କୋରାପୁଟ:ଓଡ଼ିଶାର ଇତିହାସ ପୃଷ୍ଠାରେ ଏକ ବିଶିଷ୍ଟ ସ୍ଥାନ ଅଳଙ୍କୃତ କରିଛି ଜୟପୁର ସାମ୍ରାଜ୍ୟ । ନାଁ ଥିବା ଜୟପୁରର ତତ୍କାଳୀନ ମହାରାଜା ବିକ୍ରମ ଦେଓ ବାହାଦୁରଙ୍କ ସ୍ମୃତି ଏବେ ସତ୍ତା ହରାଇଛି । ଇତିହାସ ବହିରେ ସୀମିତ ହୋଇ ରହିଯିବ ମହାରାଜା ବିକ୍ରମ ଦେଓ ବାହାଦୁରଙ୍କ ସ୍ମୃତି । ରାଜା ରାଜୁଡ଼ା ଶାସନ ସ୍ଥାନରେ ଗଣତନ୍ତ୍ର ଶାସନ ବ୍ୟବସ୍ଥାର ପ୍ରଚଳନ ହେବା ପରେ ଜୟପୁରରେ ଥିବା ରାଜ ଉଆସ ଗୁଡ଼ିକ ଅବହେଳାର ଶିକାର ହୋଇଥିବା ଦେଖିବାକୁ ମିଳିଛି । ଶହେ ବର୍ଷ ପୂର୍ବେ ଯେଉଁ ସୂର୍ଯ୍ୟ ମହଲ ମହାରାଜଙ୍କ କୀର୍ତ୍ତି ସୌର୍ଯ୍ୟକୁ ବର୍ଣ୍ଣନା କରୁଥିବା ଏକ ସଂଗ୍ରହାଳୟ ଥିଲା ଆଜି ସେହି ମହଲ ଏବେ ଜରାର୍ଜୀର୍ଣ୍ଣ ଅବସ୍ଥାରେ ।
ମହଲ ଉପରେ ଗଛ ଲତା ମାଡି ଗଲାଣି । ଶିଉଳିରେ ଭର୍ତ୍ତି ମହଲ କାନ୍ଥ ଆଉ ମହଲ ପାର୍ଶ୍ବବର୍ତ୍ତୀ ଅଞ୍ଚଳ ଗୋଚର ଜମିର ଭମ୍ର ସୃଷ୍ଟି କରୁଛି । ମହଲର ଏକ ପାର୍ଶ୍ବ ସୁଉଚ୍ଚ କାନ୍ଥ ଭୁଶୁଡ଼ି ପଡ଼ିଛି । ଭଗ୍ନ ଅବସ୍ଥାରେ ଦୟନୀୟ ସ୍ଥିତିରେ ଅବହେଳିତ ହୋଇ ପଡିଛି ସୂର୍ଯ୍ୟ ମହଲ । ନିକଟରେ ଥିବା ଏକ ବେସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଖରେ ଓଡ଼ିଶା ମାଟିର ଯୋଗ୍ୟ ଦାୟଦଙ୍କ ହାତରେ କିପରି କୋରାପୁଟ ଅଞ୍ଚଳର ଐତିହ୍ୟ ମାଟିରେ ମିଶି ଯାଉଛି ତାର ଜ୍ବଳନ୍ତ ଉଦାହରଣ ଉପସ୍ଥାପନ କରୁଛି । ମହାରାଜା ବିକ୍ରମ ଦେଓ ମହାରାଜଙ୍କ ସ୍ମୃତିରେ ଏହି ସୂର୍ଯ୍ୟ ମହଲ ନିକଟରେ 1927ରେ ରାଜା ରାମଚନ୍ଦ୍ର ଦେବଙ୍କ ଦ୍ବାରା ପ୍ରତିଷ୍ଠା ହୋଇଥିଲା । ବିକ୍ରମ ଦେଓଙ୍କ ପ୍ରତିମୂର୍ତ୍ତି ସ୍ଥାନିତ କରିଥିବା ସ୍ଥାନଟି ମଧ୍ୟ ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି ।
ଏହା ବି ପଢନ୍ତୁ...OTDCକୁ ବିଶ୍ୱସ୍ତରୀୟ ଅନୁଷ୍ଠାନରେ ପରିଣତ କରିବାକୁ ଆହ୍ୱାନ