ଓଡିଶା

odisha

ETV Bharat / state

କ୍ଷତିପୂରଣ ସହ ରିଫାଇନାରି କାରଖାନା ଦାବି କଲେ କଂସାରୀଗୁଡା ପ୍ରକଳ୍ପ ଜମିହରା - କଂସାରୀଗୁଡା ପ୍ରକଳ୍ପ ଜମିହରା

କଂସାରୀଗୁଡା ପ୍ରକଳ୍ପ ଜମିହରା ଓ କୋଡିଙ୍ଗା ମାଳି ଖଣି ପ୍ରଭାବିତ ଅଞ୍ଚଳବାସୀ ସୋମବାର ଜିଲ୍ଲାପାଳଙ୍କ ଏକ ଲିଖିତ ଅଭିଯୋଗ କରିଛନ୍ତି । ଏଥିରେ ସେମାନେ ତୁରନ୍ତ କଂସାରୀଗୁଡାରେ ରିଫାଇନାରି କାରଖାନା କରାଯାଉ ନଚେତ 13 ବର୍ଷର କ୍ଷତି ପୂରଣ ଦିଆଯାଉ ବୋଲି ଦାବି କରିଛନ୍ତି । ଅଧିକ ପଢନ୍ତୁ...

କ୍ଷତିପୂରଣ ସହ ରିଫାଇନାରି କାରଖାନା ଦାବି କଲେ କଂସାରୀଗୁଡା ପ୍ରକଳ୍ପ ଜମିହରା
କ୍ଷତିପୂରଣ ସହ ରିଫାଇନାରି କାରଖାନା ଦାବି କଲେ କଂସାରୀଗୁଡା ପ୍ରକଳ୍ପ ଜମିହରା

By

Published : Feb 23, 2021, 9:01 AM IST

କୋରାପୁଟ: ତୁରନ୍ତ କଂସାରୀଗୁଡାରେ ରିଫାଇନାରି କାରଖାନା କରାଯାଉ ନଚେତ 13 ବର୍ଷର କ୍ଷତି ପୂରଣ ଦିଆଯାଉ । ଆଦିତ୍ୟ ଆଲୁମିନା ପ୍ରକଳ୍ପ ପାଇଁ 16 ଖଣ୍ଡ ଗ୍ରାମବାସୀଙ୍କ ଅଧିଗ୍ରହଣ ହୋଇଥିବା ଜମି ତୁରନ୍ତ ଫେରସ୍ତ କରିବାକୁ ଦାବି ହୋଇଛି।

କ୍ଷତିପୂରଣ ସହ ରିଫାଇନାରି କାରଖାନା ଦାବି କଲେ କଂସାରୀଗୁଡା ପ୍ରକଳ୍ପ ଜମିହରା

କଂସାରୀଗୁଡା ପ୍ରକଳ୍ପ ଜମିହରା ଓ କୋଡିଙ୍ଗା ମାଳି ଖଣି ପ୍ରଭାବିତ ଅଞ୍ଚଳବାସୀ ସୋମବାର ଜିଲ୍ଲାପାଳଙ୍କ ଏକ ଲିଖିତ ଅଭିଯୋଗ କରିଛନ୍ତି । ୪ବର୍ଷ ହେଲାଣି ପ୍ରକଳ୍ପ ପାଇଁ ଚାଷ ଉପଯୋଗୀ ଜମି ଦେଇ ଗ୍ରାମବାସୀ ଜୀବନଜୀବିକା ହରେଇ ବସିଥିବା ବେଳେ ତିନିବର୍ଷ ହେଲାଣି କୋଡିଙ୍ଗା ମାଳି ପର୍ବତରୁ ଖଣି ଖନନ କାର୍ଯ୍ୟ ଚାଲୁଅଛି । ଯାହା ଦ୍ୱାରା ବିଷାକ୍ତ ଗ୍ୟାସରେ ପରିବେଶ ଦୂଷିତ ହୋଇ ଜୀବନ ପ୍ରଭାବିତ ହେଉଛି। ଖୁବଶୀଘ୍ର କଂସାରୀଗୁଡା ଠାରେ ପ୍ରକଳ୍ପ କାମ ଆରମ୍ଭ ହେଲେ ଅଞ୍ଚଳବାସୀଙ୍କ ଆର୍ଥିକ ସାମାଜିକ, ରୋଜଗାର ଭଳି ସମସ୍ୟା ସମାଧାନ ହୋଇପାରିବ। ତେଣୁ ତୁରନ୍ତ ପ୍ରଶାସନ ଗମ୍ଭୀରତା ସହ ଅଞ୍ଚଳବାସୀଙ୍କ ଦାବିକୁ ଗ୍ରହଣ କରି ସମାଧାନ ପ୍ରତି ପଦକ୍ଷେପ ନେବାକୁ କୁହାଯାଇଛି ।

ସେପଟେ, ଯଦି ଏହା ନ ହୁଏ ତେବେ ଆସନ୍ତା ମାର୍ଚ୍ଚ ୨ତାରିଖ ଦିନ ସିଙ୍ଗାରାମ ରେଳ ଷ୍ଟେସନ ସହ ଜାତୀୟ ରାଜପଥ ୩୨୬କୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଅବରୋଧ କରାଯିବ ବୋଲି ଲିଖିତ ଭାବେ ଦାବିପତ୍ର ରେ ଗ୍ରାମବାସୀ ଜିଲ୍ଲାପାଳଙ୍କୁଜଣାଇଛନ୍ତି।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details