କୋରାପୁଟ :ବନ୍ଦ ଲଫାପା ଖୋଲିଲା । କେସିସି ବ୍ୟାଙ୍କ ଅଧ୍ୟକ୍ଷ ହେଲେ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ । ବିଜେଡି ଜିଲ୍ଲା ସଭାପତି ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ ହେଲେ କୋରାପୁଟ ସେଣ୍ଟ୍ରାଲ କୋପେରେଟିଭ ବ୍ୟାଙ୍କ(KCC Bank in Koraput)ର ନୂତନ ଅଧ୍ୟକ୍ଷ ।
କେସିସି ବ୍ୟାଙ୍କର ନୂତନ ଅଧ୍ୟକ୍ଷ ପଦବୀ ନିମନ୍ତେ ବିଜେଡିର ୪ ଜଣ ଆଶାୟୀ ପ୍ରାର୍ଥୀ ଥିଲେ । ତେବେ ଜଣଙ୍କୁ ସର୍ବସମ୍ମତି କ୍ରମେ ଚୟନ କରିବା ନିମନ୍ତେ ଦଳ ପକ୍ଷରୁ ସ୍ଥିର କରାଯାଇଥିଲା । ଏଥିନମନ୍ତେ କୋରାପୁଟ ଓ ମାଲକାନଗିରି ଜିଲ୍ଲା ପାଇଁ ବିଜେଡି ଦଳର ପ୍ରଭାରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କୁ ଦାୟିତ୍ବ ଦେଇଥିଲା ଦଳ । ମଙ୍ଗଳବାର ବିଜେଡି ଦଳର ପ୍ରଭାରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର କୋରାପୁଟ ଗସ୍ତରେ ଆସି ବ୍ୟାଙ୍କର ସମସ୍ତ ବୋର୍ଡ ମେମ୍ବରଙ୍କ ସହ ବୈଠକ କରିଥିଲେ । ଏହାପରେ ଆଜି କ୍ୟାପଟେନ ଦିବ୍ୟଶଙ୍କର ସାଙ୍ଗରେ ଆଣିଥିବା ବନ୍ଦ ଲାଫାପାକୁ ସମସ୍ତଙ୍କ ସାମ୍ନାରେ ଖୋଲିଥିଲେ । ଏହି ବନ୍ଦ ଲଫାପାରେ ଦଳର ହାଇକମାଣ୍ଡଙ୍କ ଅନୁମୋଦନ ଥିବା ବ୍ୟକ୍ତିଙ୍କ ନାଁ ରହିଥିଲା । ଲଫାପାରେ ବିଜେଡି ଜିଲ୍ଲା ସଭାପତି ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀଙ୍କ ନାଁ ରହିଥିଲା । ଏହା ଦଳର ହାଇକମାଣ୍ଡଙ୍କ ନିଷ୍ପତ୍ତି ହୋଇଥିବାରୁ ସମସ୍ତେ ଆଶାୟୀ ପ୍ରାର୍ଥୀ ଏହାକୁ ମାନିନେଇଥିଲେ । ଏଥିଯୋଗୁଁ ଏହି ପଦବୀ ପାଇଁ ଆଉ ନିର୍ବାଚନ କରିବାର ଆବଶ୍ୟକତା ପଡ଼ିନଥିଲା ।
ଏହାମଧ୍ୟ ପଢ଼ନ୍ତୁ: କିଏ ହେବ କେସିସି ବ୍ୟାଙ୍କ ଅଧ୍ୟକ୍ଷ! ଆଜି ଖୋଲିବ ବନ୍ଦ ଲଫାପା