ଓଡିଶା

odisha

ETV Bharat / state

ମହିଳାଙ୍କ ଆକାଉଣ୍ଟରୁ 1 ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ହଡପ ଅଭିଯୋଗ, ତଦନ୍ତ ଜାରି - 14 ଜଣ ମହିଳାଙ୍କ ପାସବୁକ୍‌ରୁ 1 ଲକ୍ଷ 38 ହଜାର ଟଙ୍କା ହଡପ

ଜୟପୁର ସହର ଉପକଣ୍ଠ ପୁରୁଣାଗଡ ଅଞ୍ଚଳରେ ଜଣେ ଜୈନିକ ଯୁବକ 14 ଜଣ ମହିଳାଙ୍କ ପାସବୁକ୍‌ରୁ 1 ଲକ୍ଷ 38 ହଜାର ଟଙ୍କା ହଡପ କରି ଫେରାର ହୋଇଯାଇଛି । ଏ ନେଇ ଜୟପୁର ଥାନାରେ ଅଭିଯୋଗ କରାଯାଇଥିବାବେଳେ ପୋଲିସର ତଦନ୍ତ ଆରମ୍ଭ କରିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

By

Published : Sep 13, 2019, 12:19 PM IST

କୋରାପୁଟ: ମହିଳାଙ୍କ ଆକାଉଣ୍ଟରୁ ଟଙ୍କା ହଡପ ଅଭିଯୋଗ ହୋଇଛି । ଘଟଣାଟି ଘଟିଛି ଜୟପୁର ସହର ଉପକଣ୍ଠ ପୁରୁଣାଗଡ ଅଞ୍ଚଳରେ । ଜଣେ ଜୈନିକ ଯୁବକ ମୁଦ୍ରା ଓ କାଳିଆ ଭଳି ବିଭିନ୍ନ ଯୋଜନାରେ 50 ହଜାର ଟଙ୍କା ଋଣ କରାଇବା ନାଁରେ 14 ଜଣ ମହିଳାଙ୍କ ପାସବୁକ୍‌ରୁ 1 ଲକ୍ଷ 38 ହଜାର ଟଙ୍କା ହଡପ କରି ଫେରାର ହୋଇଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ଉକ୍ତ ଠକାମୀର ଶିକାର ହୋଇଥିବା ଜଣେ ମହିଳାଙ୍କ କହିବାନୁଯାୟୀ, ଗତ 2ମାସ ପୂର୍ବେ ଜନୈକ ଯୁବକ ନିଜକୁ ଏକ ଅର୍ଥ ଲଗାଣକାରୀ ସଂସ୍ଥାର ପ୍ରତିନିଧିର ପରିଚୟ ଦେଇଥିଲେ । ଏହାପରେ ସେ ସଂଘ ସମେତ ଅନ୍ୟାନ୍ୟ ମହିଳାଙ୍କ ସହ ଯୋଗାଯୋଗ କରିଥିଲେ । ଋଣ ଦେବା ନାଁରେ ଯୁବକ ଜଣକ ସମସ୍ତ ମହିଳାଙ୍କ ଆଙ୍ଗୁଠିର ଛାପ, ବ୍ୟାଙ୍କ ଆକାଉଣ୍ଟର ବିବରଣୀ, ଆଧାରକାର୍ଡ ଓ ଅନ୍ୟାନ୍ୟ କାଗଜପତ୍ରର ନକଲ ସଂଗ୍ରହ କରିଥିଲା । କିନ୍ତୁ ପରେ ଋଣ ପ୍ରକ୍ରିୟା ଚାଲିଥିବା ନେଇ ଯୁବକ ଜଣକ ସମୟ ଗଡାଇ ଚାଲିଥିଲା ।

ଗତ କିଛି ଦିନ ଧରି ଯୁବକ ଜଣକ ଗ୍ରାମର ମହିଳାମାନଙ୍କୁ ଧରାଛୁଆଁ ଦେଉନଥିବାବେଳେ ହଠାତ୍ ସଂଘର ମହିଳାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇବା ନେଇ ସେମାନଙ୍କ ଫୋନକୁ ମେସେଜ ଆସିଥିଲା । ଏହା ପରେ ଯୁବକ ଜଣକ ସେମାନଙ୍କୁ ଠକିଥିବା ସେମାନେ ଜାଣିବାକୁ ପାଇଥିଲେ । ଏ ନେଇ ଜୟପୁର ଥାନାରେ ଅଭିଯୋଗ କରାଯାଇଥିବାବେଳେ ପୋଲିସର ତଦନ୍ତ ଆରମ୍ଭ କରିଛି ।

କୋରାପୁଟରୁ ସିଏଚ୍ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details