ଓଡିଶା

odisha

ETV Bharat / state

ବାଟ ହୁଡିଲା ଦୀର୍ଘମିଆଦୀ କେବିକେ ଯୋଜନା, ବିକାଶ ଖୋଜୁଛି ଦୟାନିଧିଗୁଡା - ଦୟାନିଧିଗୁଡା

ଫେଲ ମାରିଲା କେନ୍ଦ୍ର ସରକାରଙ୍କ କେବିକେ ଯୋଜନା । ଯେଉଁ ଗାଁ ଅନ୍ୟମାନଙ୍କ ପାଇଁ ଉଦାହରଣ ହେବା କଥା ସିଏ ଆଜି ନିଜ ବିକାଶ ପାଇଁ ସଂଘର୍ଷ କରୁଛି । ଆମେ କହୁଛୁ କୋରାପୁଟ ଜିଲ୍ଲା ଦୟାନିଧିଗୁଡା ଗାଁ କଥା ।

ଡିଜାଇନ ଫଟୋ

By

Published : Jul 20, 2019, 11:46 PM IST

Updated : Jul 21, 2019, 12:03 AM IST

କୋରାପୁଟ: ଆଦର୍ଶ ଗାଁ ଖୋଜୁଛି ପରିଚୟ । ଯିଏ ଅନ୍ୟମାନଙ୍କ ପାଇଁ ଉଦାହରଣ ହେବା କଥା ସିଏ ଆଜି ବିକାଶ ଭିତରେ ନିଜର ଅସ୍ତିତ୍ବକୁ ଖୋଜୁଛି । ଆମେ କହୁଛୁ ଆଦିବାସୀ ଅଧ୍ୟୁଷିତ ଦୟାନିଧିଗୁଡା ଗାଁ କଥା । ଦୀର୍ଘ 25 ବର୍ଷ ତଳେ ଦୟାନଧୀଗୁଡାକୁ ଆଦର୍ଶ ଗାଁ ରୂପେ ଗଢିତୋଳିବାକୁ ଆଗେଇ ଆସିଥିଲେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପି.ଭି ନରସିଂହ ରାଓ । ସେ ସମୟରେ ଗାଁ ମଝିରେ ରାସ୍ତା ଟିଏ ତିଆରି ହେଲା । ଗାଁ ପାଖ ଲଣ୍ଡା ପାହାଡରେ ବୃକ୍ଷରୋପଣ କରାଗଲା, ବିଦ୍ୟାଳୟର ସୌନ୍ଦର୍ଯ୍ୟକରଣ କରିବା ସହ ସମସ୍ତ ଆବଶ୍ୟକୀୟ ଉପକାରଣରେ ସଜ୍ଜିତ ମଧ୍ୟ କରାଗଲା । ଏପରିକି ଗାଁର ଉପରମୁଣ୍ଡରେ ଖାଲିପଡିଥିବା ଜମିରେ ଜଳ ଯୋଗାଇଦେବା ପାଇଁ ଗାଁର ଅପରମୁଣ୍ଡରେ ଥିବା ଝରଣାରୁ ଉଠାଜଳସେଚନର ବ୍ୟବସ୍ଥା କରାଗଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ଲୋକେ ନିଜସ୍ୱ କଳାକୁ ଆଧାର କରି ଗର୍ବର ସହ ଜୀବନ ଯାପନ କରିବା ପାଇଁ କମାରଶାଳଟିଏ ନିର୍ମାଣ କରାଗଲା । କିନ୍ତୁ ହେଲେ ସରକାରଙ୍କ କିଛି ବିଭାଗୀୟ ଅଧିକାରୀ ସମନ୍ବୟ ଅଭାବରୁ କେବିକେ ଯୋଜନା ଝୁଣ୍ଟି ପଡିଛି । ଫଳରେ 25 ବର୍ଷ ପଛକୁ ଫେରି ଯାଇଛି ଆଦର୍ଶ ଗାଁ ।

କୋରପୁଟର ଅଗ୍ରଣୀ ସାମାଜିକ ଗବେଷଣା କେନ୍ଦ୍ର କାଉନ୍ସିଲ ଅଫ ଏନାଲିଟିକାଲ ଟ୍ରାଇବାଲ ଷ୍ଟଡିସ(କୋଟସ) କରିଥିବା ରିପୋର୍ଟ ଅନୁସାରେ, କେବିକେ ପ୍ରକଳ୍ପ ମାଧ୍ୟମରେ ସରକାରୀ ବିଭାଗ ଗୁଡିକ ନିଜ ନିଜ କ୍ଷେତ୍ରରେ କିଛି କିଛି କାର୍ଯ୍ୟ କରିବାରେ ସକ୍ଷମ ହୋଇଥିବା ବେଳେ ସାମୁହିକ ଭାବେ ଏକ ଆଦର୍ଶ ଗ୍ରାମ ଗଠନ କରିବାରେ ବିଫଳ ହୋଇଛନ୍ତି । ଏହି ସଂସ୍ଥାର ନିର୍ଦ୍ଦେଶକ ପ୍ରଫେସର ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ରଙ୍କ କହିବା ଅନୁଯାୟୀ, କେବିକେ ଦୀର୍ଘ ମିଆଦୀ ଯୋଜନାରେ ୧୯୯୫-୯୬ ଠାରୁ ୨୦୦୧-୦୨ ମଧ୍ୟରେ ୪୫୫୭.୦୩ କୋଟି ଟଙ୍କା ବ୍ୟୟ କରାଯାଇ ବିଭିନ୍ନ କାର୍ଯ୍ୟକ୍ରମ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ପ୍ରଥମ ତିନି ବର୍ଷରେ କେବଳ ୨୦.୪୯ କୋଟି ଟଙ୍କା ଏହି ପ୍ରକଳ୍ପର ସ୍ବପ୍ନକୁ ସାକାର କରିବା ପାଇଁ ଅତିରିକ୍ତ ପାଣ୍ଠି ଭାବେ ପହଞ୍ଚିବା ଯୋଗୁଁ ଯୋଜନାର ଆରମ୍ଭରୁ ହିଁ ଝୁଣ୍ଟିପଡ଼ିଲା ।

ତେଣୁ ପୁଣିଥରେ ୧୯୯୮- ୯୯ ଠାରୁ ୨୦୦୬-୦୭ ପର୍ଯ୍ୟନ୍ତ ୫୫୨୭.୪୧ କୋଟି ଟଙ୍କାର ଏକ ପରିବର୍ଦ୍ଧିତ କେବିକେ ଦୀର୍ଘମିଆଦୀ ଯୋଜନା ପ୍ରସ୍ତୁତ କରାଗଲା ଯେଉଁଥିରେ ରାଜ୍ୟ ସରକାରଙ୍କ ଭାଗ ରହିଥିଲା ୭୪୦.୩୦ କୋଟି ଟଙ୍କା । କିନ୍ତୁ ପ୍ରତି ପାଞ୍ଚବର୍ଷ ପାଇଁ ପ୍ରତି ଜିଲ୍ଲାକୁ ୪୨ କୋଟି ଟଙ୍କାର ଅତିରିକ୍ତ ପାଣ୍ଠି ହିସାବରେ ତିନିଥର ମିଳିବା ପରେ ଅନୁଦାନ ବନ୍ଦ ହୋଇଗଲା । ପରେ ଓଡିଶା ସରକାରଙ୍କ ପକ୍ଷରୁ ବିଜୁ କେବିକେ ଯୋଜନା ଆରମ୍ଭ କରାଯାଇଥିବା କୋରାପୁଟ ଜିଲ୍ଲା ଯୋଜନା କାର୍ଯ୍ୟାଳୟ ଡିପିଏମୟୁର ସହନିର୍ଦେଶଜ ଜଗନ୍ନାଥ ଦାସ ଜଣାଇଛନ୍ତି ।

ଏହି ସମସ୍ତ ଯୋଜନା ଯୋଗୁଁ ପୂର୍ବ କୋରାପୁଟ ଏବେର କୋରାପୁର ଅନେକ ଆଗକୁ ଯାଇଛି । ତେବେ ଏନେଇ କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କ କୁହନ୍ତି, କେବିକେକୁ ଏକ ଦୀର୍ଘମିଆଦୀ ପ୍ରକଳ୍ପ ଭାବେ ଆରମ୍ଭ କରାଯାଇଥିବା ଯୋଜନା ଏବେ ବାଟହୁଡିଛି । ଏପରିକି ପ୍ରକଳ୍ପ ପାଇଁ ପାଣ୍ଠି ନିଅଣ୍ଟ ହେଉଥିବା ଯୋଗୁଁ ସେ କେନ୍ଦ୍ରସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

କୋରାପୁଟରୁ ସି.ଏଚ ଶାନ୍ତାକାର, ଇଟିଭି ଭାରତ

Last Updated : Jul 21, 2019, 12:03 AM IST

ABOUT THE AUTHOR

...view details