ଓଡିଶା

odisha

ETV Bharat / state

ଶୁଣନ୍ତୁ କୋରାପୁଟିଆଙ୍କ ଇତିହାସ, ଖାସ ଜୟପୁର ଆକାଶବାଣୀରୁ - koraput program

ଗୁରୁ ଗମ୍ଭୀର ସ୍ବରରେ ଜୀବନ୍ତ ଧାରା ବିବରଣୀ କୋଟି କୋଟି ଶ୍ରୋତାଙ୍କୁ ବାନ୍ଧି ରଖୁଥିଲା । ସକାଳ ହେଲେ ଆକାଶବାଣୀ ଜରିଆରେ ରେଡିଓରୁ ଭାସି ଆସୁଥିଲା ଭକ୍ତି ଗୀତ । ଏବେ ରେଡିଓର ମହକ କମି ଯାଇଥିବାବେଳେ ଜୟପୁର ଆକାଶବାଣୀ କେନ୍ଦ୍ର ଆଦିବାସୀଙ୍କ କଳା, ସଂସ୍କୃତି, ପରମ୍ପରା ଏବଂ ବଞ୍ଚିବାର ଜୀବନ ଧାରାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ କରିଛି ଏକ ନିଆରା ପ୍ରୟାସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

By

Published : Jul 12, 2019, 7:35 PM IST

କୋରାପୁଟ: ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର କୋରାପୁଟ। ଏଠାକାର ଗିରିକନ୍ଦର, ବଣ ଜଙ୍ଗଲ ଓ ନଦୀ ନାଳ ଚାରିପାଖେ ଜୀବନଯାପନ କରୁଥିବା ନିରିହ ଆଦିବାସୀ ଲୋକଙ୍କ କଳା, ସଂସ୍କୃତି, ନାଚ, ଗୀତ, ପରମ୍ପରା ଏବଂ ତାଙ୍କ ବଞ୍ଚିବାର ଜୀବନ ଧାରା ସମ୍ପୂର୍ଣ୍ଣ ଭିନ୍ନ । ଆଉ ସେମାନଙ୍କ ଏହି କଳାକୁ ସଂଗ୍ରହ କରି ବିଶ୍ୱ ଦରବାରରେ ବାଣ୍ଟିବା ପାଇଁ ଆଗେଇ ଆସିଥିଲା ଜୟପୁର ଆକାଶବାଣୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

୧୯୬୪ ମସିହାରେ ଜୟପୁର ଠାରେ ପ୍ରତିଷ୍ଠିତ ହୋଇଥିବା ଆକାଶବାଣୀ କେନ୍ଦ୍ର ଆଦିବାସୀ ଅଞ୍ଚଳର ୫୫ ବର୍ଷର ଇତିହାସକୁ ବହନ କରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ । କେନ୍ଦ୍ରଟି ଆରମ୍ଭ ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ ଜୟପୁର, କଟକ ଓ ଦିଲ୍ଲୀ ଆକାଶବାଣୀ କେନ୍ଦ୍ରରୁ ପ୍ରସାରିତ ହୋଇଥିବା ସମସ୍ତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମକୁ ଏହି କେନ୍ଦ୍ର ତାର ଲାଇବ୍ରେରୀରେ ସାଇତି ରଖିଛି । ଏଭଳି ସୂଚନା ଦେଇଛନ୍ତି ଆକାଶବାଣୀ କେନ୍ଦ୍ରର ଲାଇବ୍ରେରିଆନ ରାଜେନ୍ଦ୍ର ପ୍ରସାଦ ।

ଅଚଳ ହୋଇଯାଇଥିବା ଅଡିଓ ଟେପରୁ ଏହି ଅମୂଲ୍ୟ ସମ୍ପଦକୁ ଉଦ୍ଧାର କରି କମ୍ପୁଟରରେ ସାଇତି ରଖିବାରେ କେନ୍ଦ୍ର ସକ୍ଷମ ହୋଇଥିବା ଏଠାକାର ବରିଷ୍ଠ ଉଦଘୋଷକ ରଞ୍ଜନ କୁମାର ବେହେରା ଜଣାଇଛନ୍ତି । ଗତ ୫୫ ବର୍ଷ ମଧ୍ୟରେ ଏହି କେନ୍ଦ୍ରରେ ପରଜା, ଦେଶୀଆ, ସଉରା ଓ କନ୍ଧ ଭାଷାଭାଷୀ କଳାକାରଙ୍କ ସହ ଭାଗିତାରେ ଚଇତି ଜହ୍ନ, ତାରଭା ଓ କୂନେଇ ଲେଞ୍ଜୁ ଭଳି ଆଞ୍ଚଳିକ କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଥିଲା । ଆଉ ଜନଆଦୃତ ହୋଇପାରିଥିବା କାର୍ଯ୍ୟକ୍ରମ ସମ୍ପାଦକ ନରେନ୍ଦ୍ର ପଟ୍ଟନାୟକ କହିଛନ୍ତି ।

କାର୍ଯ୍ୟକ୍ରମ ପ୍ରଚାର କରିବା ମାଧ୍ୟମରେ ଏହି କେନ୍ଦ୍ର ସ୍ଥାନୀୟ କଳାକାରଙ୍କୁ କିପରି ଅପୂର୍ବ ସୁଯୋଗ ପ୍ରଦାନ କରିଛି ସେ କଥାକୁ ସ୍ମରଣ କରି ଦିନେ ଏହି କେନ୍ଦ୍ରର ପ୍ରଥମ ମହିଳା ଉଦଘୋଷିକା ଭାବେ ଯୋଗଦେଇଥିବା ଅମିତା ଦାସ କେନ୍ଦ୍ର ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି । ଆକାଶବାଣୀ କେନ୍ଦ୍ର ଜୟପୁର , ନାଟକ ପ୍ରସ୍ତୁତି କ୍ଷେତ୍ରରେ ମଧ୍ୟ ସୁନାମ ଅର୍ଜନ କରିଥିବା କାର୍ଯ୍ୟକ୍ରମର ଅନ୍ୟ ସମ୍ପାଦକ ଜଗଦୀଶ ଅଧିକାରୀ ଜଣାଇଛନ୍ତି ।

ଆକାଶବାଣୀ କେନ୍ଦ୍ରର ଗୌରବମୟ ଇତିହାସକୁ ସାଥିରେ ନେଇ ଆଗକୁ ଅନେକ ସ୍ୱପ୍ନ ବାନ୍ଧିଛନ୍ତି । ଏହି କେନ୍ଦ୍ରର ପ୍ରମୁଖ ସମ୍ପାଦକ ଯୁଗଳ କିଶୋର ପଣ୍ଡା ଏଥି ନିମନ୍ତେ କେନ୍ଦ୍ରରେ ଅଧିକ ସଂଖ୍ୟକ କର୍ମଚାରୀଙ୍କ ଆବଶ୍ୟକତା ଉପରେ ସେ ଗୁରୁତ୍ବପ୍ରଦାନ କରିଛନ୍ତି । ତେବେ ଏହି କେନ୍ଦ୍ରଟି ଯେ ସରକାରଙ୍କ ତରଫରୁ ଏହି ଅଞ୍ଚଳବାସୀଙ୍କ ପାଇଁ ଅନନ୍ୟ ଉପହାର ସେଥିରେ ସନ୍ଦେହ ନାହିଁ ବୋଲି ଜୟପୁରର ଆଦିବାସୀ ସଂସ୍କୃତି ଗବେଷକ ପରେଶ ରଥ ମତ ରଖିଛନ୍ତି ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details