ଓଡିଶା

odisha

ETV Bharat / state

କୋଟପାଡରେ ସ୍ଥାପନ ହେବ ଆଇଟିଆଇ: ପଦ୍ମିନୀ ଦିଆନ - ପଦ୍ମିନୀ ଦିଆନ

ଦାୟିତ୍ବ ଗ୍ରହଣ ପରେ ପ୍ରଥମ ଥର କୋରାପୁଟ ଗସ୍ତରେ ଆସିଛନ୍ତି ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ । ଏହି ଗସ୍ତରେ ଆସି କୋରାପୁଟର କୋଣ ଅନୁକୋଣରେ ମୁଖ୍ୟମନ୍ତ୍ରୀଙ୍କ ବିକାଶ ଧାରାକୁ ପହଞ୍ଚାଇବା ପାଇଁ ପ୍ରତିଶୃତି ଦେଇଛନ୍ତି ସେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

By

Published : Jun 2, 2019, 7:20 PM IST

କୋରାପୁଟ: ଦାୟିତ୍ବ ଗ୍ରହଣ ପରେ ପ୍ରଥମ ଥର କୋରାପୁଟ ଗସ୍ତରେ ଆସିଛନ୍ତି ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ । ଜିଲ୍ଲାରେ ପ୍ରାକୃତିକ ରଙ୍ଗର ବ୍ୟବହାରରେ ପ୍ରସ୍ତୁତ ହେଉଥିବା ବସ୍ତ୍ରର କଳାକୁ ବ୍ୟାପକ କରିବା ପାଇଁ ଆଇଟିଆଇ ସ୍ଥାପନ ନେଇ ଅନେକ ଦିନରୁ ରହିଆସିଛି କୋଟପାଡ ବୁଣାକାରଙ୍କ ଦାବି । ଯାହାକୁ ପୂରଣ କରିବା ଦିଗରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି ପଦ୍ମିନୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ଜିଲ୍ଲାର ପ୍ରଥମ ମହିଳା ମନ୍ତ୍ରୀ ଭାବେ ନବୀନଙ୍କ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇବା ପରେ ପଦ୍ମିନୀ ପ୍ରଥମ ଥର ପାଇଁ ରବିବାର କୋରାପୁଟ ଗସ୍ତରେ ଆସିଥିଲେ । ଏନେଇ ବିଜେଡି ଦଳର କର୍ମକର୍ତ୍ତା ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କ ପାଇଁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନାର ବ୍ୟବସ୍ଥା କରାଯାଇଥିଲା । ତେବେ ଏହି ଗସ୍ତରେ ଆସି କୋରାପୁଟର କୋଣ ଅନୁକୋଣରେ ମୁଖ୍ୟମନ୍ତ୍ରୀଙ୍କ ବିକାଶ ଧାରାକୁ ପହଞ୍ଚାଇବା ପାଇଁ ପ୍ରତିଶୃତି ଦେଇଛନ୍ତି ସେ ।

ଆୟୋଜିତ ଏହି ସମ୍ବର୍ଦ୍ଧନା ସଭାରେ ବିଜେଡିର ଜିଲ୍ଲା ସଭାପତି ଈଶ୍ବର ଚନ୍ଦ୍ର ପାଣିଗ୍ରାହୀ, ବିଧାୟକ ରଘୁରାମ ପଡାଲ ଓ ଅତିରିକ୍ତ ଜିଲ୍ଲାପାଳ ଦେବେନ ପ୍ରଧାନ ଉପସ୍ଥିତ ଥିଲେ ।

କୋରାପୁଟରୁ ସିଏଚ୍‌ ଶାନ୍ତାକାର, ଇଟିଭି ଭାରତ

ABOUT THE AUTHOR

...view details