ଓଡିଶା

odisha

ETV Bharat / state

ଟେକ୍ନୋଲୋଜି ବ୍ୟବହାରରେ ନ୍ୟାୟ ବ୍ୟବସ୍ଥା ହେବ ସୁଦୃଢ଼: ହାଇକୋର୍ଟ ମୁଖ୍ୟ ବିଚାରପତି - କୋରାପୁଟରେ ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି

ନୂତନ ଜ୍ଞାନ କୌଶଳର(technology) ବ୍ୟବହାର କରି ତ୍ବରିତ ନ୍ୟାୟ ପ୍ରଦାନ କରିବା ପାଇଁ ଯୁବ ଓକିଲଙ୍କ ତାଲିମ ନେବାର ଆବଶ୍ୟକତା ରହିଛି ବୋଲି କୋରାପୁଟ ଓକିଲ ସଂଘ(Koraput Bar Association) ଦ୍ବାରା ଆୟୋଜିତ ସଭାରେ ଯୋଗଦେଇ ପ୍ରକାଶ କରିଛନ୍ତି ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡ.ଏସ.ମୁରଲିଧର । ଅଧିକ ପଢନ୍ତୁ

ଟେକ୍ନୋଲୋଜି ବ୍ୟବହାର କରି ନ୍ୟାୟ ବ୍ୟବସ୍ଥାକୁ ସୁଦୃଢ଼ କରିହେବ: ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି
ଟେକ୍ନୋଲୋଜି ବ୍ୟବହାର କରି ନ୍ୟାୟ ବ୍ୟବସ୍ଥାକୁ ସୁଦୃଢ଼ କରିହେବ: ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି

By

Published : Dec 28, 2021, 10:43 AM IST

କୋରାପୁଟ: ଭାରତବର୍ଷ ବୈଷୟିକ କ୍ଷେତ୍ରରେ ଅନେକ ଅଗ୍ରଗତି କରିଛି । ତେବେ ନୂତନ ଜ୍ଞାନକୈାଶଳର(technology) ବ୍ୟବହାର କରି ତ୍ବରିତ ନ୍ୟାୟ ପ୍ରଦାନ କରିବା ପାଇଁ ଯୁବ ଓକିଲମାନଙ୍କର ତାଲିମ ନେବାର ଆବଶ୍ୟକତା ରହିଛି ବୋଲି ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡ.ଏସ.ମୁରଲିଧର(Chief Justice of Odisha HC, S. Muralidharn) କୋରାପୁଟ ଓକିଲ ସଂଘ(Koraput Bar Association) ଦ୍ବାରା ଆୟୋଜିତ ସଭାରେ ଯୋଗଦେଇ ପ୍ରକାଶ କରିଛନ୍ତି । ଓକିଲମାନେ ତାଲିମ ପାଇବା ପରେ ନ୍ୟାୟିକ ବ୍ୟବସ୍ଥା ତ୍ବରାନ୍ବିତ ହୋଇପାରିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ ।

ଟେକ୍ନୋଲୋଜି ବ୍ୟବହାର କରି ନ୍ୟାୟ ବ୍ୟବସ୍ଥାକୁ ସୁଦୃଢ଼ କରିହେବ - ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି

କୋରାପୁଟ ଭଳି ପଞ୍ଚମ ସେଡ୍ୟୁଲ ଅଞ୍ଚଳରେ ଆଦିବାସୀ ଜନତାଙ୍କ ଅବସ୍ଥାକୁ ବର୍ଣ୍ଣନା କରିବାକୁ ଯାଇ ସେ ଝାଡ଼ଖଣ୍ଡରେ ଓକିଲାତି କରିବା ସମୟରେ କିପରି ଖଣି ଖାଦାନ ଯୋଗୁଁ ହଇରାଣରେ ପଡିଥିବା ନିରୀହ ଜନତାଙ୍କ ପାଇଁ ଲଢ଼ିଥିଲେ, ସେ କଥାକୁ ବର୍ଣ୍ଣନା କରିଥିଲେ ମୁଖ୍ୟ ବିଚାରପତି । ଗତକାଲି(ସୋମବାର) ଜୟପୁର ଜିଲ୍ଲା ଜଜଙ୍କ କୋର୍ଟ ପରିସରରେ ଇ-ଫାଇଲିଂ ଓ ଭିସି କେବିନର ଉଦ୍ଘାଟନ କରିଥିବା ବେଳେ କୋରାପୁଟର କୋର୍ଟ ପରିସର ମଧ୍ୟରେ ବି ଏପରି ସୁଯୋଗ ସୃଷ୍ଟି କରାଯାଇପାରିବ ବୋଲି ଏସ.ମୂରଲୀଧର ପ୍ରତିଶ୍ରୁତି ଦେଇଛନ୍ତି ।

ଆଇନ ବ୍ୟବସ୍ଥା କିପରି ସାଧାରଣ ଜନତାଙ୍କ ଜୀବନକୁ ସହଜ ସୁନ୍ଦର କରିପାରିବ, ସେ ଦିଗରେ ଓକିଲଙ୍କ ପ୍ରୟାସକୁ ଟେକ୍ନୋଲୋଜି ସାହାଯ୍ୟ କରିବ ବୋଲି ସେ ଆଶାପୋଷଣ କରିଛନ୍ତି । ତେବେ ମୁଖ୍ୟ ବିଚାରପତିଙ୍କ ଅଭିଭାଷଣ ଓ ଉପସ୍ଥିତି ଓକିଲଙ୍କ ମଧ୍ୟରେ ପ୍ରେରଣା ଯୋଗାଇବ ବୋଲି ବାର ଆସୋସିଏସନର ସଭାପତି ଅଜିତ ପାତ୍ର ଜଣାଇଛନ୍ତି । ବିନା କାଗଜ ପତ୍ରରେ କିଭଳି ଗରିବ ବ୍ୟକ୍ତିମାନେ ଦିଲ୍ଲୀ କିମ୍ବା କଟକ ନ ଯାଇ କୋରାପୁଟରେ ରହି ତ୍ବରିତ ନ୍ୟାୟ ପାଇପାରିବେ ସେଥିପ୍ରତି ସେ ଗୁରୁତ୍ବାରୋପ କରିଥିଲେ ବୋଲି ପାତ୍ର ପ୍ରକାଶ କରିବା ସହ ଏହାକୁ କୋରାପୁଟ ଓକିଲ ସଂଘ ସ୍ବାଗତ କରିଥିବା ସେ ସୂଚନା ଦେଇଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details