ଓଡିଶା

odisha

By

Published : Nov 16, 2022, 8:48 AM IST

ETV Bharat / state

ଜନଜାତି ଗୌରବ ଦିବସରେ ଉଦଘାଟିତ ହେଲା ଆମ୍ବେଦକର ଉତ୍କୃଷ୍ଟତା ପ୍ରକୋଷ୍ଠ

ଓଡିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଆଦିବାସୀ କଲ୍ୟାଣ କେନ୍ଦ୍ରରେ ଜନଜାତି ଗୌରବ ଦିବସ ପାଳିତ । ଏହି ଅବସରରେ ଡକ୍ଟର ଆମ୍ବେଦକର ସେଣ୍ଟର ଅଫ ଏକ୍ସିଲେନ୍ସ ଉଦଘାଟିତ ହୋଇଛି । ଅଧିକ ପଢନ୍ତୁ

ଜନଜାତି ଗୌରବ ଦିବସରେ ଉଦଘାଟିତ ହେଲା ଆମ୍ବେଦକର ଉତ୍କୃଷ୍ଟତା ପ୍ରକୋଷ୍ଠ
ଜନଜାତି ଗୌରବ ଦିବସରେ ଉଦଘାଟିତ ହେଲା ଆମ୍ବେଦକର ଉତ୍କୃଷ୍ଟତା ପ୍ରକୋଷ୍ଠ

କୋରାପୁଟ: ଓଡିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ଆଦିବାସୀ କଲ୍ୟାଣ ତଥା ସଂପ୍ରଦାୟ ବିକାଶ କେନ୍ଦ୍ରରେ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଅବସରରେ ଜନଜାତି ଗୌରବ ଦିବସ(Janjatiya Gaurav Divas) ପାଳିତ ହୋଇଯାଇଛି । ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଚକ୍ରଧର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ଗୋବର୍ଦ୍ଧନ ପାନିକା ଯୋଗ ଦେଇଥିଲେ । ସେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ବିର୍ସା ମୁଣ୍ଡାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ମୁଖ୍ୟବକ୍ତା ଭାବେ କୋଟସର ଗବେଷକ ଡ. ଜଗବନ୍ଧୁ ସାମଲ ଏବଂ କୁଳସଚିବ ଡ.ଅସିତ କୁମାର ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଆଦିବାସୀ ଡିଜିଟାଲ କେନ୍ଦ୍ର ଏବଂ ଡକ୍ଟର ଆମ୍ବେଦକର ଉତ୍କୃଷ୍ଟତା ପ୍ରକୋଷ୍ଠ(Dr. Ambedkar Centre of Excellence) ଉଦଘାଟିତ ହୋଇଯାଇଛି ।

ଜନଜାତି ଗୌରବ ଦିବସରେ ଉଦଘାଟିତ ହେଲା ଆମ୍ବେଦକର ଉତ୍କୃଷ୍ଟତା ପ୍ରକୋଷ୍ଠ

ଆମ୍ବେଦକର ଉତ୍କୃଷ୍ଟତା ପ୍ରକୋଷ୍ଠରେ ଅନୁସୂଚିତ ଜନଜାତିର ଛାତ୍ରଛାତ୍ରୀଙ୍କୁ ଆଇଏଏସ ଏବଂ ଅନ୍ୟାନ୍ୟ ପ୍ରଶାସନିକ ପରୀକ୍ଷା ପାଇଁ ପ୍ରସ୍ତୁତ କରାଯିବା ନେଇ ସମସ୍ତ ବ୍ୟବସ୍ଥା କରାଯିବ । ସେଥିପାଇଁ ସରକାରଙ୍କ ପକ୍ଷରୁ ପ୍ରଫେସରମାନେ ନିଯୁକ୍ତ ହୋଇସାରିଥିବା ବିଶ୍ବବିଦ୍ୟାଳୟ କୁଳପତି ଚକ୍ରଧର ତ୍ରିପାଠୀ ଜଣାଇଛନ୍ତି । ଅନ୍ୟପଟେ ଡିଜିଟାଲ ସେଣ୍ଟରରେ ଆର୍ଥିକ ଭାବେ ଅନଗ୍ରସର ଛାତ୍ରଛାତ୍ରୀଙ୍କୁ ନିଃଶୁଳ୍କ କମ୍ପ୍ୟୁଟର ଶିକ୍ଷା ପ୍ରଦାନ କରାଯିବା ସହ ୬ ମାସ ଶିକ୍ଷା ଗ୍ରହଣ ପରେ ଛାତ୍ରଛାତ୍ରୀ କିପରି ରୋଜଗାରକ୍ଷମ ହୋଇପାରିବେ ସେଥିପାଇଁ ପ୍ରୟାସ କରାଯିବ ବୋଲି ସେ କହିଛନ୍ତି ।

ଏହାମଧ୍ୟ ପଢନ୍ତୁ: Janjatiya Gaurav Divas: ବିର୍ସା ମୁଣ୍ଡାଙ୍କ ଜୟନ୍ତୀ, ଭୁବନେଶ୍ବରରେ ଜନଜାତୀୟ ଗୌରବ ଦିବସ

ଆମ ସଂସ୍କୃତି ହେଉଛି ଆମ ଜୀବନ । ତେଣୁ ପିଲାମାନେ ସଂସ୍କୃତି ବିଷୟରେ ଜାଣିବା ଓ ସଂସ୍କୃତିକୁ ଚିହ୍ନିବା ଆବଶ୍ୟକ ବୋଲି ମଧ୍ୟ କୁଳପତି ପ୍ରକାଶ କରିଛନ୍ତି । କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଡ. ଜଗବନ୍ଧୁ ସାମଲ ବିର୍ସା ମୁଣ୍ଡାଙ୍କ ଜୀବନ ବୃତ୍ତାନ୍ତ ସଂପର୍କରେ ଆଲୋକପାତ କରିଥିଲେ । ପରେ ଛାତ୍ରଛାତ୍ରୀଙ୍କ ଦ୍ବାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟର ଲୋକ ସଂପର୍କ ଅଧିକାରୀ ଡ. ଫଗୁନାଥ ଭୋଇଙ୍କ ସମେତ ଅଧ୍ୟାପକ, ଅଧ୍ୟାପିକା ଏବଂ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

ଇଟିଭି ଭାରତ, କୋରାପୁଟ

ABOUT THE AUTHOR

...view details