ଜୟପୁର: କୋରାପୁଟ ଜିଲ୍ଲା ଜୟପୁରରେଥିବା ଐତିହାସିକ ଜଗନ୍ନାଥ ସାଗରର ପୁନରୁଦ୍ଧାର ପାଇଁ ଜୟପୁର ସହରର ଏକ ସ୍ବେଚ୍ଛାସେବୀ ସଂଗଠନ 'ରଙ୍ଗମାଟି' ଗ୍ରୁପ ଅଣ୍ଟା ଭିଡିଛି । ଏହି ଗ୍ରୁପ ତରଫରୁ ରବିବାର ଦିନ ଜଗନ୍ନାଥ ସାଗରରେ ଚାରିଟି ରାଜହଂସ ଛଡାଯାଇଛି ।
'ରଙ୍ଗମାଟି ଗ୍ରୁପର ଏହି ପ୍ରୟାସ ଜଗନ୍ନାଥ ସାଗରର ସୌନ୍ଦର୍ଯ୍ୟ ବୃଦ୍ଧି କରିବା ସହିତ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବ' ବୋଲି ରଙ୍ଗମାଟି ଗ୍ରୁପର ସଦସ୍ୟ ତୁଳସୀ ବେହେରା କହିଛନ୍ତି । ଏହି ଜଳାଶୟରେ ବର୍ତ୍ତମାନ 4ଟି ରାଜହଂସ ଛଡାଯାଇଥିବାବେଳେ ଆଗାମୀ ଛଅମାସ ମଧ୍ୟରେ 30 ରୁ 40ଟି ରାଜହଂସ ରଙ୍ଗମାଟି ଗ୍ରୁପ ଦ୍ବାରା ଛଡାଯିବ ବୋଲି ଏହାର ସଦସ୍ୟ କହିଛନ୍ତି । ଏହି ସଂଗଠନର ପ୍ରାୟ 40 ରୁ 50 ଜଣ ସଦସ୍ୟ ଏହି ସଫେଇ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।