କୋରାପୁଟ: ସୋମବାର ସନ୍ଧ୍ୟା 4.30 ସମୟରେ କୋରାପୁଟରୁ ବାହାରି ରାଉରକେଲା ଅଭିମୁଖେ ଯାଉଥିବା ଜଗଦଲପୁର-ରାଉରକେଲା ଏକ୍ସପ୍ରେସ ଲକ୍ଷ୍ମୀପୁର ପରବର୍ତ୍ତୀ ସିଙ୍ଗାରାମ ରେଳଷ୍ଟେସନରେ ସନ୍ଧ୍ୟା 6ଟା ବେଳ ଠାରୁ ଅଟକି ରହିଥିଲା।
ଇଞ୍ଜିନ ଖରାପ ଯୋଗୁଁ 2 ଘଣ୍ଟା ଅଟକିଲା ଜଗଦଲପୁର-ରାଉରକେଲା ଏକ୍ସପ୍ରେସ - 2 ଘଣ୍ଟା ଅଟକିଲା ଟ୍ରେନ
ଇଞ୍ଚିନରେ ତୃଟି ଯୋଗୁଁ କୋରାପୁଟ ଲକ୍ଷ୍ମୀପୁର ପରବର୍ତ୍ତୀ ସିଙ୍ଗାରାମ ଷ୍ଟେସନରେ ଦୁଇଘଣ୍ଟା ଅଟକିଲା ଜଗଦଲପୁର-ରାଉରକେଲା ଏକ୍ସପ୍ରେସ। ଅଧିକ ପଢ଼ନ୍ତୁ...
2 ଘଣ୍ଟା ଅଟକିଲା ଜଗଦଲପୁର-ରାଉରକେଲା ଏକ୍ସପ୍ରେସ
2 ଘଣ୍ଟା ଅଟକିଲା ଜଗଦଲପୁର-ରାଉରକେଲା ଏକ୍ସପ୍ରେସ
ଟ୍ରେନର ଇଞ୍ଜିନରେ କୌଣସି ତୃଟି ଦେଖାଯାଇଥିବା ଯୋଗୁଁ ଏହା ଅଟକି ରହିଥିଲା। ଏହାର ମରାମତି କାମ ଚାଲିଥିବା ବେଳେ ଅନ୍ୟ ଏକ ଇଞ୍ଜିନ ଆସିବାରୁ ପ୍ରାୟ ରାତି 8ଟା ବେଳେ ଟ୍ରେନ ପୁଣିଥରେ ଆଗକୁ ଗଡିଥିବା ଜଣାପଡିଛି। ଟ୍ରେନ ଅଟକି ରହିବା କାରଣରୁ ଭୁବନେଶ୍ବର ଯାଉଥିବା ହୀରାଖଣ୍ଡ ଏକ୍ସପ୍ରେସ ମଧ୍ୟ ସେତିକି ସମୟ ପର୍ଯ୍ୟନ୍ତ କାକିରିଗୁମ୍ମା ଠାରେ ଅଟକି ରହିଥିଲା।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ