କୋରାପୁଟ:ଅନ୍ତରଙ୍ଗ ମୂହୁର୍ତ୍ତରେ ଭିଡିଓ ହେଲା ଭାଇରାଲ । ମୋବାଇଲରୁ ମୋବାଇଲ ଘୁରି ବୁଲିଛି ଏହି ଭିଡିଓ । ଯାହା ପାଇଁ ଥାନାର ଦ୍ବାରସ୍ତ ହୋଇଛନ୍ତି ଯୁବତୀ । ଏପରି ଏକ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ପଟାଙ୍ଗି ଥାନା ଅଞ୍ଚଳରେ ।
ସୂଚନା ଅନୁସାରେ, ପଟାଙ୍ଗି ଅଞ୍ଚଳର ଜଣ ଯୁବତୀ ଆନ୍ଧ୍ରର ଏକ ଚିଙ୍ଗୁଡ଼ି କମ୍ପାନୀରେ କାମ କରୁଥିଲେ । ସେହି ସମୟରେ ନିଜ ଗାଁର ଏକ ବ୍ୟକ୍ତି ତାଙ୍କ ସହ ଜୋରଜବରଦସ୍ତ ଶାରିରୀକ ସମ୍ପର୍କ ରଖିଥିଲେ । ବ୍ୟକ୍ତି ଜଣକ ଯୁବତୀଙ୍କୁ ଦ୍ବିତୀୟ ଥର ଶାରିରୀକ ସମ୍ପର୍କ ରଖିବାକୁ ଡାକିବାରୁ ଯୁବତୀ ଅମଙ୍ଗ ହୋଇଥିଲେ । କ୍ରୋଧରେ ଜର୍ଜରିତ ହୋଇ ଯୁବତୀଙ୍କ ସହ ଅନ୍ତରଙ୍ଗ ମୂହୁର୍ତ୍ତର ଭିଡିଓଟି ଭାଇରାଲ କରିଦେଇଥିଲେ ବ୍ୟକ୍ତି ଜଣକ । ତେବେ ଯୁବତୀଙ୍କ ସମ୍ପର୍କୀୟ ଭାଇ ହେବ ଅଭିଯୁକ୍ତ ଓ ସେ ବିବାହିତ ।