କୋରାପୁଟ: ମାଓ ପ୍ରଭାବିତ କୋରାପୁଟ ଜିଲ୍ଲାର ନାରାୟଣପାଟଣା, ବନ୍ଧୁଗାଁ, ଲାଷ୍ମୀପୁର, ପଟ୍ଟାଙ୍ଗି, ନନ୍ଦପୁର, ଲମତାପୁଟ ଓ ବୈପାରିଗୁଡା ବ୍ଲକର ପିଲାଙ୍କୁ ନେଇ କୋରାପୁଟ ଷ୍ଟାଡ଼ିୟମଠାରେ ଖେଲୋ ଇଣ୍ଡିଆ ଆୟୋଜିତ ହୋଇଯାଇଛି । ଏହି 7ଟି ବ୍ଲକର ପିଲାଙ୍କ ମଧ୍ୟରେ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ କରିବା ମାଧ୍ୟମରେ ପିଲାଙ୍କୁ ପୁରସ୍କୃତ କରିବା ସହିତ କ୍ରୀଡା ବିଭାଗ ଦ୍ବାରା ପରିଚାଳିତ କ୍ରୀଡା ଛାତ୍ରାବାସ ପାଇଁ ଉନ୍ନତ ମାନର ପିଲାଙ୍କୁ ଚୟନ କରାଯିବ ବୋଲି ଜିଲ୍ଲା କ୍ରୀଡା ଅଧିକାରୀ ରାଜକିଶୋର ଜେନା ଜଣାଇଛନ୍ତି ।
କୋରାପୁଟରେ ଖେଲୋ ଇଣ୍ଡିଆ ପ୍ରତିଯୋଗିତା ଆୟୋଜିତ - ଖେଲୋ ଇଣ୍ଡିଆ ପ୍ରତିଯୋଗିତା
କୋରାପୁଟ ଜିଲ୍ଲା 7ଟି ବ୍ଲକର ପିଲାଙ୍କୁ ନେଇ କୋରାପୁଟ ଷ୍ଟାଡ଼ିୟମଠାରେ ଖେଲୋ ଇଣ୍ଡିଆ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି ।
ତେବେ ସମଗ୍ର କୋରାପୁଟ ଜିଲ୍ଲା ମାଓ ପ୍ରଭାବିତ ଅଞ୍ଚଳ ହୋଇଥିବା ବେଳେ 14ଟି ବ୍ଲକ ମଧ୍ୟରୁ କେବଳ 7ଟି ବ୍ଲକର ପିଲାଙ୍କୁ ନେଇ କରାଯାଇଥିବା ପ୍ରତିଯୋଗିତା ଉପରେ ପ୍ରଶ୍ନ ଉଠାଇଛନ୍ତି କୋରାପୁଟ ଜିଲ୍ଲା କ୍ରିକେଟ ଆସୋସିଏସନର ସଭାପତି ପ୍ରଦୀପ କୁମାର ମହାନ୍ତି । ଗତ କିଛି ବର୍ଷ ଧରି କୋରାପୁଟ ଜିଲ୍ଲାରେ ଜିଲ୍ଲାସ୍ତରୀୟ କ୍ରୀଡା ଆୟୋଜନ ହେଉନଥିବା ବେଳେ ଖେଲୋ ଇଣ୍ଡିଆ ମାଧ୍ୟମରେ ଏହି ଅବହେଳିତ ଜିଲ୍ଲାର ସମସ୍ତ 14ଟି ବ୍ଲକର ଶିଶୁଙ୍କୁ ନ ଖେଳାଇ କେବଳ 7ଟି ବ୍ଲକର ପିଲାଙ୍କ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହେବା ଫଳରେ ଆଉ 7ଟି ବ୍ଲକର ପିଲାମାନଙ୍କୁ ଖେଳିବାର ସୁଯୋଗରୁ ବଞ୍ଚିତ କରାଯିବା ପିଲାଙ୍କ ମଧ୍ୟରେ କ୍ରୀଡା ପ୍ରତି ଆଗ୍ରହ ସୃଷ୍ଟି କରିବାରେ ଅନ୍ତରାୟ ସୃଷ୍ଟି କରିବ ବୋଲି ସେ ମତ ଦେଇଛନ୍ତି ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ