୍ତିରେ ଅଟଳ ରହିଥିବା ଯୋଗୁଁ କୌଣସି ନିଷ୍କର୍ସ ବାହାରି ପାରିନଥିବା ଜଣାପଡିଛି । ଏହି ଆଲୋଚନା ପୁଣି ଏକ ବୈଠକ ଡାକି ଆଗକୁ ଜାରି ରଖିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ବେଳେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବାହାରେ କମ୍ପାନୀକୁ ସମର୍ଥନ କରୁଥିବା କିଛି କର୍ମଚାରୀ ଆଲୋଚନାରେ ବସିଥିବା ଶ୍ରମିକ ସଙ୍ଗଠନକୁ ବିରୋଧ କରିଥିଲେ ।
ତେବେ ଯେ ପର୍ଯ୍ୟନ୍ତ ସମସ୍ୟାର ସମାଧାନ ନ ହୋଇଛି ସେତେ ପର୍ଯ୍ୟନ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନକାରୀ ଧାରଣାରେ ବସିଛନ୍ତି । କୌଣସି ଅଘଟଣକୁ ଏଡ଼ାଇବା ପାଇଁ କାର୍ଯ୍ୟାଳୟରେ ପୋଲିସ ମୁତୟନ ହୋଇଛି ।
କୋରାପୁଟରୁ ସିଏଚ ଶାନ୍ତାକାର,ଇଟିଭି ଭାରତ